ଆମାଜନ ଗ୍ଲୋବାଲ ବିକ୍ରୟ କ୍ଷେତ୍ରରେ ଭାରତୀୟ ରପ୍ତାନିକାରୀମାନେ ରପ୍ତାନିରେ ୫ ବିଲିୟନ ଡଲାର ଅତିକ୍ରମ କରିବାକୁ ସକ୍ଷମ ହୋଇଛନ୍ତି,୨୦୨୫ ସୁଦ୍ଧା ଭାରତରୁ ରପ୍ତାନୀରେ ୨୦ ବିଲିୟନ ଡଲାର ଛୁଇଁ ରପ୍ତାନୀ ପ୍ରତିଶ୍ରୁତିକୁ ଦୁଇଗୁଣା କରିବାକୁ ଯୋଜନା

• ୨୦୨୧ରେ ଆମାଜନ ଗ୍ଲୋବାଲ ବିକ୍ରୟର ଶ୍ରେଷ୍ଠ ବର୍ଗ ଭାବରେ ପୋଷାକ, ଖେଳନା, ଅଳଙ୍କାର ୮୨%, ୫୫%, ୪୭% ବୃଦ୍ଧି ହାସଲ କରିଛି
• ୨୦୨୧ରେ ଆମାଜନ ଗ୍ଳୋବାଲ ସେଲିଂରେ ୧୦୦୦ ରୁ ଅଧିକ ଭାରତୀୟ ରପ୍ତାନିକାରୀ ୧ କୋଟି ଟଙ୍କା (୧୩୧ ହଜାର ଡଲାର) ଅତିକ୍ରମ କରିଛନ୍ତି
ବେଙ୍ଗାଲୁରୁ, ୦୪ ମଇ , ୨୦୨୨: ଆମାଜନ୍ ପକ୍ଷରୁ ଏକ୍ସପୋର୍ଟ ଡାଇଜେଷ୍ଟ ୨୦୨୨ ଉନ୍ମୋଚନ କରାଯିବା ସହିତ ଘୋଷଣା କରାଯାଇଛି ଯେ, ଆମାଜନ୍ ଗ୍ଲୋବାଲ ସେଲିଂ କାର୍ଯକ୍ରମରେ ଭାରତୀୟ ରପ୍ତାନିକାରୀଙ୍କ ଦ୍ୱାରା କରାଯାଇଥିବା ମୋଟ ରପ୍ତାନି ୫ ବିଲିଅନ ଡଲାର ମାଇଲଖୁଟଂକୁ ଅତିକ୍ରମ କରିବା ସକାଶେ ଠିକ୍ ବାଟରେ ଆଗେଇ ଚାଲିଛି । ପ୍ରଥମ ବିଲିୟନ ଡଲାରକୁ ସକ୍ଷମ କରିବାକୁ ଏହି କାର୍ଯ୍ୟକ୍ରମ ପ୍ରାୟ ତିନି ବର୍ଷ ସମୟ ନେଇଥିଲା ଏବଂ ଶେଷ ଦୁଇ ବିଲିୟନ ଡଲାର ମାତ୍ର ୧୭ ମାସ ମ୍ମରେ ହାସଲ ହୋଇପାରିଛି । ଏହି କାର୍ଯ୍ୟକ୍ରମ ଦେଶର ବିଭିନ୍ନ ପ୍ରକାରର ବ୍ୟବସାୟ ମଧ୍ୟରେ ଉଲ୍ଲେଖନୀୟ ସାକ୍ଷୀର ଭୂମିକା ଗ୍ରହଣ କରି ପାରିଛି । ୨୦୧୫ ରେ ଆରମ୍ଭ ହେବା ଦିନଠାରୁ ଏହା ୧ ଲକ୍ଷରୁ ଅଧିକ (୧୦୦ ହଜାର ଡଲାର) ରପ୍ତାନି କରିବାକୁ ସକ୍ଷମ ହୋଇଛି ।
ଏହି ରପ୍ତାନିକାରୀମାନେ ଆମାଜନ ମାଧ୍ୟମରେ ବିଶ୍ୱବ୍ୟାପୀ ଗ୍ରାହକଙ୍କୁ ଲକ୍ଷ ଲକ୍ଷ ମେଡ ଇନ ଇଣ୍ଡିଆ ଉତ୍ପାଦ ପ୍ରଦର୍ଶନ କରିପାରୁଛନ୍ତି । ଆମେରିକା, ୟୁକେ, ୟୁଏଇ, କାନାଡା, ମେକ୍ସିକୋ, ଜର୍ମାନୀ, ଇଟାଲୀ, ଫ୍ରାନ୍ସ, ସ୍ପେନ୍ , ନେଦରଲ୍ୟାଣ୍ଡ, ତୁର୍କୀ, ବ୍ରାଜିଲ, ଜାପାନ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ଭଳି ୧୮ ଟି ଅନ୍ତର୍ଜାତୀୟ ୱେବସାଇଟରେ ଏହା ଜାରି ରହିଛି । ଏହି ପ୍ରୋଗ୍ରାମର ଦ୍ରୁତ ଅଭିବୃଦ୍ଧି ଦ୍ୱାରା ଉତ୍ସାହିତ ହୋଇ ଆମାଜନ ୨୦୨୫ ସୁଦ୍ଧା ଭାରତରୁ ୨୦ ବିଲିୟନ ଡଲାରର ରପ୍ତାନି ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହା ଦ୍ୱାରା ଆମାଜନ ଏହାର ରପ୍ତାନି ପ୍ରତିଶ୍ରୁତିକୁ ଦୁଇଗୁଣା କରିପାରିବ ।
ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ମାନନୀୟ ନାରାୟଣ ରାଣେ କହିଛନ୍ତି, “ଏମ୍ଏସଏମ୍ଇ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ହୋଇଛି ଏବଂ ଏହା ଭାରତର ଜିଡିପି ପ୍ରତି ପ୍ରାୟ ଏକ ତୃତୀୟାଂଶ ଅବଦାନ ରଖିବା ସହିତ ଦେଶର ମୋଟ ରପ୍ତାନି ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଏହି କ୍ଷେତ୍ରରୁ ହେଉଛି ।
ଭାରତୀୟ ଏମ୍ଏସଏମ୍ଇଗୁଡିକର ରପ୍ତାନି ସାମର୍ଥ୍ୟ ବୃଦ୍ଧି କରିବା ଭାରତ ସରକାରଙ୍କର ଏକ ମୁଖ୍ୟ ଅଗ୍ରାଧିକାର ବିଷୟ ହୋଇଛି ଏବଂ ଭାରତୀୟ ଏମ୍ଏସଏମ୍ଇଗୁଡିକୁ ଆନ୍ତର୍ଜାତିକ ବଜାରରେ ସଫଳତା ହାସଲ ନିମନ୍ତେ ସେମାନଙ୍କୁ ସମର୍ଥନ କରିବାକୁ ପ୍ରୟାସ କରାଯାଉଛି । ଏମ୍ଏସଏମ୍ଇ କ୍ଷେତ୍ରରୁ ରପ୍ତାନି ଅଂଶ ବୃଦ୍ଧି ଦିଗରେ ଆମାଜନ୍ର ନିରନ୍ତର ଉଦ୍ୟମ ପ୍ରଶଂସନୀୟ ଏବଂ ୨୦୨୫ ସୁଦ୍ଧା ୨୦ ବିଲିଅନ ଡଲାର ରପ୍ତାନି କରିବା ସକାଶେ ସେମାନଙ୍କର ପ୍ରତିବଦ୍ଧତା ସମୟଭିର୍ତିିକ ହୋଇଛି । ରପ୍ତାନି ଭିତିିକ ଅଭିବୃଦ୍ଧିକୁ ଆଗେଇନେଇ ଏକ ‘ଆତ୍ମନିର୍ଭର ଭାରତ’ ଗଠନ ଲକ୍ଷ୍ୟ ହାସଲ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ମୁଁ ଆମାଜନ୍ ଏବଂ ସମସ୍ତ ଏମ୍ଏସଏମ୍ଇକୁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସକାଶେ ଅଭିନନ୍ଦନ ଜଣାଉଛି ।”
ଏହି ଅବସରରେ ଆମାଜନର ଇଣ୍ଡିଆ ଏବଂ ଏମର୍ଜିଂ ମାର୍କେଟ ଏସଭିପି ଅମିତ ଅଗ୍ରୱାଲ କହିଲେ, ଆମର ଗ୍ଲୋବାଲ ବିକ୍ରୟ କାର୍ଯ୍ୟକ୍ରମ ମାଧ୍ୟମରେ ୧ ଲକ୍ଷରୁ ଅଧିକ ରପ୍ତାନିକାରୀ ହୋଇପାରିଛନ୍ତି । ଏହାର ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖି ଆମେ ଉତ୍ସାହିତ । ୨୦୨୦ ରେ, ଆମାଜନ କହିଥିଲା ଯେ, ଏହି କାର୍ଯ୍ୟକ୍ରମ ବ୍ୟବହାର କରି ୨୦୨୫ ସୁଦ୍ଧା ଭାରତରୁ ୧୦ ବିଲିୟନ ଡଲାରର ରପ୍ତାନି କରିବାକୁ ସକ୍ଷମ ହୋଇ ପାରିବ ।
ଭାରତୀୟ ଏମଏସଏମଇଗୁଡିକ ଇ-କମର୍ସ ମାଧ୍ୟମରେ ବିଶ୍ୱସ୍ତରରେ ଗ୍ରାହକଙ୍କ ନିକଟରେ ପହଂଚିବା ସହଜ ହୋଇ ପାରିଛି । ଆମେ ସାରା ବିଶ୍ୱରେ ମେଡ ଇନ ଇଣ୍ଡିଆ ଉତ୍ପାଦର ଚାହିଦାକୁ ଦୃଷ୍ଟିରେ ରଖି ଆମାଜନ ଗ୍ଳୋବାଲ ସେଲିଂରେ ଯୋଗ ଦେଉଥିବା ରପ୍ତାନିକାରୀଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି କରିବାକୁ ସକ୍ଷମ ହୋଇ ପାରିଛୁ । ଆମେ ୨୦୨୫ ସୁଦ୍ଧା ଇ-କମର୍ସ ବ୍ୟବହାର କରି ଭାରତରୁ ରପ୍ତାନି ପରିମାଣକୁ ୨୦ ବିଲିୟନ ଡ଼ଲାରରେ ପହଚାଂଇବାର ଲକ୍ଷ୍ୟ ରଖିଛୁ ।
ରପ୍ତାନି ଡାଇଜେଷ୍ଟ-୨୦୨୨ର ହାଇଲାଇଟସ୍:
ଆମାଜନର ବାର୍ଷିକ ଏକ୍ସପୋର୍ଟ ଡାଇଜେଷ୍ଟ-୨୦୨୨ ସଂସ୍କରଣ ଆମାଜନ ଗ୍ଲୋବାଲ ବିକ୍ରୟ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରୁ ରପ୍ତାନୀର ସଫଳତା ବିଷୟରେ ସୂଚନା ପ୍ରଦାନ କରିଥାଏ, ଯାହା ବିଶ୍ୱ ବଜାରରେ ଭାରତୀୟ ଉତ୍ପାଦର ଚାହିଦା ଏବଂ ବିଶ୍ୱରେ ବିକ୍ରୟ କରୁଥିବା ଭାରତୀୟ ରପ୍ତାନିକାରୀଙ୍କ ଅଭିବୃଦ୍ଧିକୁ ପ୍ରତିଫଳିତ କରିଥାଏ । ଭାରତୀୟ ରପ୍ତାନିକାରୀମାନେ ଇ-କମର୍ସ ରପ୍ତାନିକୁ ସେମାନଙ୍କ ବ୍ୟବସାୟ ବୃଦ୍ଧିର ଏକ ସୁଯୋଗ ଭାବରେ ଦେଖୁଛନ୍ତି । ୨୦୨୧ ମସିହାରେ, ଇଣ୍ଡୋ ଜନଜାତି (ହସ୍ତତନ୍ତ), ମାଉ ମେରାକି (ଚମଡ଼ା ଦ୍ରବ୍ୟ), ଆରୋମାଫ୍ୟୁମ (ଆୟୁର୍ବେଦିକ ଦ୍ରବ୍ୟ), ଡି’ମୋକ୍ଷ ହୋମସ (ହୋମ ଉତ୍ପାଦ) ସହିତ ଅନେକ ଭାରତୀୟ ଉଦ୍ୟୋଗୀ ଏବଂ ବ୍ୟବସାୟୀ ବିଶ୍ୱସ୍ତରରେ ସଫଳ ବ୍ରାଣ୍ଡ ଭାବରେ ଉଭା ହୋଇପାରିଛନ୍ତି । ଯାହା ମେଡ ଇନ୍ ଇଣ୍ଡିଆର ଲୋକପ୍ରିୟତାକୁ ଦର୍ଶାଉଛି । ଏହା ଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଭାରତର ଉତ୍ପାଦ ପହଂଚିପାରିଛି ।
ଆଂଚଳିକସ୍ତରୀୟ ହାଇଲାଇଟସ୍:
ଶୀର୍ଷ ସହର ଯେଉଁଠାରୁ ରପ୍ତାନିକାରୀମାନେ ଆମାଜନ ଗ୍ଲୋବାଲ ବିକ୍ରୟରେ ଯୋଗ ଦେଉଛନ୍ତି:
- ଉତର: ଦିଲ୍ଲୀ, ଜୟପୁର, ନୋଏଡା, ଯୋଧପୁର, ଅମୃତସର
- ପୂର୍ବ: କୋଲକାତା, ପାଟନା, ଗୁଆହାଟି, ଭୁବନେଶ୍ୱର, ସିଲିଗୁରୀ
- ପଶ୍ଚିମ: ମୁମ୍ବାଇ, ଇନ୍ଦୋର, ଅହମ୍ମଦାବାଦ, ଭୋପାଳ, ପୁଣେ
- ଦକ୍ଷିଣ: ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଏମ୍ବାଟୁର, ତ୍ରିଚି, ମଦୁରାଇ
୨୦୨୧ରେ ଆମାଜନ ଗ୍ଲୋବାଲ୍ ବିକ୍ରୟ ଉପରେ ଶୀର୍ଷ ଅଭିବୃଦ୍ଧି ବର୍ଗ
ପୋଷାକ: ବାର୍ଷିକ ପିଛା ୮୨% ଅଭିବୃଦ୍ଧି
- ଖେଳନା: ବାର୍ଷିକ ପିଛା ୫୫% ଅଭିବୃଦ୍ଧି
- ଅଳଙ୍କାର: ବାର୍ଷିକ ପିଛା ୪୭% ଅଭିବୃଦ୍ଧି
- ଘର: ବାର୍ଷିକ ପିଛା ୩୨% ଅଭିୃବୃଦ୍ଧି