କଲ୍ୟାଣ ଜୁଏଲର୍ସ ପକ୍ଷରୁ ଗ୍ରୀଷ୍ଣ ସ୍ୱତନ୍ତ୍ର ବୋନାଞ୍ଜା ଘୋଷଣା, ପ୍ରତି ଗ୍ରାମ ସୁନା ଉପରେ ସଂଚୟ ଓ ଗଢ଼ା ମଜୁରୀରେ ୨୫% ରିହାତି, ସ୍ୱତନ୍ତ୍ର ଏଡିସନ୍ ସ୍ୱର୍ଣ୍ଣ ମୁଦ୍ରା ଜିତିବା ସୁଯୋଗ

ଭୁବନେଶ୍ୱର: ଦେଶର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସ ପକ୍ଷରୁ ସାରା ଦେଶରେ ଏହାର ଗ୍ରାହକମାନଙ୍କ ଲାଗି ଗ୍ରୀଷ୍ଣ ବୋନାଞ୍ଜା ଅଫର ଘୋଷଣା କରାଯାଇଛି । ଏହି ଅବସରରେ ଗ୍ରାହକମାନେ ସୁନା ଠାରୁ ହୀରା, ଅନକଟ୍ ଓ ମୂଲ୍ୟବାନ ଷ୍ଟୋନ ଗହଣା ଆଦି ଅଳଙ୍କାର କିଣାରେ ସର୍ବାଧିକ ମୂଲ୍ୟ ପାଇପାରିବେ ।
ଏହି ନୂଆ ଅଫରରେ ଗ୍ରାହକ ମାନେ ସୁନା ମୂଲ୍ୟ ଉପରେ ତତ୍କାଳ ସଂଚୟ ସୁବିଧା ପାଇବେ । ସୁନା, ହୀରା ଓ ମୂଲ୍ୟବାନ ଷ୍ଟୋନ ଅଳଙ୍କାର ଆଦିର ସମସ୍ତ ଡିଜାଇନର ଗଢ଼ା ମୂଲ୍ୟ ଉପରେ ଗ୍ରାହକମାନେ ଫ୍ଲାଟ୍ ୨୫% ରିହାତିି ପାଇପାରିବେ । ଏହି ଦୁଇ ମେଗା ଅଫର ବ୍ୟତୀତ ଏହି ସପିଙ୍ଗ ଋତୁରେ ୩୦୦ ଭାଗ୍ୟଶାଳୀ ବିଜେତା ଉପହାର ଭାବେ କଲ୍ୟାଣ ଜୁଏଲର୍ସରୁ ସ୍ୱତନ୍ତ୍ର ଏଡିସନ ସ୍ୱର୍ଣ୍ଣ ମୁଦ୍ରା ପାଇପାରିବେ ।


ଏହି ଅଫର ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀଯୁକ୍ତ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଆଂଚଳିକ ନୂଆ ବର୍ଷଗୁଡ଼ିକ ଓ ବିବାହ ଋତୁ ଆରମ୍ଭ ହେଉଥିବାରୁ ଆମେ ନିଶ୍ଚିତ ଯେ ଆମେ ଘୋଷଣା କରିଥିବା ଗ୍ରୀଷ୍ଣ ସ୍ୱତନ୍ତ୍ର ବୋନାଞ୍ଜାକୁ ଆମ ପୃଷ୍ଠପୋଷକମାନେ ପସନ୍ଦ କରିବେ । ନିଜର ପର୍ବ ଓ ଗହଣା ସହିତ ଆମ ଗ୍ରାହକମାନଙ୍କ ରହିଥିବା ଭାବାବେଗକୁ ଆମେ ବହୁତ ଭଲ ଭାବେ ବୁଝିଛୁ, ସେଥିପାଇଁ ଆକର୍ଷଣୀୟ ଅଫର, ଶ୍ରେଷ୍ଠ ମାନର ଅଳଙ୍କାର ଓ ଅତୁଳନୀୟ ରିଟେଲ୍ ଅନୁଭୂତି ଦେଇ ସେମାନଙ୍କ ଉତ୍ସବ ପାଳନ ଅଂଶ ହେବାକୁ ଆମେ ଉଦ୍ୟମ କରୁଛୁ ।’’


ଏହି ଅଫର ୨୦୨୨ ମେ’ ୩୦ ପର୍ଯ୍ୟନ୍ତ ବୈଧ ରହିବ । ୩୦୦ ଭାଗ୍ୟଶାଳୀ ବିଜେତାଙ୍କ ନାମ ୨୦୨୨ ଜୁନ୍ ୧ରେ କଂପାନିର ୱେବସାଇଟ୍‌ରେ ଘୋଷଣା କରାଯିବ । ଇଲେକ୍ଟ୍ରୋନିକ୍ ରାଣ୍ଡୋମାଇଜର ଜରିଆରେ ବିଜେତା ଚୟନ କରାଯିବ ।


କଲ୍ୟାଣ ଜୁଏଲର୍ସରେ ବିକ୍ରି ହେଉଥିବା ଗହଣାଗୁଡ଼ିକ ହେଉଛି ବିଆଇଏସ୍ ହଲମାର୍କ ଯୁକ୍ତ ଏବଂ ବିଭିନ୍ନ ଶୁଦ୍ଧତା ପରୀକ୍ଷା ଦେଇ ସେଗୁଡ଼ିକ ଗତି କରିଥାଏ । ପୃଷ୍ଠପୋଷକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଅଳଙ୍କାରର ଶୁଦ୍ଧତା ଓ ଜୀବନବ୍ୟାପୀ ରକ୍ଷଣାବେକ୍ଷଣର ଗ୍ୟାରେଂଟି ପ୍ରଦାନ କରୁଛି ଓ ସେଥିରେ ଗହଣାର ସମ୍ପୂର୍ଣ୍ଣ ବିବରଣୀ ଓ ସ୍ୱଚ୍ଛ ଏକ୍ସଚେଞ୍ଜ ଓ ବାଏ ବ୍ୟାକ୍ ନୀତି ରହିଛି । ଭରସାର ଗ୍ରାହକମାନଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବା ଲାଗି କଂପାନିର ରହିଥିବା ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଏହି ସାର୍ଟିଫିକେଟ ଦିଆଯାଉଛି ।


କଂପାନିର କର୍ମଚାରୀ ଓ ଗ୍ରାହକମାନଙ୍କ ଲାଗି ଏକ ସୁରକ୍ଷିତ ପରିବେଶ ପ୍ରଦାନ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କଲ୍ୟାଣ ଜୁଏଲର୍ସର “ୱି କେୟାର’ କୋଭିଡ୍‌-୧୯ ଗାଇଡଲାଇନ୍ର ଅଂଶସ୍ୱରୂପ କଂପାନି ସୋ’ରୁମ୍ ଗୁଡ଼ିକରେ ସୁରକ୍ଷା ଓ ପ୍ରତିିଷେଧମୂଳକ ପଦକ୍ଷେପର ସର୍ବୋଚ୍ଚ ମାନ ନିର୍ଧାରଣ କରିଛି । ସୁରକ୍ଷା ପ୍ରୋଟୋକଲ୍ ଗାଇଡଲାଇନ୍‌ର କଡ଼ାକଡ଼ି ପାଳନକୁ ତଦାରଖ କରିବା ଲାଗି କଂପାନି “ସେଫ୍‌ଟି ମେଜର ଅଫିସର’ ମୂତୟନ କରିଛି ।

Leave a Reply

Your email address will not be published. Required fields are marked *