ବେଦାନ୍ତ ଆଲୁମିନିୟମ ଫ୍ଲାଏ ଆଶ ଉପଯୋଗ ପାଇଁ ପୁରସ୍କାର ଲାଭ କରିଛି

ମିଶନ ଏନର୍ଜି ଫାଉଣ୍ଡେସନ ଦ୍ୱାରା ଫ୍ଲାଏ ଆଶ ଉପଯୋଗିତା ସମ୍ମିଳନୀ ଏକ୍ସପୋ ପୁରସ୍କାରର ୧୧ଶ ସଂସ୍କରଣରେ ଏକ ହ୍ୟାଟ୍ରିକ ସ୍କୋର ହାସଲ କରିଛି ।

ନୂଆଦିଲ୍ଲୀ, ୧୭ ମଇ, ୨୦୨୨: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ମିଶନ ଏନର୍ଜି ଫାଉଣ୍ଡେସନ ଦ୍ୱାରା ଫ୍ଲାଏ ଆଶ ଉପଯୋଗିତା ସମ୍ମିଳନୀ ଏକ୍ସପୋ ପୁରସ୍କାରର ୧୧ଶ ସଂସ୍କରଣରେ ଏକ ହ୍ୟାଟ୍ରିକ ସ୍କୋର ପୁରସ୍କାର ହାସଲ କରିଛି । ଝାରସୁଗୁଡ଼ାରେ ବେଦାନ୍ତର ବିଦ୍ୟୁତ ଉତ୍ପାଦନ ଯଥାକ୍ରମେ >=୫୦୦ଏମ୍‌ଡବ୍ଲୁ ମେଗାୱାଟ ଓ ଣ୍ଟ=୫୦୦ ଏମ୍‌ଡବ୍ଲୁ ମେଗାୱାଟ ବର୍ଗରେ ପୁରସ୍କାର ଲାଭ କରିଥିଲା ଓ ବେଦାନ୍ତର ଛତିଶଗଡ଼ର ବାଲକୋ କ୍ୟାପଟିଭ ପାୱାର ପ୍ଲାଂଟ ବର୍ଗ ପାଇଁ ପୁରସ୍କାର ପାଇଛି । ଏହି ପ୍ରତିଯୋଗିତାରେ ପ୍ରାୟ ୧୬୦ଟି କଂପାନି ଅଂଶଗ୍ରହଣ କରିଥିଲେ ଓ ବେଦାନ୍ତ ଆଲୁମିନିୟମ ଏହାର ଫ୍ଲାଏ ଆଶ ଉପଯୋଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସୁନିଶ୍ଚିତ କରିଛି ।

କୋଇଲା ବ୍ୟବହାର କରି ତାପଜ ବିଦ୍ୟୁତ ଉତ୍ପାଦନର ଏକ ଉପ ଉତ୍ପାଦ, ଯାହା ବେଦାନ୍ତର ଆଲୁମିନିୟମ ସ୍ମେଲଟର ପାଇଁ ବିଜୁଳି ଆବଶ୍ୟକତାକୁ ପୂରଣ କରେ । ମୂଲ୍ୟ, ଗୁଣବତା ଓ ସ୍ଥାୟିତ୍ୱ ଦୃଷ୍ଟିରୁ ତିନିଗୁଣା ଲାଭ ପ୍ରଦାନ କରିବାକୁ ସିମେଂଟ, ନିର୍ମାଣ ଓ ଭିତିଭୂମି ଶିଳ୍ପରେ ଫ୍ଲାଏ ଆଶାର ଅନ୍ତର୍ନିହିତ ଗୁଣ ଗୁଡ଼ିକ ପ୍ରଭାବଶାଳୀ ଅଟେ । କମ କାର୍ବନ \”ସବୁଜ\’ ସିମେଂଟ ଉତ୍ପାଦନ ପାଇଁ କଂପାନି ଏହାର ଝାରସୁଗୁଡ଼ା ଓ ବାଲକୋ ପ୍ଲାଂଟରୁ ଫ୍ଲାଏ ଆଶକୁ ଯୋଗାଉଛି ସିମେଂଟ ଉତ୍ପାଦନରେ ଉତ୍ପାଦର ଗୁଣବତା ବୃଦ୍ଧି କରିବା ବ୍ୟତୀତ ବ୍ୟବହୃତ ପ୍ରତି ଟନ ଫ୍ଲାଏ ଆଶରେ ପ୍ରାୟ ୭୦୦-୮୦୦ କିଲାଗ୍ରାମ କାର୍ବ ନିର୍ଗମନ, ୪.୨ ନିୟୂତ କେଜେ ଶକ୍ତି ଓ ୩୪୧ ଲିଟର ଜଳ ସଂଚୟ ହୋଇଥାଏ ।

ଅନୂରୂପ ଭାବରେ ବେଦାନ୍ତ ଆଲୁମିନିୟମ ଓଡ଼ିଶା ଓ ଛତିଶଗଡ଼ରେ ଏହାର କାର୍ଯ୍ୟ ପରିସର ନିକଟରେ ଶହ ଶହ ସ୍ଥାନୀୟ ଇଟା ତିଆରି ଏମଏସଏମଇଙ୍କ ସହିତ କାର୍ଯ୍ୟ କରୁଛି ଓ ସେମାନଙ୍କୁ ମାଟି କାଦୁଅ ଇଟା କରିବାକୁ ପଡ଼ୁ ନାହିଁ । ଫ୍ଲାଏ ଆଶ ଇଟା ପାରମ୍ପାରିକ ମାଟି ଇଟା ଠାରୁ ହାଲୁକା ଓ ଶକ୍ତିଶାଳୀ ଓ ଏହାର କଂଚାମାଲ ପାଇଁ ଏହା ଗୁରୁତ୍ୱ ରଖେ । ଏହି ଇଟା ତିଆରି ହେବା ଦ୍ୱାରା ୧.୯ ମେଟ୍ରିକ ଟନ ଟପ ସଏଲର ସୁରକ୍ଷା ହୋଇ ପାରିବ । ଏହା ବ୍ୟତୀତ ପାଉଁଶ ଇଟା ତିଆରି ପରିବେଶ ଉପଯୋଗୀ ଉପାୟରେ ପ୍ରସ୍ତୁତ ହେଉଥିବାରୁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ କମ ହୋଇଥାଏ ଓ ୫୯୦୦ କିଲାଗ୍ରାମ କାର୍ବନ ଡାଇଅକ୍ସାଇଡ ନିର୍ଗମନକୁ ଏଡ଼ାଇ ଦିଆଯାଇ ପାରେ ।

ଓଡ଼ିଶାରେ ଫ୍ଲାଏ ଆଶକୁ ନେଇ ସବୁଜ ରାସ୍ତା ନିର୍ମାଣ ପାଇଁ କଂପାନି ନ୍ୟାସନାଲ ହାଇୱେ ଅଥୋରିଟି ଅଫ ଇଣ୍ଡିଆ ସହିତ ଦୀର୍ଘକାଳୀନ ସହଭାଗୀତା କରିଛି । ସେହିପରି ଫ୍ଲାଏ ଆଶ ବ୍ୟବହାର କରି ସିମେଂଟ ତିଆରି ଉପରେ ଗୁରୁତ୍ୱ ଦେବା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବୈଷୟିକ କର୍ମଚାରଙ୍କୁ ନେଇ ମଝିରେ ମଝିରେ କର୍ମଶାଳା ଆୟୋଜନ କରିଥାଏ । ଏହି ଉପାୟ ମାଧ୍ୟମରେ କଂପାନି ୨୦୨୨ରେ ସିମେଂଟ ଉତ୍ପାଦନରେ ପ୍ରାୟ ୨.୮ ଲକ୍ଷ ଟନ ଫ୍ଲାଏ ଆଶ ବ୍ୟବହାର କରିଛି ଓ ଇଟା ତିଆରି ପାଇଁ ୨.୭ ଲକ୍ଷ ଟନ ଯୋଗାଇଛି ।

ସ୍ଥାୟୀ ବିକାଶ ପାଇଁ ବେଦାନ୍ତ ଆଲୁମିନିୟମର ଆଭିମୁଖ୍ୟ ସଂପର୍କରେ ଶ୍ରୀ ରାହୁଲ ଶର୍ମା, ସିଇଓ ଆଲୁମିନିୟମ ବିଜିନେସ, ବେଦାନ୍ତ ଲିମିଟେଡ କହିଛନ୍ତିଯେ ଆମର ଜଳବାୟୁ ଟିପିଙ୍ଗ ପଏଂଟରେ ରହିଛି, ଭାରତରେ ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଭାବରେ ଆମର ମିଶନ ହେଉଛି ଆସନ୍ତାକାଲି ଯେଉଁଠାରେ ପ୍ରକୃତି ଓ ଆମର ପରବର୍ତି ପିଢି଼ି ପାଇଁ ଏକ ପ୍ରତିଶ୍ରୁତି ବହନ କରିବ । ବିଭିନ୍ନ ହୀତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଫ୍ଲାଏ ଆଶ ପରି ବର୍ଜ୍ୟ ପଦାର୍ଥକୁ ଉପଯୋଗ କରିବା ଏକ ଗୁରୁତ୍ପୂର୍ଣ୍ଣ ପଦକ୍ଷେପ । ଏହା ଦ୍ୱାରା ପରିବେଶର ସୁରକ୍ଷା ହେବା ସହିତ କାର୍ବନ ଅଂଶ କମ ହୋଇ ପାରିବ । ବିଶ୍ୱର ପରିବର୍ତିତ ବୈଷୟିକୀ ସହିତ ତାଳ ଦେଇ ଆମେ ବେଦାନ୍ତ ଲିମିଟେଡ ୧୦୦% ଉପ ଉତ୍ପାଦକୁ ଲାଭଜନକ ଉପାୟରେ ବ୍ୟବହାର କରିବା ପ୍ରୟାସକୁ ଦୁଇଗୁଣା କରିଛୁ, ଯାହା ଏହି ପୁରସ୍କାର ଲାଭର ଏକ ବଳିଷ୍ଠ ଦୃଷ୍ଟାନ୍ତ ।


ବେଦାନ୍ତ ଆଲୁମିନିୟମ, ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ଆର୍ଥିକ ବର୍ଷ ୨୦୨୨ରେ ଭାରତ ପାଇଁ ଅର୍ଦ୍ଧେକ ଆଲୁମିନିୟମ ଅର୍ଥାତ ୨.୨୬ ନିୟୂତ ଟନ ଉତ୍ପାଦନ କରିଛି । ଏହା ଏକ ଅଗ୍ରଣୀ ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟିକାରୀ । ଏହାର ବିଶ୍ୱଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ରିଫାଇନାରି ଓ ପାୱାରପ୍ଲାଂଟକୁ ନେଇ କଂପାନି ଏକ ସବୁଜ ଭବିଷ୍ୟତ ଉଦ୍ଦେଶ୍ୟରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ଭବିଷ୍ୟତର ଧାତୁ ରୂପେ ସ୍ୱପ୍ନ ପୂରଣ କରିବା ପ୍ରୟାସ ଜାରି ରଖିଛି ।

Leave a Reply

Your email address will not be published. Required fields are marked *