ଜବରଦଖଲରେ ଶ୍ରୀମନ୍ଦିର ଭୂ ସମ୍ପତ୍ତି

0
jagannath-puri-1592926817

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ଯେଭଳି ଭାବାବେଗ ପ୍ରକାଶ ପାଇଛି ତାହା କାର୍ଯ୍ୟରେ ରୂପାନ୍ତରିତ ହେଲେ ଶ୍ରୀମନ୍ଦିର ପ୍ରଶାସନର ଯେତେ ଭୂ ସମ୍ପତ୍ତି ଜବଦରଖଲରେ ରହିଛି ତାହା ମୁକ୍ତ ହୋଇପାରିବ ଏବଂ ମନ୍ଦିର ପରିଚାଳନାରେ ମଧ୍ୟ ସୁଧାର ଆସିପାରିବ ବୋଲି ଜଗନ୍ନାଥପ୍ରେମୀମାନେ ଅ ।ଶାବ୍ୟକ୍ତ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ, ରାଜ୍ୟ ଭିତରେ ଓ ବାହାରେ ଶ୍ରୀମନ୍ଦିର ପ୍ରଶାସନର ୫୬ହଜାର ଏକରରୁ ଅଧିକ ଭୂସମ୍ପତ୍ତି ଥିବା ବେଳେ ଏଥିରୁ ପ୍ରାୟ ୨୫ହଜାର ଏକରରୁ ଊର୍ଦ୍ଧ୍ୱ ସମ୍ପତ୍ତିର ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ । ଶ୍ରୀମନ୍ଦିରର ବ୍ୟାପକ ଭୂସମ୍ପତ୍ତି ଜବରଦଖଲରେ ରହିଛି ଏମିତିକି ମନ୍ଦିର ଜମିରେ ଥିବା ପଥର ଖଣି ସବୁ ଲୁଟ୍ କରି ମାଫିଅ ।ମାନେ କୋଟିକୋଟି ଟଙ୍କାର ମୁନାଫା ଉଠାଉଛନ୍ତି । ଶ୍ରୀମନ୍ଦିରର ଏହି ଜବରଦଖଲରେ ଥିବା ସମ୍ପତ୍ତି ଏବଂ ଠିକଣା ରାଜଭାଗ ମିଳୁନଥିବା ଜମିକୁ ବଜାର ଦରରେ ବିକ୍ରି କରି ଶ୍ରୀମନ୍ଦିର ଅ ।କାଉଣ୍ଟରେ ସ୍ଥାୟୀ ଜମା ରଖାଗଲେ ଏହାର ସୁଧରୁ ଯେତେ ଅର୍ଥ ମିଳିବ ସେଥିରେ ମନ୍ଦିର ପରିଚାଳନା ସହିତ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ମଧ୍ୟ ସହଜରେ ହୋଇପାରିବ ।
ସେହିପରି ପ୍ରାୟ ୪୫ ବର୍ଷ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର ଘର ଖୋଲିନାହିଁ କିମ୍ବା ଏଥିରେ ଗଚ୍ଛିତ ଥିବା ସମ୍ପତ୍ତିର ପୁନଃଅ ।କଳନ ଅ ।ଉ ହୋଇନାହିଁ । ଏହି ଭଣ୍ଡାର ଘରର ଚାବି ହଜିବା ଘଟଣା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅ ।ଲୋଡ଼ନ ସୃଷ୍ଟି କରିଥିଲା ଏବଂ ଏହାର ତଦନ୍ତ ପାଇଁ ବସିଥିବା କମିଶନ ରିପୋର୍ଟ ଦେଇଥିଲେ ମଧ୍ୟ କୌଣସି ଅକୁହା କାରଣ ଯୋଗୁ ଏଯାôବ ଭିତର ରତ୍ନଭଣ୍ଡାରର ଚାବି ଖୋଲା ଯାଉନାହିଁ କି ଏଥିରେ ପୂର୍ବରୁ ମହଜୁଦ ଥିବା ମୂଲ୍ୟବାନ ସୁନା, ରୁପା ଓ ଅନ୍ୟ ରତ୍ନ ଅଳଙ୍କାରଗୁଡ଼ିକର ହିସାବ ନିକାସ ବି ହେଉନାହିଁ । ସୁପ୍ରିମକୋର୍ଟଙ୍କ ପରିବର୍ତ୍ତିତ ରାୟ ଅନୁଯାୟୀ ରଥଯାତ୍ରା ହୋଇଥିଲା । ନୀଳାଦ୍ରୀବିଜେ ପୂର୍ବରୁ ରତ୍ନଭଣ୍ଡାର ଖୋଲି ଏଥିରେ ଥିବା ସାମଗ୍ରୀର ଅ ।କଳନ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଛି ।
କେବଳ ପୁରୀ ଶ୍ରୀମନ୍ଦିର ନୁହେଁ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ବହୁ ଦେବୋତ୍ତର ଓ ମଠବାଡ଼ି ସମ୍ପତ୍ତି ଆମ ରାଜ୍ୟରେ ଜବରଦଖଲକାରୀଙ୍କ କବ୍ଚାରେ ରହିଛି । ଗୋଟିଏ ପଟେ ଧାର୍ମିକ ପରମ୍ପରାକୁ ନେଇ ଭାବାବେଗ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଠାକୁରମାନଙ୍କ ସେବା ପାଇଁ ଖଞ୍ଜା ଯାଇଥିବା ଭୂ ସମ୍ପତ୍ତି ଓ ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥର ସଂରକ୍ଷଣ ଦିଗରେ ସରକାରୀ ଓ ବେସରକାରୀସ୍ତରରେ ଉଦ୍ୟମ ହେଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ।
ଶ୍ରୀମନ୍ଦିର ସଂସ୍କାର ପାଇଁ ଭଗବତ ଦୟାଲ ଶର୍ମା ରାଜ୍ୟପାଳ ଥିବା ବେଳେ ତାଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟି ବସିଥିଲା ତାହାର ରିପୋର୍ଟ ଏଯାବତ୍ କାର୍ଯ୍ୟକାରୀ ହୋଇନାହିଁ । ଏହାଛଡ଼ା ଶ୍ରୀମନ୍ଦିର ସଂସ୍କାର ପାଇଁ ଜଷ୍ଟିସ ବିମଳ ଦାସ କମିଶନକୁ ଅଧାରୁ ବନ୍ଦ କରିଦିଅ ।ଯାଇଛି । ବ୍ରହ୍ମ ବିଭ୍ରାଟଠାରୁ ଆରମ୍ଭ କରି ନବକଳେବରର ତ୍ରୁଟିବିଚ୍ୟୁତି ଆଦି ପ୍ରସଙ୍ଗରେ ହୋଇଥିବା ତଦନ୍ତ ବି ଶୀତଳ ଭଣ୍ଡାରରେ ପଡ଼ିଛି । ଏମିତିକି ଶ୍ରୀମନ୍ଦିର ପରିସରରେ ହୋଇଥିବା ଦଳାଚକଟା ଓ ବିଶୃଙ୍ଖଳାର ତଦନ୍ତ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ଜୀବନମୋହନ ମହାପାତ୍ରଙ୍କ ଦ୍ୱାରା କରାଯାଇ ରିପୋର୍ଟ ସରକାରଙ୍କ ହାତକୁ ଆସିଥିଲେ ମଧ୍ୟ କୌଣସି ଅକୁହା କାରଣରୁ ସେହି ରିପୋର୍ଟକୁ ହଜାଇ ଦିଆଯିବା ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି କରିବା ସ୍ୱ୍ୱାଭାବିକ ।

Leave a Reply

Your email address will not be published. Required fields are marked *