ବର୍ଷାର ଦୃଶ୍ୟ
ପ୍ରିୟଦର୍ଶିନୀ ମହାନ୍ତି(ଶିକ୍ଷୟିତ୍ରୀ)
ମେଘ ସବାରିରେ ବରଷା ଅ ।ସଇ
ପବନରେ ଦୋଳି ଖେଳି,
ବରଷି ବରଷି ତୃଷା ମେଣ୍ଟାଏ ସେ
ହୋଇଯାଏ ଦେହେ ବୋଳି ।
ବଇଶାଖ ନିଦାଘେ ମାଟି ମା\’ ଅ ।ମ
ଯାଉଥାଏ ଶୁଷ୍କ ହୋଇ,
ପ୍ରକୃତି ରାଣୀ ଯେ ହସି ଉଠେ ପୁଣି
ବରଷା ଟିକିଏ ପାଇ ।
ନଦୀ, ନାଳ ସବୁ କଳ କଳ କରି
ବହେ ଅ ।ନନ୍ଦ ମନରେ,
ପକ୍ଷୀଗଣ ପାଇ ବରଷାର ଛୁଅ ।ଁ
ନାଚନ୍ତି ମନ ଖୁସିରେ ।
ପହିଲି ବର୍ଷାର ଜଳବିନ୍ଦୁ ଯେବେ
ମାଟିର ଚରଣ ଛୁଏଁ,
ଓଦା ମାଟିର ସେ ମହ ମହ ବାସ୍ନା
ଧରଣୀ ମହକି ଯାଏ ।
ସାରୁ ଗଛ ମୂଳେ ବେଙ୍ଗ ରଡି ଛାଡି
ବେଙ୍ଗୁଲିକୁ ଡାକେ କେତେ,
ଦଉଡ଼ି ଅ ।ସଇ ବେଙ୍ଗୁଲି ରାଣୀଟି
ମିତ ବାଇବାକୁ ସତେ ।
ମୁଷଳ ଧାରାରେ ବର୍ଷିବାର ଦେଖି
ମୟୂର କରଇ ନୃତ୍ୟ,
ପ୍ରକୃତି ରାଣୀ ଯେ ନୃତ୍ୟ ତା\’ର ଦେଖି
ହୋଇଯାଏ କୃତ୍ୟ କୃତ୍ୟ ।
କେତେ ମନଲୋଭା ବରଷା ଦୃଶ୍ୟଟି
ଓଳିରୁ ପଡିଲେ ପାଣି,
କେତେ ଅସୁମାରୀ ଫୋଟକା ଫୁଟଇ
ଉଭେଇ ଯାଏ ସେ ପୁଣି ।
ପ୍ରିୟଦର୍ଶିନୀ ମହାନ୍ତି(ଶିକ୍ଷୟିତ୍ରୀ)
ଖୋର୍ଦ୍ଧା
