saibar

ଶିକାର ହେଉଛନ୍ତି ନୀରିହ ଜନତା
କଟକ, (ପ୍ରବାହ ନ୍ୟୁଜ୍‌): ବର୍ତ୍ତମାନ କରୋନା ଭୟରେ ଦେଶର ସମସ୍ତ ବର୍ଗର ଜନସାଧାରଣ ଅ ।ର୍ଥୀକ ସଂଙ୍କଟ ଦେଇ ଗତି କରୁଛନ୍ତି । ବିଗତ କିଛି ମାସ ଧରି କରୋନା ଭୂତାଣୁ ସଂକ୍ରମଣ କାୟା ବିସ୍ତାର କରି ଅ ।ସୁଥିବାରୁ ଦେଶ, ରାଜ୍ୟ, ଜିଲ୍ଲା ଓ ସହର ଗୁଡିକରେ କୋକୁଅ । ଭୟ ପଡିଯାଇଛି । ଏଥିପାଇଁ ସମାଜର ସବୁ ବର୍ଗର କିଛି ନାକିଛି କ୍ଷୟକ୍ଷତି ହୋଇଚାଲିଛି । ଯାହାର ଭରଣା ନିକଟ ଅତୀତରେ କରିବାରେ କଷ୍ଟକର ହୋଇପଡିବ । ଠିକ୍ ଏହି ଘଡ଼ି ସନ୍ଧି ସମୟରେ ମାତିଛନ୍ତି ସାଇବର୍ ଠକ । ଏହି ଠକମାନେ ଅନଲାଇନ୍ ମାଧ୍ୟମରେ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ଯୋଗାଯୋଗ କରି ସମ୍ପର୍କ ଯୋଡିବା ସହିତ ଜିନିଷ କିଣାବିକା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି । ଏହି ଠକେଇ କାରବାର ବା ସାଇବର୍ ଠକଙ୍କ କାରବାର ଗତ କିଛିଦିନ ହେଲା ବେସ୍ ବଢି ଯାଇଛି । ପ୍ରତ୍ୟେକ ଦିନ କୌଣସି ନା କୌଣସି ବର୍ଗର ବ୍ୟକ୍ତି ଏହି ଠକେଇର ଶିକାର ହେଉଥିବା ଲକ୍ଷ କରାଯାଉଛି । ଯାହାକି ବହୁ ଅନ୍‌ଲାଇନ୍ ଅନବିଜ୍ଞ, ନିରୀହ ଲୋକଙ୍କ ସହିତ କିଛି ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସମ୍ପର୍କୀୟ ଏହାର ଶିକାର ହୋଇଛନ୍ତି । ସାଧାରଣ ଲୋକଙ୍କୁ ଫୋନ ମାଧ୍ୟମରେ କଲ କରି ସୂଚନା ଦେବା ସହିତ କେତେ ବେଳେ ବିନିଯୋଗ ରାଶିକୁ ବହୁଗୁଣିତ ହେବାର ଅର୍ଥ ଲାଳସାର ପ୍ରଲୋଭନ ଦେଖାଇ ତ କେତେ ବେଳେ ଏଟିଏମ୍ କାର୍ଡ଼ ସକ୍ରିୟ କରିବା ଓ ଅନ୍ୟାନ୍ୟ କାରସାଦି କରି ବିଭିନ୍ନ ଅ ।ଳ ଦେଖାଇ ଏହି ମାଫିଅ ।ମାନେ ଲୁଟିଚାଲିଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଯାହାର ଚେର ପୋଲିସ ବିଭାଗ ସହିତ ଗୁଇଂନ୍ଦା ବିଭାଗ ଠଉରାଇ ପାରୁନଥିବା ଅନୁଭବ ହେଉଛି । ଏପରି କ୍ରାଇମକୁ ରୋକିବା ଦିଗରେ ସରକାର ଗୃହ ବିଭାଗ ପକ୍ଷରୁ ବିଶେଷ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ହେତୁ ଏହି ଠକ୍‌ଙ୍କର ସାହସ ଦିନକୁ ଦିନ ବଢିବା ସହିତ ପ୍ରଶାସନ ଅ ।ଖିରେ ଧୂଳିଦେଇ ସାଧାରଣ ଲୋକଙ୍କୁ ଏହି ସାଇବର ଲୁଟେରା ମାନେ ଲୁଟିବାରେ ଲାଗିପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *