ଜିଓ ୫ଜିକୁ ନେଇ ବଡ଼ ଘୋଷଣା କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ୫ଜି ଇଣ୍ଟରନେଟକୁ ଅପେକ୍ଷା କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ୫ଜି ସେବା ଆରମ୍ଭ ବିଷୟରେ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି। ମୁକେଶ ଅମ୍ବାନୀ କହିଛନ୍ତି ଯେ ଚଳିତ ବର୍ଷ ଦୀପାବଳୀଠାରୁ ଦେଶରେ ଜିଓ ୫ଜି ସେବା ଆରମ୍ଭ ହେବ। ପ୍ରାରମ୍ଭରେ କମ୍ପାନି ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଜିଓ ୫ଜି ସେବା ଆରମ୍ଭ କରିବ। ଡିସେମ୍ବର ୨୦୨୩ସୁଦ୍ଧା ସାରା ଦେଶରେ ଜିଓ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ କମ୍ପାନି ଲକ୍ଷ୍ୟ ରଖିଥିବା କହିଛନ୍ତି ମୁକେଶ ଅମ୍ବାନୀ।

ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ୫ଜି ଅତି ସୁଲଭ ମୂଲ୍ୟରେ ବହୁତ ଭଲ ଗୁଣର ଇଣ୍ଟରନେଟ୍ ସଂଯୋଗ ଯୋଗାଇବ । ଜିଓ ୫ଜି ଦୁନିଆର ସବୁଠାରୁ ବଡ ଏବଂ ଉନ୍ନତ ୫ଜି ନେଟୱାର୍କ ହେବ। ଅନ୍ୟ ଅପରେଟର୍ସମାନେ ନନ୍-ଷ୍ଟାଣ୍ଡ୍ ଏଲୋନ ୫ଜି ସେବା ଦେଉଥିବାା ବେଳେ ଜିଓ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ୫ଜି ଅଭିଜ୍ଞତା ଦେବା ପାଇଁ ଅତ୍ୟାଧୁନିକ ଷ୍ଟାଣ୍ଡ ଏଲୋନ ୫ଜି ସେବା ପ୍ରଦାନ କରିବାକୁ ଯାଉଛି। ଏହି ଇଭେଣ୍ଟରେ ଉପଭୋକ୍ତା ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ ଜିଓ ୫ଜିକୁ ଟ୍ରୁ ୫ଜି ବୋଲି କହିଥିଲେ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ । ୫-ଜି ସ୍ପେକ୍ଟ୍ରମ ନିଲାମରେ ଜିଓ, ଏୟାରଟେଲ ବ୍ୟତୀତ  ଭୋଡାଫୋନ ଆଇଡିଆ ଓ ଅଦାନି ଗ୍ରୁପ ମଧ୍ୟ ଅଂଶଗ୍ରହଣ କରିଥିଲା ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *