ବିଶ୍ବ ଦୌଡ଼କୁଦ ଚାମ୍ପିୟନ୍‌ସିପ୍‌ସ୍‌ରେ ରୌପ୍ୟ ପଦକ ଜିଣି ଇତିହାସ ରଚିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ଓରଗନ୍‌ ଚାଲିଥିବା ବିଶ୍ବ ଦୌଡ଼କୁଦ ଚାମ୍ପିୟନ୍‌ସିପ୍‌ସ୍‌ରେ ଆୟୋଜିତ ପୁରୁଷ ଜାଭ୍‌ଲିନ୍‌ ଥ୍ରୋ ପ୍ରତିଯୋଗିତାରେ ଆଜି ରୌପ୍ୟ ପଦକ ଜିଣି ଭାରତୀୟ ଖେଳାଳି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି।

ପୁରୁଷ ଜାଭ୍‌ଲିନ୍‌ ଥ୍ରୋ ପ୍ରତି‌ଯୋଗିତାରେ ନୀରଜ ଚୋପ୍ରା ସର୍ବାଧିକ ୮୮.୧୩ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ଫିଙ୍ଗାରେ ସେ ୮୨.୩୯ ମିଟର୍‌ ଏବଂ ଦ୍ବିତୀୟ ଫିଙ୍ଗାରେ ୮୬.୩୭ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗିଥିଲେ।

ବେଳେ ୯୦.୧୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ଗ୍ରେନେଡୀୟ ଖେଳାଳି ଆଣ୍ଡର୍‌ସନ୍‌ ପିଟର୍ସ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାର ପୂର୍ବ ଥର ବି ସେ ପ୍ରଥମ ସ୍ଥାନ ଅକ୍ତିଆର କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ବି‌ଶ୍ବ ଦୌଡ଼କୁଦ ଚାମ୍ପିୟନ୍‌ସିପ୍‌ର ଜାଭ୍‌ଲିନ୍‌ ଥ୍ରୋ’ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ବଜାୟ ରଖିବାରେ ଆଣ୍ଡର୍‌ସନ୍‌ ପିଟର୍ସ ହେଉଛନ୍ତି ଦ୍ବିତୀୟ ବ୍ୟକ୍ତି। ଆଜିର ପ୍ରତିଯୋଗିତାରେ ସେ ୩ ଥର ୯୦ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗିଥିଲେ। ସେଥିରୁ ସର୍ବାଧିକ ଦୂରତା ଥିଲା ୯୦.୫୪ ମିଟର୍‌।

ସେହିପରି, ଜର୍ମାନିର ନ୍ୟାସ୍‌ନାଲ୍‌ ଚାମ୍ପିୟନ୍‌ ଜୁଲିୟାନ୍‌ ୱେବର୍‌ ୮୬.୮୬ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି କାଂସ୍ୟ ପଦକ ହାସଲ କରିଛନ୍ତି।

ଏହି ପ୍ରତିଯୋଗିତାରେ ଜିଣିବା ପରେ ନୀରଜ ଚୋପ୍ରା ‘ଅଲିମ୍ପିକ୍‌ ଚାମ୍ପିୟନ୍‌’, ‘ଏସିଆନ୍‌ ଗେମ୍‌ସ୍‌ ଚାମ୍ପିୟନ୍‌’, ‘କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌ ଚାମ୍ପିୟନ୍‌’ ଏବଂ ‘ୱାଲ୍‌ର୍ଡ ଆଥ୍‌ଲେଟିକ୍‌ସ୍‌ ଚାମ୍ପିଅନ୍‌ସିପ୍’ ରୌପ୍ୟ ପଦକ ବିଜେତା ହୋଇପାରିଛନ୍ତି।

ସୂଚନାଯୋଗ୍ୟ, ‘ୱାଲ୍‌ର୍ଡ ଆଥ୍‌ଲେଟିକ୍‌ସ୍‌ ଚାମ୍ପିଅନ୍‌ସିପ୍’ ପଦକ ଜିଣିବାରେ ନୀରଜ ହେଉଛନ୍ତି ଦ୍ବିତୀୟ ଖେଳାଳି। ୨୦୦୩ରେ ଏହି ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଲଙ୍ଗ୍‌ ଜମ୍ପ୍‌ରେ ଭାରତୀୟ ଖେଳାଳି ଅଞ୍ଜୁବବି ଜର୍ଜ କାଂସ୍ୟ ପଦକ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *

You may have missed