ମୋଟୁ ଥାନା ଅଧିକାରୀ ଭିଜିଲାନ୍ସ ଜାଲରେ
ଖୋର୍ଦ୍ଧା : ୨୨/୯(ପ୍ରବାହ ନିଉଜ୍) ମାଲକାନଗିରି ଜିଲ୍ଲା ମୋଟୁ ଥାନାର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କୁ ଭିଜିଲାନ୍ସ ଖୋର୍ଦ୍ଧାରୁ ଗିରଫ କରିଛି । ସୁଶାନ୍ତ ନିଜ ପରିବାର ଲୋକଙ୍କ ସହିତ ମୋଟୁରୁ କଟକ ଫୁଲନଖରା ସ୍ଥିତ ନିଜ ଘରକୁ OD05 AX 5629 ନମ୍ବର ବିଶିଷ୍ଟ ଏକ ମାରୁତି ଏର୍ଟିଗା କାରରେ ଫେରୁଥିବା ବେଳେ ଭିଜିଲାନ୍ସ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୧୬ନମ୍ବର ଜାତୀୟ ରାଜପଥ ସନ୍ନିକଟ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କରିଛି ।
ଗାଡ଼ି ଭିତରୁ ନଗଦ ୨ଲକ୍ଷ ୮୦ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଟଙ୍କାକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ସୁଶାନ୍ତ ଏବଂ ଏକ ଲାପଟପ ସହିତ ଅନେକ ଫିକ୍ସ ଡିପୋଜିଟର କାଗଜପତ୍ର ସହିତ ସୁଶାନ୍ତ ବ୍ୟବହାର କରୁଥିବା ଏର୍ଟିଗା କାରକୁ ଜବତ କରିବା ସହିତ ଅଭିଯୁକ୍ତ ଇନିସ୍ପେକ୍ଟରଙ୍କୁ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗ ଅଟକ ରଖା ଯାଇଥିବା ବେଳେ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଛାଡ଼ି ଦିଆଯାଇଥିଲା ।
ଅନ୍ୟପଟେ ସୁଶାନ୍ତ ଙ୍କ ଫୁଲନଖରା ସ୍ଥିତ ପୈତୃକ ବାସଭବନ ସହିତ ମୋଟୁ ସରକାରୀ ବାସଭବନ ଏବଂ କଟକ ଶଗଡ଼ିଆ ସ୍ଥିତ ଶଶୂର ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରଖିଥିବା ନେଇ ଭିଜିଲାନ୍ସ ବିଭାଗର ଆଡିସନାଲ ଏସ୍.ପି ଅକ୍ଷୟ କୁମାର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।