ଖୁଚୁରା ମେଡ଼ିସିନ ଦୋକାନରୁ ଲକ୍ଷାଧିକ ଟଙ୍କାର ନିମ୍ନମାନର ଔଷଧ ଜବତ

ଖୋର୍ଦ୍ଧା : ୦୮/୦୭(ପ୍ରବାହ ନିଉଜ୍) ଖୁଚୁରା ମେଡ଼ିସିନ ଦୋକାନ ଉପରେ ଚଢାଉ କରି ସମ୍ପୃକ୍ତ ଦୋକାନରୁ ଲକ୍ଷାଧିକ ଟଙ୍କାର ନିମ୍ନମାନର ଔଷଧ ଜବତ କରିବା ସହ ଦୋକାନକୁ ସିଲ୍ କରିଲା ଖୋର୍ଦ୍ଧା ଭେଷଜ ବିଭାଗ ।

ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ପୁରୁଣା ମେଡ଼ିକାଲ ରୋଡ଼ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ବଜାରରେ  ମହାବୀର ମେଡ଼ିସିନ ଷ୍ଟୋର ଏକ ନାମକ ଏକ ଔଷଧ ଦୋକାନ ବିନା କୌଣସି ଫାର୍ମାସିଷ୍ଟ ଲାଇସେନ୍ସରେ ବ୍ୟବସାୟ କରିବା ସହ ସେଠାରେ ନିମ୍ନମାନର ଔଷଧ ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ସୂଚନା ପାଇ ଖୋର୍ଦ୍ଧା ଭେଷଜ ନିରୀକ୍ଷକ ତୁଷାର ରଞ୍ଜନ ପାଣିଗ୍ରାହୀଙ୍କ ସମେତ ଭୁବନେଶ୍ୱର-୧ ଭେଷଜ ନିରୀକ୍ଷକ ପ୍ରବେଶ କୁମାର ଲେଙ୍କା ଏବଂ ଭୁବନେଶ୍ୱର-୩ ଭେଷଜ ନିରୀକ୍ଷକ ଡା. ସୁଦର୍ଶନ ବିଶ୍ୱାଳ ସମ୍ପୃକ୍ତ ଦୋକାନ ଉପରେ ଚଢାଉ ଆରମ୍ଭ କରି ବିନା ଲାଇସେନ୍ସରେ ନିମ୍ନମାନର ଔଷଧ ବିକ୍ରି ହେଉଥିବା ଜାଣିବାକୁ ପାଇଥିବା ବେଳେ ଦୋକାନରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରି ଦୋକାନକୁ ସିଲ କରିଛନ୍ତି ଏବଂ ଔଷଧ ଗୁଡିକୁ ଯାଞ୍ଚ ପାଇଁ ଲାବରେଟୋରୀକୁ ମଧ୍ୟ ପଠାଇଛନ୍ତି।

ସମ୍ପୃକ୍ତ ଔଷଧ ଦୋକାନୀଙ୍କ ବିରୋଧରେ ଖୋର୍ଦ୍ଧା କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜ୍ଜୁ କରାଯାଇଛି ବୋଲି ଖୋର୍ଦ୍ଧା ଭେଷଜ ନିରୀକ୍ଷକ ତୁଷାର ରଞ୍ଜନ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *