କିଟ୍‍ ରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ପ୍ରତିଯୋଗୀ ପାଳନ କଲେ ଓଡ଼ିଆ ନବବର୍ଷ

0
c4e8dff8-8815-4c31-8813-13ecbfbc625a

ଭୁବନେଶ୍ୱର, ୧୪ ।୪: କିଟ୍‍ ପରିସରରେ ଓଡ଼ିଆ ନୂଆବର୍ଷ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଯୋଗଦେଇଥିଲେ ୬୧ତମ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ୩୦ ଜଣ ରାଜ୍ୟ ପ୍ରତିଯୋଗୀ। ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ପ୍ରତିଯୋଗୀମାନେ ଖୁବ୍‍ ଧୁମ୍‍ଧାମ୍‍ ରେ ଉତ୍ସାହର ସହ ଓଡ଼ିଆ ନୂଆବର୍ଷ ପାଳନ କରିଥିଲେ। ଓଡ଼ିଶାର ପ୍ରସିଦ୍ଧ ପାଟ ଶାଢ଼ି ପିନ୍ଧି ଓଡ଼ିଆ ଖାଦ୍ୟ ସାଙ୍ଗକୁ ଓଡ଼ିଶାର ପାରମ୍ପରିକ ମିଠା ଛେନାପୋଡ଼ର ମଜା ନେଇଥିଲେ। ସମ୍ପୂର୍ଣ୍ଣ ଓଡ଼ିଆ ଢ଼ାଞ୍ଚାରେ ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ଖାଇ ସେମାନେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଉଚ୍ଚ ପ୍ରଶଂସା କରିଥିଲେ। ଓଡ଼ିଶାର ଉଚ୍ଚକୋଟୀର ସଂସ୍କୃତି ଓ ପରମ୍ପରାକୁ ସମଗ୍ର ଦେଶରେ ପହଞ୍ଚାଇବା ପାଇଁ ସେମାନେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।
ଏପ୍ରିଲ ୧୮ତାରିଖରେ କିଟ୍‍ ରେ ଅନୁଷ୍ଠିତ ହେବାକୁ ଥିବା ୬୧ତମ ଫେମିନା ମିସ୍ ଇଣ୍ଡିଆ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୩୦ ଜଣ ରାଜ୍ୟ ବିଜେତା କିଟ୍‍ କ୍ୟାମ୍ପସରେ ରହୁଛନ୍ତି। ସେମାନଙ୍କ ସହ ସାମିଲ ହୋଇଥିଲେ ଫେମିନା ମିସ୍‍ ଇଣ୍ଡିଆ ୨୦୨୪ ନିକିତା ପରୱାଲ୍‍।

ଓଡ଼ିଶା ପର୍ଯ୍ୟଟନ ବିଭାଗ ସହମତି କ୍ରମେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଆୟୋଜନ କରିଛନ୍ତି। ଫେମିନା ମିସ୍‍ ଇଣ୍ଡିଆ ପ୍ରତିଯୋଗିତା ଭାରତରେ ଆୟୋଜିତ ହେଉଥିବା ପ୍ରସିଦ୍ଧ  ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ। ଏହି ପ୍ରତିଯୋଗିତା ନିଜ ନିଜ ରାଜ୍ୟରେ କରାଇବା ପାଇଁ ବିଭିନ୍ନ ରାଜ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି। ଖୁସିର କଥା ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଓଡ଼ିଶା ଆସିଛି। ଏହି ପ୍ରତିଯୋଗିତା ଜରିଆରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ସୁବନ୍ଦୋବସ୍ତ କରାଯାଇଛି।
ଏହା ବ୍ୟତୀତ ସେମାନେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଅନୁଭବ କରିବା ପାଇଁ ପୁରୀ, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଚନ୍ଦ୍ରଭାଗା ବେଳାଭୂମି ମଧ୍ୟ ପରିଦର୍ଶନ କରିବେ। ପୁରୀ ବେଳାଭୂମି ଓ ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିରରେ ସେମାନେ ହେରିଟେଜ୍‍ ୱାକ୍‍ କରିବେ।

Leave a Reply

Your email address will not be published. Required fields are marked *