ହେରାପଞ୍ଚମୀର ମହତ୍ୱ
ଜାଣନ୍ତୁ ହେରାପଞ୍ଚମୀର ମହତ୍ୱ
ରଥଯାତ୍ରା ପାଳନ ଅନୁଯାୟୀ ହେରାପଞ୍ଚମୀ ଏକ ଗୁରୁିତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହା ରଥଯାତ୍ରାଠାରୁ ପଞ୍ଚମ ଦିନ ପାଳନ କରାଯାଇଥାଏ । ଏହି ହେରା ପଞ୍ଚମୀକୁ ନେଇ ଏକ ସୁନ୍ଦର କଥାଟିଏ ରହିଛି । ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ନିଜ ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଗୁଣ୍ଡିଚା ଘରକୁ ଯାତ୍ରାରେ ବାହାରି ଥାଆନ୍ତି । ମାତ୍ର ମା\’ଲକ୍ଷ୍ମୀଙ୍କୁ ସାଙ୍ଗରେ ନଆଣିଥିବାରୁ ସେ ଅଭିମାନ କରନ୍ତି । ରଥଯାତ୍ରାର ପଞ୍ଚମ ଦିନରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ।
ପରମ୍ପରା ଅନୁଯାୟୀ ହେରାପଞ୍ଚମୀରେ ମା\’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରରରେ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ । ଏହାକୁ ନେଇ ମା\’ ଲକ୍ଷ୍ମୀ କ୍ରୋଧାନ୍ୱିତ ହୋଇପଡ଼ିଥିଲେ ଓ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଦେଇଥିଲେ ।
ଘଣ୍ଟଘଣ୍ଟା, କାହାଳୀ ସହିତ ଏକ ଭବ୍ୟ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚିବା ପରେ ସେଠାରେ ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହୀ ନୀତି ସମ୍ପନ୍ନ ହୋଇଥିଲା । ପରେ ସେଠାରୁ ସିଂହଦ୍ୱାର ଦେଇ ମା ଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ପହଞ୍ଚିଥିଲେ । ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଚାଲିଥିବାରୁ ଜୟବିଜୟ ଦ୍ୱାର ନିକଟରେ ମା ଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଧୂପ ଚାଲୁଥିବାରୁ ଦୁଇଟି ଯାକ କବାଟ ବନ୍ଦ କରି ଦିଆଯାଇଥିଲା । ଯାହା ମା ଲକ୍ଷ୍ମୀଙ୍କୁ ଅପମାନ ଦେଇଥିଲା । ଅପମାନରେ ମା \”ଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ବାହାରି ଆସିବା ବେଳେ ରାଟରେ ମହାପ୍ରଭୁଙ୍କ ରଥ ଭାଙ୍ଗି ଥିଲେ ।
