ମମିତା ହତ୍ୟାକାଣ୍ଡ ବିରୋଧରେ କଂଗ୍ରେସର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଘେରାଉ
ରାୟଗଡ଼ା : ୨୨।୧୦ (ପ୍ରବାହ ନିଉଜ୍) ମମୀତାଙ୍କୁ ଉଚିତ ନ୍ୟାୟ, ଦୋଷୀକୁ ଦଣ୍ଡ, ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ଇସ୍ତଫା ଦାବି ଏବଂ ମମିତା ହତ୍ୟାକାଣ୍ଡକୁ ବିରୋଧ କରି ଓଡିଶା ପ୍ରଦେଶ ମହିଳା କଂଗ୍ରେସର ନିର୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗାପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଜ଼ିଲ୍ଲା କଂଗ୍ରେସର ଶତାଧିକ ମହିଳା ଓ ପୁରୁଷ କର୍ମୀ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ସମ୍ପୃକ୍ତ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଇସ୍ତଫା ଦାବି ରଖିଥିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସ ଜିଲ୍ଲା ସଭାନେତ୍ରୀ ଇପିଲି ନାଗଲଷ୍ମୀ |
ପ୍ରକାଶ ଥାଉକି, ମମୀତା ହତ୍ୟାକାଣ୍ଡକୁ ନେଇ ସାରା ଓଡ଼ିଶାରେ ନାରୀର ନ୍ୟାୟ ଏବଂ ସୁରକ୍ଷାକୁ ନେଇ ସରକାରଙ୍କ ଅବହେଳା ନଜରକୁ ଆସିଥିବା ଏବଂ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି |
ଯାହାଫଳରେ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି | ଆଗାମୀ ଦିନରେ ଯଦି ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ମମିତା ମେହେରଙ୍କୁ ଉଚିତ ନ୍ୟାୟ ମିଳିବା ପାଇଁ ମହିଳା କଂଗ୍ରେସ ରାଜରାସ୍ତା କୁ ଓଲ୍ହାଇବ ବୋଲି ଜଣାଇଥିଲେ | ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ସାଧାରଣ ସମ୍ପାଦକ ପାର୍ଥ ବର୍ଦ୍ଧନ, ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ଜ଼ିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଇପିଲି ନାଗାଲଷ୍ମୀ, ରାୟଗଡା ବିଧାୟକ ପ୍ରାର୍ଥୀ ଆପଲସ୍ୱାମୀ କାଡ୍ରାକା, ଟାଉନ ସଭାପତି ଏମ ଶଙ୍କର ରାଓ, ଡକି ସୂରିୟା ରାଓ ପ୍ରମୁଖଙ୍କ ସହିତ କଂଗ୍ରେସର ଶତାଧିକ ମହିଳା ଏବଂ ପୁରୁଷ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |