Skip to content
- ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନାରାୟଣ ରାଣେ ‘ଇଣ୍ଡିଆ ଓଡିଓପି ବଜାର’କୁ ଆନୁଷ୍ଠାନିକ ଭାବେ
ଲୋକାର୍ପିତ କରିଛନ୍ତି । ସମଗ୍ର ଭାରତରୋ ଆଂଚଳିକ ଉତ୍ପାଦ ପ୍ରଦର୍ଶନର ଏକ ଉତ୍ସର୍ଗୀକୃତ ଷ୍ଟୋର ଭାବେ ଏହା
ସାବ୍ୟସ୍ତ ହେବ ଷ୍ଟୋର ଭାରତର ସମସ୍ତ ୨୮ ଟି ରାଜ୍ୟରେ ହଜାର ହଜାର ବିକ୍ରେତାଙ୍କ ଠାରୁ ଶହ ଶହ ଅନନ୍ୟ ସ୍ଥାନୀୟ ଓଡିଓପି
ଉତ୍ପାଦକୁ ଲୋକଲୋଚନକୁ ଆଣିବାରେ ଏହା ସହାୟତା ପ୍ରଦାନ କରିବାକୁ ସକ୍ଷମ ହେବା ସହିତ ଏବଂ ସେମାନଙ୍କୁ ସମଗ୍ର ଭାରତରେ ଲକ୍ଷ ଲକ୍ଷ ଆମାଜନ ଗ୍ରାହକଙ୍କ ନିକଟରେ ପହଂଚାଇବ । ଗ୍ରାହକମାନେ ଉତରପ୍ରଦେଶ ଲକ୍ଷ୍ନୌର ଚିକାନକାରୀ, ଛତିଶଗଡ ବସ୍ତରର ଡୋକ୍ରା ମେଟାଲ କାରିଗରୀ,କର୍ଣ୍ଣାଟକ ଚିକମାଗାଲୁରୁର କଫି, ଓଡ଼ିଶା ସମ୍ବଲପୁରରୁ ସମ୍ବଲପୁରୀ ଇକ୍ତା, ମହାରାଷ୍ଟ୍ର ଶୋହାଦ୍ରିର, ୱାର୍ଲି ପେଂଟଆସାମ କୋକାଝରର ମୁଗା ସିଲ୍କ ଭଳି ଅନନ୍ୟ ଉତ୍ପାଦ ସହଜରେ ପାଇବାକୁ ସକ୍ଷମ ହେବେ ।
ବେଙ୍ଗାଲୁରୁ, ୧୪ ଫେବୃଆରୀ, ୨୦୨୨: ଆମାଜନ ଇଣ୍ଡିଆ ପକ୍ଷରୁ ଭାରତରେ ଓଡିଓପି (ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ) ବଜାରର ଶୁଭାରମ୍ଭ ପାଇଁ ଇନଭେଷ୍ଟ ଇଣ୍ଡିଆ ଏବଂ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ଆସୋସିଏସନ (ଆଇଆଇଏ) ସହିତ ମିଳିତ ହେବା ସମ୍ପର୍କରେ ଘୋଷଣା କରାଯାଇଛି । ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଏହି ଉତ୍ସର୍ଗୀକୃତ ଷ୍ଟୋରକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଦୀପକ ବାଗଲା, ଏମଡି ତଥା ସିଇଓ ଇନଭେଷ୍ଟ ଇଣ୍ଡିଆ, ଅଶୋକ କୁମାର ଅଗ୍ରୱାଲ, ସଭାପତି,ଆଇଆ. ମନିଷ ତିୱାରୀ କଂଟ୍ରି ମ୍ୟାନେଜର ଇଣ୍ଡିଆ, କଞ୍ଜ୍ୟୁମର ବିଜ୍ନେସ୍ଙ୍କ, ଆମାଜନ ଇଣ୍ଡିଆ ଉପସ୍ଥିତିରେ ଏକ ଭର୍ଚୁଆଲ ଇଭେଂଟରେ ଯୋଗ ଦେଇଥିଲେ ।ଭାରତୀୟ ଓଡିଓପି ବଜାରରେ ରାଜ୍ୟଗୁଡିକ ସ୍ଥାନୀୟ ବ୍ୟବସାୟରୁ ଶହ ଶହ ଓଡିଓପି ଏବଂ ଭୌଗୋଳିକ ସୂଚକାଙ୍କ (ଜିଆଇ) ଉତ୍ପାଦ ଗଚ୍ଛିତ ରହିବ । ଇନଭେଷ୍ଟ ଇଣ୍ଡିଆ ଏବଂ ଆଇଆଇଏ ସହିତ ଏହି ସହଯୋଗ ମାଧ୍ୟମରେ ଆମାଜନ ଭାରତୀୟ ବଜାରରେ ଆଂଚଳିକ ଉତ୍ପାଦ ବିକ୍ରୟ କରୁଥିବା ବିକ୍ରେତାମାନଙ୍କୁ ଅନବୋର୍ଡିଂ ଙ୍ଗଙ୍ଗଙ୍ଗ.ବଜ୍ଞବଚ୍ଛକ୍ଟଦ୍ଭ.ସଦ୍ଭ ଦ୍ୱାରା ସମ୍ପନ୍ନ ହେବ । ଏହି ଷ୍ଟୋରରେ ସ୍ଥାନୀୟ ଭାରତୀୟ କାରିଗରମାନଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସହିତ ଉତ୍ପାଦିତ କୃଷି ସାମଗ୍ରୀ ମହଜୁଦ୍ ରହିବ ।
- ଇଣ୍ଡିଆ ଓଡିଓପି ବଜାର ଗ୍ରାହକଙ୍କୁ ଏକ ନୂତନ ତଥା ଅନନ୍ୟ ଆକର୍ଷଣୀୟ ଅଭିଜ୍ଞତା ପ୍ରଦାନ କରିବ । ସେମାନେ ଆଂଚଳିକ ପେଜ୍ଗୁଡ଼ିକୁ ପରିଦର୍ଶନ କରି ।ରିବେ ଏବଂ ଭାରତର ବିଭିନ୍ନ ଜିଲ୍ଲାର ଓଡିଓପି ଉତ୍ପାଦଗୁଡ଼ିକ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ସହିତ କିଣିବା ନିଷ୍ପତି ଗ୍ରହଣ କରି ।ରିବେ । ଉତରପ୍ରଦେଶ ଲକ୍ଷ୍ନୌର ଚିକାନକାରୀ, ଛତିଶଗଡ ୩୨ ବସ୍ତରର ଡୋକ୍ରା ମେଟାଲ କାରିଗରୀ, କର୍ଣ୍ଣାଟକ ଚିକମାଗାଲୁରୁର କଫି, ଓଡ଼ିଶା ସମ୍ବଲପୁରରୁ ସମ୍ବଲପୁରୀ ଇକ୍ତା, ମହାରାଷ୍ଟ୍ର ଶୋହାଦ୍ରିର, ୱାର୍ଲି ପେଂଟି ଆସାମ କୋକାଝରର ମୁଗା ସିଲ୍କ ଭଳି ଅନନ୍ୟ ଉତ୍ପାଦ ସହଜରେ ଅନ୍ଲାଇନ୍ରେ ପାଇପାରିବେ । ଏହି ଅବସରରେ ଏମ୍ଏ୍ସଏମ୍ଇ ମନ୍ତ୍ରୀ ନାରାୟଣ ରାଣେ କହିଲେ, ଏମ୍ଏସ୍ଏମ୍ଇଗୁଡ଼ିକ ହେଉଛି ନୂଆ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଇଞ୍ଜିନ ସଦୃଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆତ୍ମନିର୍ଭର ଭାରତଙ୍କ ଆହ୍ୱାନକୁ ଦୃଷ୍ଟିରେ ରଖି ଆମ ସରକାର ବିଭିନ୍ନ ଯୋଜନା ଆରମ୍ଭ କରିବା ସହିତ ଏମ୍ଏସ୍ଏମ୍ଇକୁ ମଜବୁତ କରିବା ତଥା ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବକୁ ଉତ୍ସାହିତ କରିବା ପାଇଁ ବହୁ ଗୁରୁତ୍ୱ ୂର୍ଣ୍ଣ ସଂସ୍କାର ଆଣିଛନ୍ତି । ମେଡ ଇନ ଇଣ୍ଡିଆ ଉତ୍ପାଦକ ପ୍ରୋତ୍ସାହିତ କରିବା ଏବଂ ଆମର ଏମ୍ଏସ୍ଏମ୍ଇଗୁଡିକର ରପ୍ତାନି ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି କଂଚାମାଲ, ପ୍ରଯୁକ୍ତିବିଦ୍ୟା, ଆର୍ଥିକ ସହାୟତା, କୌଶଳ ବିକାଶ, ପ୍ୟାକେଜିଂ, ମାର୍କେଟିଂ ଏବଂ ତାଲିମ ଆଦି ଉପରେ ଗୁରୁତ୍ୱାରୋପ କରିଛି । ଦେଶର ଲକ୍ଷ ଲକ୍ଷ ଏମ୍ଏସ୍ଏମ୍ଇକୁ ଡିଜିଟାଲ ସକ୍ଷମ କରି ଆମାଜନ ସମାନ ଦିଗରେ ପଦକ୍ଷେପ ନେଉଥିବାରୁ ମୁଁ ବେଶ୍ ଆନନ୍ଦିତ । ଏମଏସଏମଇ, ବୁଣାକାର ଏବଂ କାରିଗରମାନେ କିଛି ଅନନ୍ୟ ଉତ୍ପାଦ ପ୍ରଦର୍ଶନ କରିବାକୁ ଇଣ୍ଡିଆ ଓଡିଓପି ବଜାରମିଳିତ ଭାବରେ କାର୍ଯ୍ୟ କରୁଥିବାରୁ ମୁଁ ଆମାଜନ, ଇନଭେଷ୍ଟ ଇଣ୍ଡିଆ ଏବଂ ଆଇଆଇଏକୁ ଅଭିନନ୍ଦନ ଜଣାଉଛି ।
- ଏହି ଅବସରରେ ଆମାଜନ ଇଣ୍ଡିଆର ଇଣ୍ଡିଆ କଞ୍ଜ୍ୟୁମର ବିଜନେସ, କଂଟ୍ରି ମ୍ୟାନେଜର ମନୀଷ ତିୱାରୀ କହିଲେ, ଆମର ଧ୍ୟାନ ସର୍ବଦା ଛୋଟ ବ୍ୟବସାୟ, ଉଦ୍ୟୋଗୀ, ବୁଣାକାର ଏବଂ କାରିଗରମାନଙ୍କୁ ଇ-କମର୍ସ ମାଧ୍ୟମରେ ସେମାନଙ୍କର ବ୍ୟବସାୟ ବଢ଼ାଇବା ଲାଗି ଜାରି ରହିଛି । ଇଣ୍ଡିଆ ଓଡିଓପି ବଜାର ମାଧ୍ୟମରେ ସମଗ୍ର ଭାରତର ବିକ୍ରେତାମାନଙ୍କର ଉତ୍ପାଦ ଲୋକଲୋଚନକୁ ଆସି ।ରିବ । ଭାରତର ସରକାରଙ୍କ ଓଡ଼ିଓପି ପଦକ୍ଷେପକୁ ସମର୍ଥନ କରିବା ପାଇଁ ଆମେ ଇନଭେଷ୍ଟ୍ ଇଣ୍ଡିଆ ଏବଂ ଆଇଆଇଏ ସହିତ ମିଳିତ ହୋଇଥିବାରୁ ବେଶ୍ ଉତ୍ସାହିତ । ଓଡ଼ିଓପି ସ୍ଥାନୀୟ କାରିଗର ଏବଂ କୃଷକମାନଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ, ହସ୍ତଶିଳ୍ପ ଏବଂ କୃଷିଜାତ ଦ୍ରବ୍ୟକୁ ପ୍ରୋତ୍ସାହିତ କରି ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ରୋଜଗାର ସୃଷ୍ଟି ଏବଂ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇଥାଏ ।ଓଡ଼ିଓପି ସନ୍ତୁଳିତ ଭାବେ ଆଂଚଳିକ ବିକାଶ ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିକାଶ ପଦକ୍ଷେପ ଆଧାରରେ କାର୍ଯ୍ୟ କରିଥାଏ । ଏହା ଦେଶର ପ୍ରତ୍ୟେକ ଜିଲ୍ଲାର ସାମର୍ଥ୍ୟକୁ ବ୍ୟବହାର କରି ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଏକ ବଡ଼ ଧରଣର ପ୍ରୋତ୍ସାହନ ପ୍ରଦାନ କରିଥାଏ । ଏହି ପ୍ଲାଟଫର୍ମ ସ୍ମଲ୍ ସ୍କେଲ୍ କାରିଗରମାନଙ୍କୁ ବୃହତ ବଜାର ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧର ଏକ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ । ଛୋଟ ବ୍ୟବସାୟର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଆମାଜନ ଇଣ୍ଡିଆ ଅନେକ ପଦକ୍ଷେପ ଗ୍ରହଣ କରିଛି ସମ୍ପ୍ରତି ଏହାର ମାର୍କେଟ ପ୍ଲେସ୍ରେ ୧୦ ଲକ୍ଷରୁ ଅଧିକ ବିକ୍ରେତା ଅଛନ୍ତି । ସେଥିମଧ୍ୟରୁ ୯୦%ରୁ ଅଧିକ ଏମ୍ଏସ୍ଏମ୍ଇ ରହିଛନ୍ତି । ୬୦ ରୁ ଅଧିକ ଏନଜିଓ, ସରକାରୀ ସଂସ୍ଥା ଏବଂ ଏସ୍ଏଚ୍ଜିର ସହଭାଗିତାରେ ଆମାଜନ ସାହେଲୀରେ ୧ ମିଲିୟନ୬୩ ରୁ ଅଧିକ ମହିଳା ଉଦ୍ୟୋଗୀଙ୍କ ଜୀବିକା ବୃଦ୍ଧି ସମ୍ଭବ ହୋଇପାରିଛି । କାରିଗର କାର୍ଯ୍ୟକ୍ରମ ମାଧ୍ୟମରେ, ଆମାଜନ ଭାରତର ଆଦିବାସୀ ସମ୍ପ୍ରଦାୟ ସମେତ ୧୩ ଲକ୍ଷ କାରିଗର ଏବଂ ବୁଣାକାରଙ୍କୁ ପ୍ରୋତ୍ସାହିତ କରିଛି । ବିଭିନ୍ନ ରାଜ୍ୟର ସରକାରୀ ଏମ୍ପୋରିୟଙ୍କ ସହଭାଗିତାରେ ଏକ ବୃହତ ଗ୍ରାହକ ଆଧାରରେ ସେମାନଙ୍କର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ବିକ୍ରୟ କରିବାର ସୁଯୋଗ ସୃଷ୍ଟି ହୋଇପାରିଛି ।