ଭରତପୁର, କଳିଙ୍ଗନଗର ଏବଂ ଖଣ୍ଡଗିରି ଅଞ୍ଚଳର ୮,୦୦୦ରୁ ଅଧିକ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଯୋଗାଣରେ ଉନ୍ନତି ଆଣିଲା ଟିପିସିଓଡିଏଲ

0
Pic 2

ଭୁବନେଶ୍ୱର: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସଏସ ଠାରେ ଏକ ୨୫ ଏମଭିଏ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ କରାଯାଇଛି । ଏହାଦ୍ୱାରା ଭରତପୁର, କଳିଙ୍ଗନଗର ଏବଂ ଖଣ୍ଡଗିରି ଅଞ୍ଚଳର ପ୍ରାୟ ୮,୦୦୦ ଉପଭୋକ୍ତା ଭରସାଯୋଗ୍ୟ ବିଦ୍ୟୁତ ସେବା ଏବଂ ଉନ୍ନତ ଭୋଲଟେଜ୍ ଦ୍ୱାରା ଉପକୃତ ହେବେ ।


ଏହା ସହିତ, ସମାନ ଡିଭିଜନ ଅଧୀନରେ ଥିବା ଖଣ୍ଡୁଆଳ ବସ୍ତିଠାରେ ଏକ ୨୫୦ କେଭିଏ ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି, ଯାହା ଖଣ୍ଡୁଆଳ ବସ୍ତି ଏବଂ ଜିଏ ପ୍ଲଟ୍ ଅଞ୍ଚଳର ପ୍ରାୟ ୩୫୦ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଯୋଗାଣକୁ ସୁଦୃଢ଼ କରିବ । ଏହି ସମସ୍ତ ପଦକ୍ଷେପ ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ଏବଂ ଗୁଣବତ୍ତା ସମ୍ପନ୍ନ ବିଦ୍ୟୁତ ଯୋଗାଇଦେବା ପାଇଁ ଟିପିସିଓଡିଏଲ ର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ।

Leave a Reply

Your email address will not be published. Required fields are marked *