ବାଜବାଟୀ କଳାପଥର ଖାଦାନରେ ଏନଜିଟିର ସ୍ୱତନ୍ତ୍ର ଟିମର ତଦନ୍ତ

0
bajbati pahada

ଧର୍ମଶାଳା,ପ୍ରବାହ ନ୍ୟୁଜ୍ : ଧର୍ମଶାଳା ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଲୁଟ ଘଟଣା ସବୁ ବେଳେ ଚର୍ଚ୍ଚାରେ ରହିଥାଏ। କିଛି ମାସ ତଳେ ବାଜବାଟୀ କଳାପଥର ଖାଦାନକୁ ନେଇ ଏନଜିଟିରେ ଅଭିଯୋଗ ହୋଇଥିଲା। ଅଭିଯୋଗ ମୁତାବକ, ଜିଲ୍ଲାପାଳଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ ଆଜି ସମ୍ପୃକ୍ତ ଖାଦାନ ଅଞ୍ଚଳରେ ପହଂଚି ତଦନ୍ତ କରି ଫେରିଯାଇଛି। ବାଜବାଟୀର ୨ ଓ ୬ ନଂ ଖାଦାନରେ ଚଢ଼ାଉ କରାଯାଇଥିଲା। ଏଠାରେ ମାତ୍ରାଧିକ କଳାପଥର ଖନନ ସହ ଉତୋଳନ ଓ ପ୍ରଦୂଷଣ ମାତ୍ରା ବୃଦ୍ଧିକୁ ବନ୍ଦ କରିବା ନେଇ ସ୍ଥାନୀୟ କାନପୁର ଅଞ୍ଚଳର ଉର୍ବଶୀ ଜେନା ନାମକ ଜଣେ ମହିଳା ଏନଜିଟିରେ ଅଭିଯୋଗ କରିଥିଲେ। ଜିଲ୍ଲା ଖଣି ଉପନିର୍ଦେଶକ ଜୟ ପ୍ରକାଶ ନାୟକ, ଖଣି ଅଧିକାରୀ ଝସକେତନ ସେଠି, ପ୍ରଦୂଷଣ ଅଧିକାରୀ ମଦନ ମୋହନ ସାହୁ, ସିଆର ଅଧିକାରୀ ପ୍ରଦୀପ କୁମାର ନାୟକ ଓ ତହସିଲଦାର ସମୀର ରଞ୍ଜନ ଦାସ ପ୍ରମୁଖ ତଦନ୍ତ କରିଥିଲେ। ଏହି ସମୟରେ ଲିଜଧାରୀ ଶରତ କୁମାର ବେହେରା ଓ ସମୀର ରଞ୍ଜନ ନାୟକ ଉପସ୍ଥିତ ଥିଲେ। ଏହି ଦୁଇଗୋଟି ଖାଦାନର ଲିଜ ଅବଧି ୨୮ମସିହା ପର୍ଯ୍ୟନ୍ତ ରହିଥିବା ତହସିଲଦାର ସୂଚନା ଦିଆଯାଇଛି । ଏ ସମ୍ପର୍କରେ ଖଣି ଉପନିର୍ଦେଶକ ଶ୍ରୀ ନାୟକଙ୍କୁ ପଚାରିଲେ ଅଭିଯୋଗ ଅନୁଯାୟୀ ତଦନ୍ତ କରାଯାଇଛି। ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ହାତକୁ ନିଆଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *