ନାଲକୋରେ ୨୪ତମ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ

ମୁଖ୍ୟବକ୍ତା ଭାବେ, ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଶ୍ରୀ କେ. ଶିବନ୍ ଙ୍କ ଅଭିଭାଷଣ ପ୍ରଦାନ

ଭୁବନେଶ୍ୱର, ୧୧.୦୫.୨୦୨୨: ନବରତ୍ନ କେନ୍ଦ୍ରୀୟ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ଆଜି ଏହାର ଭୁବନେଶ୍ୱରସ୍ଥିତ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (ଘଜଞଉ) ଠାରେ ୨୪ତମ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ କରିଅଛି ଜ୍ଝ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେ ଶିବନ୍, ଆଭସୀ ମାଧ୍ୟମରେ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ \”ଏକ ସ୍ଥିର ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ\” ବିଷୟବସ୍ତୁ ଉପରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିଥିଲେ। ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର, ଅଧ୍ୟକ୍ଷ ଅଭିଭାଷଣ ପ୍ରଦାନ କରିଥିବାବେଳେ, ଶ୍ରୀ ମନସା ପ୍ରସାଦ ମିଶ୍ର, ନିର୍ଦ୍ଦେଶକ (ପି.ଆଣ୍ଡ.ଟି)ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର‌୍ୟ୍ୟକ୍ରମଟିରେ ଅଫଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ ନାଲକୋର ସମସ୍ତ ୟୁନିଟ୍ ତଥା ଦେଶରେ ଅବସ୍ଥିତ କମ୍ପାନୀର ବିଭିନ୍ନ ଆଞ୍ଚଳିକ କାର‌୍ୟ୍ୟାଳୟଗୁଡ଼ିକର କର୍ମଚାରୀମାନେ ଯୋଗ ଦେଇଥିଲେ ଜ୍ଝ

Leave a Reply

Your email address will not be published. Required fields are marked *