ଟାଟା ପାୱାର ଓଡ଼ିଶା ଡିସକମ୍ ପକ୍ଷରୁ ‘ଓ ମାଇଁ ବିଉଟିଫୁଲ୍ ଓଡ଼ିଶା’ ଫଟୋଗ୍ରାଫି ପ୍ରତିଯୋଗିତାରେ ଆବେଦନ ପାଇଁ ରାଜ୍ୟବାସୀଙ୍କୁ ଆମନ୍ତ୍ରଣ
ଭୁବନେଶ୍ୱର: ପ୍ରବାହ ନ୍ୟୁଜ୍ : ପୂର୍ବ ସଂସ୍କରଣଗୁଡ଼ିକର ଅଭୂତପୂର୍ବ ସଫଳତାରେ ଉତ୍ସାହିତ ହୋଇ, ଟାଟା ପାୱାର ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀଗୁଡ଼ିକ (ଟିପିସିଓଡିଏଲ୍, ଟିପିଏନ୍ଓଡିଏଲ୍, ଟିପିଏସ୍ଓଡିଏଲ୍, ଏବଂ ଟିପିଡବ୍ଲୁଓଡିଏଲ୍) ସେମାନଙ୍କର ପ୍ରମୁଖ ଫଟୋଗ୍ରାଫି ପ୍ରତିଯୋଗିତା ‘ଓ ମାଇ ବିୟୁଟିଫୁଲ୍ ଓଡ଼ିଶା ୩.୦’ ର ତୃତୀୟ ସଂସ୍କରଣ ଆରମ୍ଭ କରିଛନ୍ତି । କମ୍ପାନୀ ଏହି ପ୍ରତିଯୋଗିତା ମାଧ୍ୟମରେ ରାଜ୍ୟର ଉତ୍ସାହୀ ଫଟୋଗ୍ରାଫର୍ ମାନଙ୍କୁ ଓଡ଼ିଶାର ଅତୁଳନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମୃଦ୍ଧ ଜୈବ ବିବିଧତା ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରିଛି।
ଚଳିତ ବର୍ଷର ବିଷୟବସ୍ତୁ, “ଓଡ଼ିଶାର ବନ୍ୟପ୍ରାଣୀ ଏବଂ ଜୈବବିବିଧ ଭୂଦୃଶ୍ୟ’ ଉତ୍ସାହୀ ଫଟୋଗ୍ରାଫର ମାନଙ୍କ ମାଧ୍ୟମରେ ରାଜ୍ୟର ପରିବେଶଗତ ସମ୍ପଦକୁ ଜୀବନ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି। ଘନ ଜଙ୍ଗଲ ଏବଂ ଆର୍ଦ୍ରଭୂମିରୁ ଆରମ୍ଭ କରି ବିଶାଳ ପକ୍ଷୀ ଏବଂ ପ୍ରାଣୀ ସମ୍ପଦ ପର୍ଯ୍ୟନ୍ତ, ଏହି ପ୍ରତିଯୋଗିତା ଓଡ଼ିଶାର ପ୍ରାକୃତିକ ବିବିଧତା ଓ ପ୍ରକୃତି ସହିତ ଏହାର ଗଭୀର ସମ୍ପର୍କକୁ ପାଳନ କରୁଛି।
ଲଗାତାର ତୃତୀୟ ବର୍ଷ ଧରି ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା, ବର୍ତ୍ତମାନ କମ୍ପାନୀର ଦୀର୍ଘ ସ୍ଥାୟୀତ୍ୱ ଏବଂ ସାଂସ୍କୃତିକ ପରିଚାଳନା ପ୍ରୟାସର ଏକ ଅଂଶ ଭାବରେ ଗୋଷ୍ଠୀ କୈନ୍ଦ୍ରିକ ଆକର୍ଷଣୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଏହି ଅଭିଯାନ ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ପରିବେଶ ସଚେତନତା, ସ୍ଥାନୀୟ ଗୌରବ ଏବଂ ସମ୍ପ୍ରଦାୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଯେଭଳି ଅଧିକ ଅଂଶଗ୍ରହଣକାରୀ ଏହି ପ୍ରତିଯୋଗିତାରେ ଯୋଗଦେବେ ଏବଂ ଓଡ଼ିଶାର ଅତୁଳନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟକୁ କ୍ୟାମେରାରେ ତୋଳି ଧରିବେ ସେଥିପାଇଁ ଆବେଦନର ଶେଷ ତାରିଖକୁ ୧୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଏହି ପ୍ରତିଯୋଗିତା ଉଭୟ ବୃତ୍ତିଗତ ଏବଂ ସୌଖିନ ଫଟୋଗ୍ରାଫରଙ୍କୁ ଓଡ଼ିଶାର ବିବିଧ ଉଦ୍ଭିଦ, ପ୍ରାଣୀ ଏବଂ ଭୂଦୃଶ୍ୟ ପ୍ରଦର୍ଶନ କରିବାକୁ ଉତ୍ସାହିତ କରୁଛି। ଫଟୋଗୁଡିକ ପ୍ରତିଯୋଗିତାର ନୈତିକ ନିର୍ଦ୍ଦେଶାବଳୀ ପାଳନ କରୁଥିବା ସହିତ ମୂଳ ଏବଂ ଅପ୍ରକାଶିତ କୃତି ହେବା ଆବଶ୍ୟକ ।
ବିଜେତା ଫଟୋଗୁଡ଼ିକୁ ଫଟୋଗ୍ରାଫରଙ୍କ ନାମ ସହିତ ଟିପି ଓଡ଼ିଶା ଡିସକମ୍ ଗୁଡିକର ୨୦୨୬ କ୍ୟାଲେଣ୍ଡରରେ ସ୍ଥାନ ଦିଆଯିବ। ବିଜେତାମାନେ ନଗଦ ପୁରସ୍କାର ସହିତ ଟାଟା ପାୱର ଓଡ଼ିଶାର ଡିଜିଟାଲ ପ୍ଲାଟଫର୍ମ ଓ ସହଯୋଗୀ ପ୍ରକାଶନ ମାନଙ୍କ ମାଧ୍ୟମରେ ବ୍ୟାପକ ଖ୍ୟାତି ମଧ୍ୟ ପାଇବେ।
ବିଷୟବସ୍ତୁ: ଓଡ଼ିଶାର ବନ୍ୟପ୍ରାଣୀ ଏବଂ ଜୈବବିବିଧ ଭୂଦୃଶ୍ୟ
ଆବେଦନର ଶେଷ ତାରିଖ : ୧୨ ନଭେମ୍ବର ୨୦୨୫
ଆବେଦନ ଲିଙ୍କ୍ : https://www.surveymonkey.com/r/H5LSR9R
ମାନ୍ୟତା: ବିଜେତା ଫଟୋଗୁଡ଼ିକୁ ଫଟୋଗ୍ରାଫରଙ୍କ ନାମ ସହିତ ଟିପି ଓଡ଼ିଶା ଡିସକମ୍ ଗୁଡିକର ୨୦୨୬ କ୍ୟାଲେଣ୍ଡରରେ ସ୍ଥାନ ଦିଆଯିବ
ଯୋଗ୍ୟତା: ଓଡ଼ିଶାର ସମସ୍ତ ନାଗରିକ ଆବେଦନ କରିପାରିବେ
ଆରମ୍ଭ ହେବାଦିନଠାରୁ, ‘ଓ ମାଇଁ ବିଉଟିଫୁଲ ଓଡ଼ିଶା’ ରାଜ୍ୟର ସମୃଦ୍ଧ ପରିଚୟକୁ ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରିଆସୁଛି। ଏହି ପ୍ରୟାସ ମାଧ୍ୟମରେ ଟାଟା ପାୱର ଓଡ଼ିଶାର ନାଗରିକମାନଙ୍କୁ ପରିବେଶ ସଂରକ୍ଷଣର ଦୂତ ଭାବେ ପ୍ରେରିତ କରିବା ସହିତ ରାଜ୍ୟର ପ୍ରାକୃତିକ ସମୃଦ୍ଧିକୁ ପାଳନ କରିଆସୁଛି।
