ନିରାକାରପୁର ପୋଲିସ୍ ଦ୍ବାରା ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ

ନିରାକାରପୁର : ୨୨/୦୬(ପ୍ରବାହ ନିଉଜ୍): ମଙ୍ଗଳବାର ଅପରାହ୍ନରେ ନିରକାରପୁର ପୋଲିସ୍ ମଦ ବୋଝେଇ ଏକ କାରକୁ ଜବତ କରିଛି। ନିରାକାରପୁର ପୋଲିସ ର ପେଟ୍ରୋଲିଂ ଟିମ ନିରକାରପୁରରୁ ଗଡ଼ିଶାଗୋଦା ଅଭିମୁଖେ ORO2-N-9779 ନମ୍ବର ବିଶିଷ୍ଟ ଏକ ମାରୁତି ଜେନ କାର ରେ ମଦ ବୋଝେଇ ହୋଇ ଯାଉଥିବାର ଖବର ପାଇ କାରକୁ ପିଛା କରି କାଶୀପୁର ନିକଟରେ କାର ମଧ୍ୟରୁ ୧୨୯ ଲିଟର ମଦ ଜବତ କରିଛି ଯେଉଁଥିରେ ୬୦ ଲିଟର ଦେଶୀ ମଦ ଥିବାବେଳେ ଅବଶିଷ୍ଟ ୬୯ ଲିଟର ବିଦେଶୀ ମଦ ବୋଲି  ଥାନା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳୀ ନାୟକ ସୂଚନା ଦେଇଛନ୍ତି । ଉକ୍ତ କାରର ଡ୍ରାଇଭର ଏବଂ କାରରେ ଥିବା ଆଉଜଣେ ବ୍ୟକ୍ତି ଫେରାର ଥିବା ବେଳେ, ନିରକାରପୁର ପୋଲିସ୍ କେସ୍ ନଂ ୧୦୫/୨୧ ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *