ବେଦାନ୍ତ ଆଲମୁିନିୟମ ସ୍ମେଲଟର ଜଳ ବିନିଯୋଗ ଦକ୍ଷତାରେ ଔଦ୍ୟୋଗିକ ଶିଳ୍ପମାନଦଣ୍ଡ ପ୍ରତିଷ୍ଠା କରିଛି
ଆର୍ଥିକ ବର୍ଷ-୨୨ରେ ନିର୍ଦ୍ଧାରିତ ପରିମାଣର ଜଳ ବିନଯୋଗକୁ ୧୧% କମ କରିଛି
ଝାରସୁଗୁଡ଼ା, ୬ ସେପ୍ଟେମ୍ବର ୨୦୨୨: ଭାରତରେ ଆଲୁମିନିୟମ ସ୍ମେଲଟର ମଧ୍ୟରେ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଝାରସୁଗୁଡ଼ାସ୍ଥିତ ଆଲୁମିନିୟମ ସ୍ମେଲଟର-୧ ପାଇଁ ଆର୍ଥିକ ବର୍ଷ ୨୨ରେ ନିର୍ଦ୍ଧାରିତ ପରିମାଣର ଜଳ ବିନଯୋଗକୁ ୧୧% କମ କରିବାର ଗୌରବ ଅର୍ଜନ କରିଛି । ଗତ ଆର୍ଥିକ ବର୍ଷ ୨୧ରେ ୧୭୪୦୦ ଟନରୁ ଅଧିକ ଆଲୁମିନିୟମ ଉତ୍ପାଦନ କରିଛି ।
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ବିଶ୍ୱର ବୃହତ ଆଲୁମିନିୟମ ସ୍ମେଲଟିଂ କଂପ୍ଲେକ୍ସ ମଧ୍ୟରୁ ଅନ୍ୟତମ । ଏହାର ସ୍ମେଲଟର-୨ରେ ଜଳ ବ୍ୟବହାରକୁ ଆର୍ଥିକ ବର୍ଷ ୨୨ରେ ପ୍ରାୟ ୮ % ହ୍ରାସ କରିଥିଲାବେଳେ ଉତ୍ପାଦନକୁ ପ୍ରାୟ ୨ ଲକ୍ଷ ଟନ ବୃଦ୍ଧି କରିଛି । ମୋଟ ଉପରେ ଗତ ଆର୍ଥିକ ବର୍ଷରେ ଇନହାଉସ ବ୍ୟବହାର ପାଇଁ ଏହି ସାଇଟ ପ୍ରାୟ ୫ ବିଲିୟନ ଲିଟର ଜଳର ପୁନଃଚକ୍ରଣ କରିଛି । ୨୦୩୦ ସୁଦ୍ଧା ଏହାର କାର୍ଯ୍ୟକୁ ନେଟ ୱାଟର ପଜିଟିଭ କରିବା କଂପାନିର ଲକ୍ଷ୍ୟ ରହିଛି ।
କମ୍ପାନିର ଜଳ ପରିଚାଳନା ପଦକ୍ଷେପ ଉପରେ ଶ୍ରୀ ସୁନିଲ ଗୁପ୍ତା, ସିଇଓ-ବେଦାନ୍ତ ଲିମିଟେଡ, ଝାରସୁଗୁଡ଼ା କହିଛନ୍ତି ଆମର ଜଳ ପ୍ରବନ୍ଧନ ପ୍ରଚେଷ୍ଟା ୟୁଏନ ସସ୍ଟେନବେଲ ଡେଭଲପମେଂଟ ଗୋଲ (ଏସଡିଜି) ଆଧାରିତ । ଆମେ ଜଳ ବ୍ୟବହାରକୁ କମ କରିବା ପାଇଁ ପ୍ରୟାସ କରୁଛୁ । ଆମର କାର୍ଯ୍ୟକୁ ସକାରାତ୍ମକ ଦିଗରେ ପରିଚାଳିତ କରିବା ଉଦ୍ଦେଶ୍ୟରେ ଆମର ଏହି ଯାତ୍ରା ବ୍ୟବସାୟର ସ୍ଥରତାକୁ ସୁନିଶ୍ଚିତ କରିବ ଓ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ଜୈବ ବିବିଧତା ପାଇଁ ଜଳ ଉପଲବ୍ଧତା ବୃଦ୍ଧି କରିବ ।
ଜଳ ପ୍ରବନ୍ଧନ ଯୋଜନା ବେଦାନ୍ତର ଏକ ଆଭ୍ୟନ୍ତରୀଣ ଅଂଶ । ଏହା ଶୂନ୍ୟ ଲିକୁଇଡ ଡିସଚାର୍ଜ ନୀତିକୁ ଆପଣାଇଥାଏ ଯାହାଦ୍ୱାରା ନିର୍ଗମିତ ହେଉଥିବା ଜଳକୁ ପ୍ରକ୍ରିୟାକୃତ କରାଯାଇ ପ୍ଲାଂଟରେ ପୁନବ୍ୟବହାର କରାଯାଏ । ସ୍ଥାୟୀ ଜଳ ସମାଧାନ ପାଇଁ କଂପାନି ପକ୍ଷରୁ ୪ ସ୍ତମ୍ଭ ବିଶିଷ୍ଟ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରାଯାଇଛି ଯାହା-
୧. ଜଳ ବ୍ୟବହାର ଅନୁଧ୍ୟାନ-
* ଏହା ଅନ୍ତର୍ଗତ ସବୁ ପ୍ରକଳ୍ପରେ ସମନ୍ୱିତ ନିଷ୍ପତି ନିର୍ଦ୍ଧାରଣ ପ୍ରକ୍ରିୟା, ଜଳ ଚାପ ଜନିତ ଆକଳନ ଓ ପ୍ରଶମନ ପଦକ୍ଷେପ ଗ୍ରହଣ କରାଯାଇଛି ।
* ଜଳ ଚାପର ଡିଗ୍ରୀ ଚିହ୍ନଟ କରିବା ପାଇଁ ଜଳ ସମ୍ବନ୍ଧୀୟ ବିପଦ ମୂଲ୍ୟାଙ୍କନ କରାଯାଇଛି ଏବଂ ସେହି ଅନୁଯାୟୀ ବିପଦମୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।
* ଜଳର ଗୁଣବତା ମାପଦଣ୍ଡ ବଜାୟ ରକ୍ଷା ସହ ନିର୍ଦ୍ଧିଷ୍ଟ ଜଳ ଖର୍ଚ୍ଚକୁ ଉପଯୁକ୍ତ ଅନୁଧ୍ୟାନ ବ୍ୟବସ୍ଥା ରଖାଯାଇଛି ।
୨. ସର୍ବାଧିକ ପରମିାଣର ଜଳ ପୁନଃଉପଯୋଗ-
* ସର୍ବାଧିକ ପରମିାଣର ଜଳ ପୁନଃଉପଯୋଗ ବ୍ୟବସ୍ଥା ପାଇଁ ଉପଯୁକ୍ତ ବୈଷୟିକୀ ଜ୍ଞାନ କୌଶଳ ଆଧାରରେ ଶୂନ୍ୟ ଡିସଚାର୍ଜ ପ୍ରତି ଧ୍ୟାନ ।
* ଏଚସିଏସଡି ସିଷ୍ଟମ ଉପଯୋଗ କରାଯାଇ ଆଶ ମ୍ୟାନେଜମେଂଟ ।
* କୁଲିଂ ଟାୱାର ସିଷ୍ଟମରେ କାର୍ଯ୍ୟକାରୀ ଉତ୍କର୍ଷତା ।
୩. ଏକ ସକାରାତ୍ମକ ଜଳ ଫୁଟପ୍ରିଂଟ ପ୍ରସ୍ତୁତି-
* ଟିୟୁଭି ଏସୟୁଡି ସହଯୋଗରେ ସ୍ଥାୟୀ ସମାଧାନ ପନ୍ଥା ଗ୍ରହଣ ।
* ବର୍ଷା ଜଳ ଅମଳ ଭିତିଭୂମି ଗଠନ ଦ୍ୱାରା ଅନସାଇଟରେ ଜଳ ସଂରକ୍ଷଣ ପ୍ରତି ଧ୍ୟାନ ପ୍ରଦାନ ଇତ୍ୟାଦି ବହୁ ପଦକ୍ଷେପ ନିଆଯାଇଛି ।
* କୁଲିଂ ଟାୱାର ସିଷ୍ଟମରେ କାର୍ଯ୍ୟକ୍ଷମ ଉତ୍କର୍ଷତା ସର୍ବଭାରତୀୟ ସ୍ତରରେ ଏକ ଶ୍ରେଷ୍ଠ ଚକ୍ରର ଏକାଗ୍ରତା (ସିଓସି) ସୃଷ୍ଟି କରିଛି ଏବଂ ଅତିରିକ୍ତ ମଧୁର ଜଳ ଗ୍ରହଣ ମଧ୍ୟ କମ୍ କରିଛି ।
୪. ସ୍ଥାନୀୟ ଗୋଷ୍ଠୀଙ୍କୁ ଜଳ ଓ ଜଳବାୟୁ ସ୍ମାର୍ଟ କୃଷି ପଦ୍ଧତି ପାଇଁ ପ୍ରେରଣା-
* ଜଳସେଚନ ବ୍ୟସ୍ଥା ପାଇଁ ବୁନ୍ଦା ଜଳସେଚନ, ଟ୍ରେଡଲ ପଂପ, ସୌର ଚାଳିତ ପଂପ ବ୍ୟବହାର ଉପରେ ପରାମର୍ଶ ।
* କୃଷକ ମାନଙ୍କୁ ପ୍ରତିକୂଳ ଜଳବାୟୁ ପରିସ୍ଥିତରେ କିପରି ଅଧିକ ଫସଲ ଅମଳ କରାଯାଇ ପାରିବ ସେବିଷୟରେ ଉପଯୁକ୍ତ ତାଲିମ ବ୍ୟବସ୍ଥା ଦିଆଯାଉଛି ।
* ଗ୍ରାମ ଗୁଡ଼ିକରେ ପିଇବା ପାଣି ପାଇଁ କୂଅ, ବୋର ୱେଲ, ପୋଖରୀ, ଫାର୍ମ ପୋଖରୀ ଇଥ୍ୟାଦି କଂପାନି ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ଏହା ବିଶ୍ୱଶ୍ରେଣୀର ୧.୬ ଏମଟିପିଏ ଆଲୁମିନିୟମ ସ୍ମେଲଟର ପ୍ଲାଂଟ ଓ ଝାରସୁଗୁଡ଼ାରେ ୩୬୧୫ ମେୱାର ତାପଜ ବିଜୁଳି ଉତ୍ପାଦନ କରୁଛି । ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ବିଶ୍ୱକୁ ୧ ନିୟୂତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଲବ । ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।
