ମାଗିଲେ ଫ୍ରାଏଡ୍ ରାଇସ୍‌ ମିଳିଲା ସାପ ତରକାରୀ

0
snake

୨୦୧୯ ଶେଷ ହେବାବେଳକୁ ଭେଟେରାନ୍ ଟେନିସ୍ ଖେଳାଳି ଲିଅ ।ଣ୍ଡର୍ ପେସ୍ ୨୦୨୦ ଟୋକିଓ ଅଲମ୍ପିକ୍ସ ପରେ ଅବସର ଘୋଷଣା କରିବାର ପ୍ଲାନିଂ କରିଥିଲେ । ଟୋକିଓ ଅଲିମ୍ପିକ୍ସ ହୋଇଥାନ୍ତା ତାଙ୍କର ୮ମ ଅଲିମ୍ପିକ୍ସ ଏବଂ ଏହା ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଥାନ୍ତା ଟେନିସ୍ ଇତିହାସରେ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କର ପ୍ଲାନ୍ କେବଳ ପ୍ଲାନ୍‌ରେ ହିଁ ରହିଗଲା । କରୋନା ମହାମାରୀର ପ୍ରଭାବ ଗ୍ଲୋବାଲ୍ ସ୍ପୋର୍ଟସ୍ ଉପରେ ପଡିଲା । ସ୍ଥଗିତ ରହିଲା ଟୋକିଓ ଅଲିମ୍ପିକ୍ସ ଅ ।ଉ ଗୋଟିଏ ବର୍ଷ ପାଇଁ ।
ତେବେ ଅବସର ଘୋଷଣା ପାଇଁ ପେସ୍ କ\’ଣ ନେକ୍ସଟ ଅଲିମ୍ପିକ୍ସ ଯାଏ ଅପେକ୍ଷା କରିବେ? ଯଦି ଅ ।ଗାମୀ ବର୍ଷ ଟୋକିଓ ଅଲମ୍ପିକ୍ସ ଅ ।ୟୋଜିତ ହୋଇ ନପାରିଲା ତାହେଲେ ପେସ୍ କ\’ଣ ପୁଣି ଅପେକ୍ଷା କରିବେ? ଏକ ଇନ୍‌ଷ୍ଟାଗ୍ରାମ ଚାଟ୍‌ରେ ପୂରବ ରାଜାଙ୍କୁ ପେସ୍ କହିଛନ୍ତି, ଟୋକିଓ ଅଲିମ୍ପିକ୍ସ ଯଦି ପୂରା ବନ୍ଦ ହୋଇଯାଏ ତେବେ ସେ ତାଙ୍କର ଶେଷ ଅଲିମ୍ପିକ୍ସ ରିଓରେ ଖେଳିଛନ୍ତି ବୋଲି ଧରିନେବେ । ନେକ୍ସଟ୍ ଅଲିମ୍ପିକ୍ସ ଯାଏ ସେ ଅପେକ୍ଷା କରିପାରିବେ ନାହିଁ ।
ତାଙ୍କ କ୍ୟାରିୟର୍‌ରେ ପେସ୍ ସବୁଠାରୁ ଖରାପ କଣ୍ଡିସନ୍‌ରେ କେଉଁ ମ୍ୟାଚ୍ ଖେଳିଥିଲେ? ପେସ୍ କହିଛନ୍ତି, \”୨୦୦୧ରେ ମୁଁ ଲାଙ୍ଗ୍‌ଫାଙ୍ଗ୍ ସିଟିରେ ଚୀନ୍ ବିପକ୍ଷରେ ଖେଳିଥିଲି । ତାହା ଥିଲା ଫେବୃଅ ।ରୀ ମାସ । ବାହାରେ ତୁଷାରପାତ ହେଉଥିଲା । ଏକ ଇନ୍‌ଡୋର୍ କୋର୍ଟରେ ଅ ।ମେ ଖେଳୁଥିଲୁ । ହିଟର୍ ଚଳାଇବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ହିଟର୍ ଅଚଳ ଅବସ୍ଥାରେ ଥିବା ଅ ।ୟୋଜକମାନେ କହିଥିଲେ । ପ୍ରପର୍ ଫୁଡ୍ ମଧ୍ୟ ଦିଅ ।ଯାଇନଥିଲା ଅ ।ମକୁ । ମୁଁ କିଛି ଫ୍ରାଏଡ୍ ରାଇସ୍ ଅର୍ଡର୍ ଦେଇଥିଲି, କିନ୍ତୁ ମିଳିଥିଲା ସାପ ତରକାରୀ ।\’

Leave a Reply

Your email address will not be published. Required fields are marked *