ଛିନତାଇ ଅଭିଯୋଗରେ ସାମ୍ୱାଦିକଙ୍କ ଗିରଫଦାରୀକୁ ନେଇ ସାମ୍ବାଦିକ ମହଲରେ ଚର୍ଚ୍ଚା
ଚିଲିକା: ୨୭/୮(ପ୍ରବାହ ନିଉଜ) ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ଦୈନିକ ଖବରକାଗଜର ତଥା କଥିତ ସାମ୍ବାଦିକ ସନ୍ତୋଷ ମହାନ୍ତି ଓରଫ ଜଲୁ ଛିନତାଇ ଅଭିଯୋଗରେ ପୋଲିସ ଦ୍ବାରା ଗିରଫ । ଥାନା ଅଧିକାରୀଙ୍କ ସୂଚନା ମୁତାବକ ନିଜକୁ ସାମ୍ବାଦିକ ବୋଲାଉଥିବା ସନ୍ତୋଷ ନାମକ ବ୍ୟକ୍ତି ଜଣକ ଗୁରୁବାର ବିଳମ୍ବିତ ରାତ୍ରି ପାଖାପାଖି ରାତି ଗୋଟାଏ ବେଳେ ବାଣପୁର ଥାନା ନିକଟରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଅଞ୍ଚଳରୁ ମୃଦୁ ପାନୀୟ ନେଇ ଆସିଥିବା ଏକ ମାଲ ବୋଝେଇ ଟ୍ରକର ଚାଳକଙ୍କୁ ଅଟକାଇଥିବା ବେଳେ ନିଜକୁ ସାମ୍ବାଦିକ ପରିଚୟ ଦେଇ ଜୋର ଜବରଦସ୍ତ ଡ୍ରାଇଭର ଠାରୁ ବୋଝେଇ ହୋଇଥିବା ସାମଗ୍ରୀର କାଗଜପତ୍ର ମାଗିଥିଲେ, ଏଥିରେ ଟ୍ରକ ଚାଳକ ଅମଙ୍ଗ ହେବାରୁ ତାଙ୍କ ପକେଟରୁ ପ୍ରାୟ ତିନି ହଜାର ଟଙ୍କା ଲୁଟିନେଇଥିଲେ ସନ୍ତୋଷ ଓରଫ ଜଲୁ ।
ଘଟଣା ସମ୍ପର୍କରେ ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସ୍ଥାନୀୟ ଜନସାଧାରଣ ଓ ପୋଲିସକୁ ମଧ୍ୟ ଦୁର୍ବ୍ୟବହାର ଦେଖାଇଥିଲେ ସନ୍ତୋଷ l ଏହି ପରିପ୍ରେକ୍ଷୀରେ ଅଭିଯୋଗକାରୀ ଟ୍ରକ୍ ଚାଳକ ଉତ୍ତମ ପରିଡ଼ାଙ୍କ ଅଭିଯୋଗ କ୍ରମେ ପୋଲିସ ସାମ୍ବାଦିକ ସନ୍ତୋଷ ମହାନ୍ତିଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୩୪୪/୨୨ରେ ଥାନାରେ ମାମଲା ରୁଜ୍ଜୁ କରି ଆଇପିସି ଦଫା ୩୯୨ ଆଧାରରେ କୋର୍ଟ ଚାଲାଣ କରିଛି l ଏ ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।