ହୀରାକୁଦ ଜଳ ଭଣ୍ଡାରରୁ ୧୫ ଗେଟ୍ ଖୋଲା

0
herakuda

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଛତିଶଗଡ଼ଠାରେ ବର୍ଷା ଲାଗି ରହିବା ଫଳରେ ସମ୍ପୃକ୍ତ ଜଳଭଣ୍ଡାର ଗେଟ୍ ଗୁଡ଼ିକ ଖୋଲିବା ସଂଖ୍ୟା ବୃଦ୍ଧି କରାଯାଇଛି । ଗତ ୨୫ ତାରିଖରେ ୧୦ଟି ଗେଟ୍ ଖୋଲାଯାଇଥିଲା ବେଳେ ଏହାକୁ ମିଶାଇ ଆଜି ୧୫ଟି ଗେଟ୍ ଖୋଲାଯାଇଛି । ସନ୍ଧ୍ୟା ୬ଟାରେ ମିଳିଥିବା ସୂଚନା ଅନୁଯାୟୀ ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୬୫ହଜାର ୫୨୬ ଘନଫୁଟ ପାଣି ଛଡ଼ାଯାଉଛି ।
ଏହି ସମୟରେ ୭୭ ହଜାର ୧୩ ଘନଫୁଟ ପାଣି ପ୍ରବେଶ କରୁଛି । ଖଇରାମାଳଠାରେ ୨ ଲକ୍ଷ ୭୭ ହଜାର ୫୦୦ ଘନଫୁଟ ପାଣି ପ୍ରବାହିତ ହେଉଥିଲା ବେଳେ ବରମୂଳରେ ୧ ଲକ୍ଷ ୮୮ ହଜାର ୭୫୦ ଘନଫୁଟ ପାଣି, ମୁଣ୍ଡୁଳିରେ ୭୧ ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି ବୋଲି ଏସ.ଆର.ସି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *