ଟାଟା ଷ୍ଟିଲ୍ ଫାଉଣ୍ଡେସନ ର “ଦି ଗ୍ରିନ୍ ସ୍କୁଲ’ ପକ୍ଷରୁ ୱାର୍ଲଡ୍ ସଷ୍ଟେନେବଲ୍ ଡେଭେଲପ୍ମେଂଟ୍ ସମିଟ୍ ୨୦୨୨ରେ ଜଳବାୟୁ ପରିବର୍ତନ ମାଇଲଖୁଂଟର ପ୍ରଦର୍ଶନ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ ଓ ଟେରିର ଯୁଗ୍ମ ଅଭିଯାନ ଦି ଗ୍ରିନ୍ ସ୍କୁଲ୍ ଏହାର ଜଳବାୟୁ ପରିବର୍ତନ ସମ୍ପର୍କିତ କାର୍ଯ୍ୟର ଆହ୍ୱାନ ଏବଂ ବିଗତ ବର୍ଷଗୁଡ଼ିକରେ ହାସଲ କରିଥିବା ମାଇଲଖୁଂଟଗୁଡ଼ିକର ପ୍ରଦର୍ଶନ ଲାଗି ବିଶ୍ୱ ନିରନ୍ତର ବିକାଶ ସମ୍ମେଳନ (ଡବ୍ଲୁଏସ୍ଡିଏସ୍)ରେ ଅଂଶଗ୍ରହଣ କରିଛି । ଏହି ସମ୍ମିଳନୀର ବିଷୟବସ୍ତୁ “ଫ୍ୟୁଚରିଷ୍ଟିକ ଫର ଫ୍ୟୁଚର୍: ଏ ୟଙ୍ଗର, ଗ୍ରିନର କଲେକ୍ଟିଭ୍୍’ ଥିବା ବେଳେ ଏଥିରେ ବିଶ୍ୱ ଦର୍ଶକଙ୍କ ବ୍ୟତୀତ ଅଂଶଗ୍ରହଣ କରିଥିବା ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି ।
ଏହି ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ନିର୍ଦେଶକ ଓ ଟାଟା ଷ୍ଟିଲ୍ର ଭିପି (କର୍ପୋରେଟ୍ ସେବା) ଚାଣକ୍ୟ ଚୌଧୁରୀ, ଟେରିର ଡିଜି ଡକ୍ଟର ବିଭା ଧାୱନ, ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ କୁମାର ଓ ଟାଟା ଷ୍ଟିଲ୍ର ଚିଫ୍ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ସୌରଭ ରାୟ ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।
ଟାଟା ଷ୍ଟିଲ ଫାଉଣ୍ଡେସନର ନିର୍ଦେଶକ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ଆଜିର ପିଲାମାନେ ହେଉଛନ୍ତି କାଲିର ନେତୃତ୍ୱ ଏବଂ ସେମାନେ ଆମ ସମାଜର ଭବିଷ୍ୟତକୁ ଆକାର ପ୍ରଦାନ କରିବେ । ସେମାନଙ୍କ ଶକ୍ତିକୁ ଶାଣିତ କରିବା ଏବଂ ସେମାନଙ୍କ ପାଇଁ ଏକ ସବୁଜ ଓ ନିରନ୍ତର ଭବିଷ୍ୟତକୁ ଆକାର ପ୍ରଦାନ କରିବାରେ ସାହାଯ୍ୟ ପ୍ରଦାନ କରିବା ଲାଗି ଆମେ ମାତ୍ର ୧୦ଟି ସ୍କୁଲକୁ ନେଇ ପାଂଚ ବର୍ଷ ପୂର୍ବେ ଦି ଗ୍ରିନ୍ ସ୍କୁଲର ଶୁଭାରମ୍ଭ କରିଥିଲୁ । କିଛି ବର୍ଷ ଭିତରେ ଏହି ପ୍ରକଳ୍ପ ଭଲ ପ୍ରତିକ୍ରିୟା ହାସଲ କରିଛି ଏବଂ ଏବେ ଏହା ଅଧୀନରେ ଝାଡ଼ଖଣ୍ଡ ଓ ଓଡ଼ିଶାର ୩୦ରୁ ଅଧିକ ସ୍କୁଲ୍ ରହିଛି ।’’
ଟେରିର ଡିଜି ଡକ୍ଟର ବିଭା ଧାୱନ କହିଛନ୍ତି ଯେ, “ପରିବେଶ ଓ ଜୈବ ବିବିଧତାର ମୂଲ୍ୟ ବିଷୟରେ ଜାଣିବା ପିଲାମାନଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ଶିକ୍ଷାର ପ୍ରଭାବ ୨୦ ବର୍ଷରେ ଦୃଶ୍ୟମାନ ହେବ । ସେହି ସମୟ ବେଳକୁ ଏହି ଛାତ୍ରଛାତ୍ରୀମାନେ ନେତୃତ୍ୱ ନେବେ; ସେମାନେ ଏବେ ଯେଉଁ ପ୍ରଶିକ୍ଷଣ ପାଉଛନ୍ତି ତାହାକୁ ବାସ୍ତବ ପ୍ରଶିକ୍ଷଣରେ ପରିଣତ କରିବେ ।’’
ଝାଡ଼ଖଣ୍ଡ ଓ ଓଡ଼ିଶାରେ ଟାଟା ଷ୍ଟିଲ୍ର ସମସ୍ତ କାର୍ଯ୍ୟ କ୍ଷେତ୍ରଗୁଡ଼ିକର ୨୦୧୭ରେ ଦି ଗ୍ରିନ୍ ସ୍କୁଲ ଅଭିଯାନକୁ ଆରମ୍ଭ କରାଯାଇଥିଲା । ସେଠାରେ ସାମଗ୍ରିକ ପରିବେଶ ସୃଷ୍ଟି କରିବା ଉପରେ ଧ୍ୟାନ ଦିଆଯାଉଛି ଯେଉଁଠାରେ ଛାତ୍ରଛାତ୍ରୀ ଓ ପିଲାମାନେ ପରିବେଶ ସହିତ ସମ୍ପର୍କକୁ ଶିଖୁଛନ୍ତି ଏବଂ ପୁନଃ ଉଦ୍ଭାବନ କରୁଛନ୍ତି ଏବଂ ସ୍ଥାନୀୟ ସ୍ତରରେ ସମ୍ବଳ ପରିଚାଳନା ପାଇଁ ତାହାର ସଂରକ୍ଷଣ କରିବାକୁ ଉଦ୍ୟମ କରୁଛନ୍ତି ।