ଏକ୍ରାମ ଖାଁ ଆକ୍ରମଣ ଲାଗି ୧୩ ବର୍ଷ କଳାପାହାଡ଼ ଲାଗି ୯ ବର୍ଷ ବନ୍ଦ ହୋଇଛି ରଥଯାତ୍ରା

0
jagannath

puri (ପ୍ରଦୀପ ନାୟକ) : କରୋନା ସଂକ୍ରମଣ ଯୋଗୁଁ ସୁପ୍ରିମକୋର୍ଟ ପ୍ରଥମେ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଥିଲେ । ପରେ ମହାପ୍ରଭୁଙ୍କ ଲୀଳା ଯୋଗୁ ରଥଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁରୁଖୁରୁରେ ରଥଯାତ୍ରା ସରିଲା । ମହାପ୍ରଭୁ ରତ୍ନସିାଂହସନକୁ ବିଜେ କରିସାରିଲେଣି । ପ୍ରଭୁଙ୍କ ଲୀଳାଖେଳା ସାରି ଦେଉଳକୁ ବାହୁଡ଼ି ଗଲେଣି । ସମଗ୍ର ବିଶ୍ୱ ଏହି ଘଟଣାକୁ ଈଶ୍ୱର ଇ୍‌ଛା ବୋଲି ନିଶ୍ଚୟ ସ୍ୱୀକାର କରିଛନ୍ତି ।
ମହାପ୍ରଭୁ ଏଠାରେ ସମସ୍ତଙ୍କ ଅହଂକାର ଭାଙ୍ଗିଦେଲେ । ପ୍ରମାଣ କରିଦେଲେ ତାଙ୍କ ବିନା ଇଚ୍ଛାରେ କିଛି ବି ହୁଏ ନାହିଁ । ମୁଁ କରୁଛି ମୁଁ କରୁଛି କେବଳ ଏକ ଅହଂକାର ମାତ୍ର । ସେଇ ମହାପ୍ରଭୁଙ୍କ ଲୀଳା ତାଙ୍କୁ ହିଁ କେବଳ ଜଣା ।
ଅତୀତରେ ବିଭିନ୍ନ କାରଣ ଯୋଗୁଁ ବହୁବାର ରଥଯାତ୍ରା ବାତିଲ ହୋଇଥିବା ଇତିହାସରେ ଉଲ୍ଲେଖ ରହିଛି । ମୁସଲମାନଙ୍କ ଅ ।କ୍ରମଣ ଯୋଗୁଁ ବହୁବାର ରଥଯାତ୍ରା ବନ୍ଦ କରିବାକୁ ପଡ଼ିଛି । ଏକ୍ରାମ ଖାଁ ଆକ୍ରମଣ ଯୋଗୁଁ ଶ୍ରୀକ୍ଷେତ୍ରରେ ଏକାଦିକ୍ରମେ ୧୩ ବର୍ଷ ଓ କଳାପାହାଡ଼ ଅ ।କ୍ରମଣ ଯୋଗୁଁ ୯ ବର୍ଷ ରଥଯାତ୍ରା ବନ୍ଦ ରହିଛି । ମୋଟ ଉପରେ ଗତ ୫୦୦ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ୩୨ ଥର ରଥଯାତ୍ରା ହୋଇଥିବା ଇତିହାସରୁ ଜଣାପଡ଼ିଛି ।୧୬୯୨ରୁ ୧୭୦୪ ପର୍ଯ୍ୟନ୍ତ ରଥଯାତ୍ରା ବନ୍ଦ ।
୧୬୯୨ ମସିହା ପରଠାରୁ ଏକାଦିକ୍ରମେ ୧୩ ବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପୁରୀରେ ହୋଇ ପାରି ନଥିଲା । ସୁବେଦାର ଏକ୍ରାମ ଖାଁ ଶ୍ରୀମନ୍ଦିର ଉପରେ ଅ ।କ୍ରମଣ କରିବାରୁ ସେତେବେଳର ସେବକ ଓ ପୂଜକମାନେ ତିନି ଠାକୁରଙ୍କୁ ଚିଲିକା ଭିତରେ ଗଡ଼କୋକଲ ଗ୍ରାମରେ ଲୁଚାଇ ରଖିଥିଲେ । ଏହାପରେ ତିନି ଠାକୁରଙ୍କୁ ବାଣପୁରର ହନ୍ତୁଅ ।ଡ଼ ବୋଲି ଏକ ଗ୍ରାମରେ ରଖାଯାଇଥିଲା ବୋଲି ଇତିହାସକାରମାନେ କହନ୍ତି । ତେଣୁ ୧୬୯୨ରୁ ୧୭୦୪ ମସିହା ମଧ୍ୟରେ ୧୩ ବର୍ଷ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ନ ଥିବାରୁ ରଥଯାତ୍ରା ବନ୍ଦ ରହିଥିବା କୁହାଯାଏ ।
୧୭୩୩ରୁ ୧୭୩୫ ମଧ୍ୟରେ ରଥଯାତ୍ରା ବନ୍ଦ
ସେହିପରି ଅ ।ଉଜଣେ ମୁସଲମାନ ଅ ।କ୍ରମଣକାରୀ ତକି ଖାଁ ଅ ।କ୍ର୍ରମଣ ଯୋଗୁଁ ୧୭୩୩ରୁ ୧୭୩୫ ମସିହା ପର୍ଯ୍ୟନ୍ତ ରଥଯାତ୍ରା ବନ୍ଦ ରହିଥିବା କୁହାଯାଏ । ୧୭୩୩ ମସିହାରେ ତକି ଖାଁ ଶ୍ରୀମନ୍ଦିର ଅ ।କ୍ରମଣ କରିଥିଲା । ତେଣୁ ସେବକମାନେ ଶ୍ରୀଜୀଉମାନଙ୍କୁ ନେଇ ଲୁଚାଇ ରଖିଥିଲେ ଓ ଗୋପନରେ ସେମାନଙ୍କର ସେବାପୂଜା କରୁଥିଲେ । ଯବନ ଅ ।କ୍ରମଣକାରୀଙ୍କକୁ ଦୃଷ୍ଟିରୁ ଶ୍ରୀ ଜୀଉଙ୍କୁ ରକ୍ଷା କରିବା ଲାଗି ଏହି ସମୟରେ ୩ ବର୍ଷ ରଥଯାତ୍ରା ବନ୍ଦ ରଖାଯାଇଥିଲା ।
୧୫୬୮ରୁ ୧୫୭୭ ରଥଯାତ୍ରା ବନ୍ଦ
ଅନୁରୂପ ଭାବରେ ପଞ୍ଚଦଶ ଶତାବ୍ଦୀରେ କଳାପାହାଡ଼ ଅ ।କ୍ରମଣ ଯୋଗୁଁ ୧୫୬୮ ମସିହାରୁ ୧୫୭୭ ମସିହା ପର୍ଯ୍ୟନ୍ତ ୯ ବର୍ଷ କାଳ ରଥଯାତ୍ରା ବନ୍ଦ ରହିଥିଲା । କଳାପାହାଡ଼ ଶ୍ରୀମନ୍ଦିର ଅ ।କ୍ରମଣ କରିବା ପରେ ତତ୍କାଳୀନ ସେବକମାନେ ମହାପ୍ରଭୁଙ୍କୁ ନେଇ ଚିଲିକା ନିକଟସ୍ଥ ଏକ ଗାଁରେ ଲୁଚାଇ ରଖିଥିଲେ । ମାତ୍ର କିଛି ଗୁପ୍ତଚର ସେଠାରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗୋପନରେ ରଖାଯାଇ ପୂଜା କରାଯାଉଥିବା ନେଇ କଳାପାହାଡ଼କୁ ସୂଚନା ଦେଇଥିଲେ । କଳାପାହାଡ଼ ସେଠାରେ ଅ ।କ୍ରମଣ କରି ଶ୍ରୀବିଗ୍ରହମାନଙ୍କ ଦେହରେ ନିଅ ।ଁ ଲଗାଇ ଦେଇ ନଦୀରେ ଭସାଇ ଦେଇଥିଲା । ମାତ୍ର ବିଶର ମହାନ୍ତି ନାମକ ଜଣେ ବ୍ୟକ୍ତି ଅର୍ଧଦଗ୍ଧ ଶ୍ରୀବିଗ୍ରହରୁ ବ୍ରହ୍ମ ସଂଗ୍ରହ କରି ଗୋପନରେ ଲୁଚାଇ ରଖିଥିଲେ ଓ ପୂଜା କରୁଥିଲେ । କଳାପାହାଡ଼ ଉତ୍ପାତ ପରେ ପୁନର୍ବାର ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହ ସ୍ଥାପନ ହୋଇଥିଲା ଓ ରଥଯାତ୍ରା ହୋଇଥିଲା ।
ସେହିପରି ୧୬୧୧ ମସିହାରେ କଲ୍ୟାଣ ମଲ୍ଲର ଜଣେ ବ୍ୟକ୍ତିର ଅ ।କ୍ରମଣ ଯୋଗୁ ରଥଯାତ୍ରା ସ୍ଥଗିତ ହୋଇଥିଲାଛ ୧୬୦୭ ମସିହାରେ ହାସିମ୍ ଖାଁ ଅ ।କ୍ରମଣ, ୧୬୦୧ ମସିହାରେ ର୍ମିଜା ଖୁରମ୍ର ଅ ।କ୍ରମଣ ଯୋଗୁ ମଧ୍ୟ ରଥଯାତ୍ରା ହୋଇପାରି ନ ଥିଲା ।

Leave a Reply

Your email address will not be published. Required fields are marked *