ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏଲଭିପିଇଆଇ ଠାରେ ଆଇସିଆଇସିଆଇସେଂଟର ଫର୍ ଏଲଡରର୍ଲି ଆଇ କେୟାରର ଶୁଭାରମ୍ଭ

ଭୁବନେଶ୍ୱର, ୬ ଏପ୍ରିଲ୍‌, ୨୦୨୨ – ଆଇସିଆଇସିଆଇ ସେଂଟର ଫର୍ ଏଲଡରର୍ଲି ଆଇ କେୟାର କୁ
ଆଇସିଆଇସିଆଇ ବ୍ୟାଙ୍କ ସହାୟତାରେ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ମିଠୁ ତୁଳସୀ ଚନରାଇ କ୍ୟାମ୍ପସ,
ଭୁବନେଶ୍ୱରଠାରେ ଉଦ୍‌ଘାଟନ କରାଯାଇଛି । ଏହି ସେଂଟରକୁ ଶ୍ରୀଯୁକ୍ତ ସୌରଭ ସିଂ, ହେଡ୍‌- ଟିଏଏସସି, ଜିବିଜି
ଓ ଆଇସିଆଇସିଆଇ ଫାଉଣ୍ଡେସନ ଏବଂ ଶ୍ରୀଯୁକ୍ତ ଜୈସିଂ ଧୁମାଲ୍‌, ହେଡ୍ – ଟେକ୍ନୋଲୋଜି ଫାଇନାନ୍ସ ଗ୍ରୁପ୍‌,
ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଛି ।
ଲୋକମାନଙ୍କର ଜୀବନ ହାରରେ ବୃଦ୍ଧି ଓ ଫର୍ଟିଲିଟିରେ ହ୍ରାସ ହେବା କାରଣରୁ, ୬୦ ବର୍ଷରୁ ଅଧିକ ବୟସର
ଜନସଂଖ୍ୟା ଆଗାମୀ ୩୦ ବର୍ଷ ମଧ୍ୟରେ ପ୍ରାୟ ଦୁଇ ଗୁଣା ହେବାର ଆକଳନ କରାଯାଉଛି ଅର୍ଥାତ୍ ଏହି ସଂଖ୍ୟା
୨୦୨୦ ରେ ୧୦% ଥିବା ବେଳେ ୨୦୫୦ ରେ ଏହା ୧୯% ହେବାକୁ ଯାଉଛି । ଏହା ସହିତ, ବୟସ୍କ
ଲୋକମାନଙ୍କ ସଂଖ୍ୟା ଯେଉଁମାନେ ‘‘ଅତିରିକ୍ତ ବୃଦ୍ଧ’’ ବା ୮୦ ବର୍ଷ କିମ୍ବା ତଦୁର୍ଦ୍ଧ ସେମାନଙ୍କର ସଂଖ୍ୟାରେ ମଧ୍ୟ
ଦୃତ ବୃଦ୍ଧି ହେଉଛି ।
ସେଂଟରର ଉଦ୍‌ଘାଟନ ଅବସରରେ, ଶ୍ରୀଯୁକ୍ତ ସୌରଭ ସିଂ, ହେଡ୍ – ଟିଏଏସସି ଓ ଜିବିଜି,
ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ ‘‘ଏପରି ଏକ ମହତ ପଦକ୍ଷେପରେ ସାମିଲ୍ ହେବାକୁ ସୁଯୋଗ
ପ୍ରଦାନ କରିଥିବାରୁ ଆଇସିଆଇସିଆଇ ବ୍ୟାଙ୍କ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନକୁ ଧନ୍ୟବାଦ ଜଣାଉଛି । ଏହି
ସିଏସଆର ପଦକ୍ଷେପର ଅଂଶ ସ୍ୱରୂପ, ବ୍ୟାଙ୍କ ଅନେକ ଗୁଡ଼ିଏ ଚକ୍ଷୁ ଯତ୍ନ ଅନୁଷ୍ଠାନକୁ ସେମାନଙ୍କର ଭିତିଭୂମିରେ
ଉନ୍ନତି ଆଣିବା ପାଇଁ, ଗୋଷ୍ଠୀ ଚକ୍ଷୁ ଯତ୍ନ ପ୍ରତିଷ୍ଠା ପାଇଁ ଆର୍ôଥକ ସହାୟତା ପ୍ରଦାନ କରିଛି ଓ ଆର୍ôଥକ ଅନଗ୍ରସର
ବର୍ଗର ଲୋକମାନଙ୍କ ପାଇଁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ମଧ୍ୟ ସହଯୋଗ ପ୍ରଦାନ କରୁଛି ।
ଏହି ଅବସରରେ ଡା. ଉମେଶ ଚନ୍ଦ୍ର ବେହେରା, ହେଡ୍ ଆଇସିଆଇସିଆଇ ଏଲଡରର୍ଲି ଆଇ କେୟାର ସେଂଟର,
ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ କହିଛନ୍ତି ଯେ ‘‘ଆଇସିଆଇସିଆଇ ଏଲଡରର୍ଲି ଆଇ କେୟାର ସେଂଟର ହେଉଛି
ଓଡ଼ିଶାରେ ଏକ ସ୍ୱତନ୍ତ୍ର, ବ୍ୟାପକ ସୁବିଧା କେନ୍ଦ୍ର ଯାହାକି ବୟସ୍କ ବ୍ୟକ୍ତିମାନଙ୍କୁ ଉନ୍ନତ ଚକ୍ଷୁ ଯତ୍ନ ସୁବିଧା ପ୍ରଦାନ
କରୁଛି । ଆମର ବିଶେଷଜ୍ଞଙ୍କ ଟିମ୍ ଅନେକ ଗୁଡ଼ିଏ ଚକ୍ଷୁ ରୋଗର ଚିକିତ୍ସା ପ୍ରଦାନ କରୁଛନ୍ତି । ଆମେ ଏହି ସ୍ୱତନ୍ତ୍ର
ଓ ବହୁ ପ୍ରତୀକ୍ଷିତ ସେବା ପ୍ରଦାନ କରିଥିବାରୁ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ ।’’
ଏହି ସେଂଟର ସମସ୍ତ ବୟସ୍କ ବ୍ୟକ୍ତିମାନଙ୍କୁ ବ୍ୟକ୍ତିଗତ ଯତ୍ନ ପ୍ରଦାନ କରିଥାଏ ଓ ଏଠାରେ ଅପ୍ଥାଲମିକ୍ ଉପକରଣ
ମାନ ରହିଛି ଯାହା ସହାୟତାରେ ଖୁବ୍ ସହଜରେ ରୋଗୀମାନଙ୍କର ଶାରିରୀକ ଅସୁସ୍ଥତାକୁ ଯାଂଚ
କରାଯାଇପାରିବ ।

ବୟସ୍କ ମାନଙ୍କୁ ପ୍ରଦାନ କରାଯାଉଥିବା ଚକ୍ଷୁ ଯତ୍ନ ସୁବିଧା ଗୁଡ଼ିକ ହେଉଛି :

ବ୍ୟାପକ ଚକ୍ଷୁ ପରୀକ୍ଷା , ଡାଏଗ୍ନୋଷ୍ଟିକ୍ସ, ଜରୁରୀ ଠାରୁ ଆଡଭାନ୍ସଡ ଚକ୍ଷୁ ସମସ୍ୟାର ସର୍ଜିକାଲ୍ ଯତ୍ନ ,ସ୍ୱଳ୍ପ ଦୃଷ୍ଟି ଓ ପୁନଃଥଇଥାନ ଯତ୍ନ, ରୋଗୀଙ୍କୁ ପରାମର୍ଶ ଓ ପଡ଼ି ଯିବାଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ପରାମର୍ଶ, ଶରୀରର ସନ୍ତୁଳନତା ବଜାୟ ରଖିବା ପାଇଁ ଫିଜିଓଥେରାପି ଏବଂ ଅବସାଦ ଓ ଡିମେନ୍ସିଆ ପାଇଁ ସ୍କ୍ରିନିଂ ଇତ୍ୟାଦି ଅର୍ନ୍ତଭୁକ୍ତ ।
ଶାରିରୀକ ଭାବରେ ଚଳପ୍ରଚଳରେ ଅକ୍ଷମ ଥିବା ବୟସ୍କ ରୋଗୀମାନଙ୍କୁ ଏଲଭିପିଇଆଇ ଚକ୍ଷୁ ଯତ୍ନ ସମ୍ପର୍କିତ
ଟେଲି ପରାମର୍ଶ ସୁବିଧା ପ୍ରଦାନ କରୁଛି । ଦ୍ୱାର ଦେଶରେ ପ୍ରଦାନ କରାଯାଉଥିବା ମୌଳିକ ଚକ୍ଷୁ ଯତ୍ନ ସେବା
ମାଧ୍ୟମରେ ବୟସ୍କମାନେ ଏଲଭିପିଇଆଇ ର ଉଚ୍ଚ ମାନର ଭିଜନ ସ୍କ୍ରିନିଂ ସେବା ପାଇ ପାରୁଛନ୍ତି । ସମସ୍ତଙ୍କୁ
ଉନ୍ନତ ମାନର ଚକ୍ଷୁ ଯତ୍ନ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ, ଏଲ୍‌. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଏହାର ସେବାର
୫୦% କୁ ଆର୍ôଥକ ଭାବେ ଅନଗ୍ରସର ଲୋକମାନଙ୍କୁ ମାଗଣାରେ ପ୍ରଦାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *