ମହିଳା ଗୋଷ୍ଠୀ ଙ୍କୁ ଛତୁ ଚାଷ ପ୍ରଶିକ୍ଷଣ ଶିବିର
ଖୋର୍ଦ୍ଧା(ନିପ୍ର,)ଖୋର୍ଦ୍ଧା ପ୍ରକଳ୍ପ ନିର୍ଦେଶକ ଆତ୍ମା ସହଯୋଗ ରେ ଖୋର୍ଦ୍ଧା ବ୍ଲକ ପଲ୍ଲା ତୋଟାପଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଥିବା ମହିଳା ମହାସଂଘ ଗୃହରେ ଆଗ୍ରହୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟଙ୍କୁ ନେଇ ଛତୁ ଚାଷ ସମ୍ୱନ୍ଧ ରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହାକୁ ଶାରଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା କରିଥିଲା ବେଳେ ଏଥିରେ ପଞ୍ଚାୟତ ୨୦ ଜଣ ଆଗ୍ରହୀ ମହିଳା ଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଥିଲା । ଏମ ବି କେ ପ୍ରଗତି ମହାପାତ୍ର ଙ୍କ ସଂଯୋଜନା ରେ ଖୋର୍ଦ୍ଧା ବ୍ଲକ ମିଶନ ଶକ୍ତି ସଂଯୋଜିକା ସ୍ୱପ୍ନା ପାତ୍ର,ଉଦ୍ୟାନ ବିଭାଗ ର ଅଧିକାରଣୀ ଗାୟତ୍ରୀ ମହାପାତ୍ର,କୃଷି ବିଭାଗ ର ଅତିରିକ୍ତ କୃଷି ଅଧିକାରୀ ସୁଶ୍ରୀ ସରୋଜିନୀ, ମହିଳା ମହାସଂଘ ସଭାନେତ୍ରୀ ମଂଜୁବାଳା ଦାସ ପ୍ରମୁଖ ଉପସ୍ଥିତ ରହି ଛତୁ ଚାଷ ରେ ଆବଶ୍ୟକ ସାମଗ୍ରୀ,କିପରି ଚାଷ କଲେ ସ୍ୱଳ୍ପ ଖର୍ଚ୍ଚ ରେ ଅଧିକ ଲାଭବାନ ହୋଇ ଜଣେ ମହିଳା ଆତ୍ମ ନିର୍ଭରଶୀଳ ହୋଇପାରିବ ତାହା ଉପରେ ସମ୍ପୂର୍ଣ ତଥ୍ୟ ପ୍ରଦାନ କରିଥିଲେ । ଏହା ପରେ ଖୋର୍ଦ୍ଧା ବ୍ଲକ ର ଅନ୍ୟ ପଞ୍ଚାୟତ ରେ ଆଗ୍ରହୀ ମହିଳା ଗୋଷ୍ଠୀ ଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ ବୋଲି ମିଶନ ଶକ୍ତି ସଂଯୋଜିକା ସ୍ୱପ୍ନା ପାତ୍ର କହିଥିଲେ ।