ପୁଣି ଡିଏଲ୍ ଓ ଏଲଏଲ୍ ପାଇଁ ସ୍ଲଟ ବୁକିଂ ବାତିଲ କଲେ ପରିବହନ କମିସନର
ଭୁବନେଶ୍ୱର,(ନି.ପ୍ର) : ଅ ।ଜିଠାରୁ ଡ୍ରାଇଭିଂ ଲାଇସେନ୍ସ ( ଡିଏଲ୍) ଓ ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ) ପାଇଁ ସ୍ଲଟ ବୁକିଂ ହେ ବୋଲି ଗତକାଲି ପରିବହନ କମିସନର ଘୋଷଣା କରିଥିବା ବେଳେ ଅ ।ଜି ଏହାକୁ ବାତିଲ କରିଦିଅ ।ଯାଇଛି । ଅ ।ଜିର ତାରିଖକୁ ବାତିଲ କରି ଖୁବ ଶୀଘ୍ର ସ୍ଲଟ ବୁକିଂର ଅ ।ଗାମୀ ତାରିଖ ପ୍ରକାଶ ପାଇବ ବୋଲି ପରିବହନ କମିସନରଙ୍କ ଅଫିସ ତରଫରୁ ସୂଚନା ଦିଅ ।ଯାଇଛି ।
ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୧୮.୦୩.୨୦୨୦ ରୁ ୩୦.୦୯.୨୦୨୦ ମଧ୍ୟରେ ଶେଷ ହେଉଛି, ସେମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୩୦.୦୯.୨୦୨୦ ପର୍ଯ୍ୟନ୍ତ କାଏମ ରହିବ । ଯଦି କେହି ଅ ।ଜି ଟଙ୍କା ଦେଇ ସ୍ଲଟ ବୁକିଂ କରିଛନ୍ତି, ତେବେ ତାହା ପରବର୍ତ୍ତୀ ସ୍ଲଟ ବୁକିଂ ତାରିଖ ବାହାରିବା ପର୍ଯ୍ୟନ୍ତ ବୈଧ ରହିବ । ଏହା ସହ ସ୍ଲଟ ବୁକିଂ ବାତିଲ ସମ୍ପର୍କିତ କୌଣସି ପ୍ରକାରର ସୂଚନା ନେବା ପାଇଁ ଅ ।ରଟିଓ ନ ଅ ।ସିବାକୁ ବିଭାଗର ପରାମର୍ଶ ଦେଇଛି ।
ସ୍ଲଟ ବୁକିଂ ତାରିଖ ବାତିଲ କଲେ ରାଜ୍ୟ ସରକାର ଛ ବର୍ତ୍ତମାନ ଅ ।ରଟିଓ ନ ଅ ।ସିବାକୁ ବିଭାଗର ପରାମର୍ଶ ଛ ଯେଉଁମାନେ ସ୍ଲଟ ବୁକିଂ ପାଇଁ ପେମେଣ୍ଟ ଦେଇଥିଲେ ତାହା କାଏମ ରହିବ ଛ କେବେ ସ୍ଲଟ ବୁକିଂ କରାଯିବ ସେନେଇ ପରେ ଜଣାଯିବ
ସୂଚନା ମୁତାବକ, କରୋନା ଭାଇରସ୍ ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପୁଣି ଥରେ ଅ ।ରମ୍ଭ ହେବ ବୋଲି ସୂଚନା ଦେଇଥିଲା ପରିବହନ ବିଭାଗଛ ଅ ।ସନ୍ତା ୧୮ ତାରିଖରୁ ଡିଏଲ୍ ଟେଷ୍ଟ ହେବାକୁ ଥିବା ବେଳେ ୨୯ ତାରିଖରୁ ଏଲ୍ଏଲ୍ ଟେଷ୍ଟ ହେବା ନେଇ ପରିବହନ କମିସନର ସଂଜୀବ ପଣ୍ଡା ସୂଚନା ଦେଇଥିଲେ ।
