ବ୍ୟାଙ୍କ ଅଫ୍ ବରୋଦାର “ବିଓବି କେ ସଙ୍ଗ୍ ତ୍ୟୋହାର କି ଉମଙ୍ଗ’ ସାଙ୍ଗରେ ଉଠାନ୍ତୁ ଉତ୍ସବର ଆନନ୍ଦ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତରେ ପାର୍ବଣ ଋତୁ ଆନନ୍ଦ, ଉତ୍ସବ ଓ ନୂତନ ଆରମ୍ଭର ଏହି ଅବସରରେ ପରିବାରମାନେ ବଡ଼ କ୍ରୟ ଯୋଜନା କରିଥା’ନ୍ତି – ଯେପରିକି ନୂଆ ଘର ନେବା, କାର କିଣିବା ଅବା ସେମାନଙ୍କର ବ୍ୟବସାୟକୁ ବିସ୍ତାର କରିବା, ସେହି ସମୟରେ ଗ୍ରାହକମାନଙ୍କ ପାଇଁ ପାର୍ବଣ ଋତୁକୁ ଆହୁରି ସ୍ୱତନ୍ତ୍ର ପୁରସ୍କାରପ୍ରାପ୍ତ କରିବା ପାଇଁ, ବ୍ୟାଙ୍କ ଅଫ୍ ବରୋଦା ଏହାର ବାର୍ଷିକ ଉତ୍ସବ ଅଭିଯାନ, “ବିଓବି କେ ସଙ୍ଗ୍ ତ୍ୟୋହାର କି ଉମଙ୍ଗ – ଶୁଭ ଭି, ଲାଭ ଭି’ ଆରମ୍ଭ କରିଛି।
ରିଟେଲ୍ ଅଫର ଚଳିତ ବର୍ଷର ଏହି ଅଭିଯାନ ବହୁଦିନ ଧରି କ୍ରୟ ଅଭିଳାଷା ରଖିଥିବା ଏବଂ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ସଂଚୟ ଭଳି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଅଫରଗୁଡ଼ିକରେ ପରିପୂର୍ଣ୍ଣ ରହିଛି। ଗୃହକ୍ରେତାଙ୍କ ପାଇଁ ଗୃହ ଋଣ ଯାହା ବର୍ତ୍ତମାନ ଅଫର ଅନୁଯାୟୀ ଶୂନ୍ୟ ପ୍ରକ୍ରିୟାକରଣ ଶୁଳ୍କ ସହିତ ୭.୪୫ ପ୍ରତିଶତ ବାର୍ଷିକରୁ ଆରମ୍ଭ ହେଉଛି। ସେହିପରି ନୂତନ ଯାନ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଅଫର ଆକାରରେ ଗାଡ଼ିର ଅନ୍‌-ରୋଡ୍ ମୂଲ୍ୟର ୯୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ଓ ଇଲେକ୍ଟ୍ରିକ୍ ଯାନ ପାଇଁ ଆଠ ବର୍ଷ ପର୍ଯ୍ୟନ୍ତ ପରିଶୋଧ ଅବଧି ବୃଦ୍ଧି କରାଯାଇଛି। ଏଥିସହିତ ବ୍ୟାଙ୍କ ଅଫ୍ ବରୋଦା ଇଲେକ୍ଟ୍ରିକ୍ ଯାନ ପାଇଁ ପ୍ରକ୍ରିୟାକରଣ ଶୁଳ୍କରେ ୫୦ ପ୍ରତିଶତ ରିହାତି ପ୍ରଦାନ କରି ଇଲେକ୍ଟ୍ରିକ୍ ଯାନ କ୍ରେତାମାନଙ୍କୁ ଆହୁରି ଉତ୍ସାହିତ କରୁଛି।
ସେହିପରି ପାର୍ବଣ ଋତୁ ହେଉଛି ସ୍ମାର୍ଟ ଆର୍ôଥକ ପରିଚାଳନାର ଉତ୍ତମ ପନ୍ଥା ଚୟନ କରିବା ପାଇଁ ଏକ ଉପଯୁକ୍ତ ସମୟ। ଏଥିପାଇଁ, ବ୍ୟାଙ୍କ ଅଫ୍ ବରୋଦା ‘ବିଓବି ମାଷ୍ଟରଷ୍ଟ୍ରୋକ୍ ଲାଇଟ୍ ସଞ୍ଚୟ ଖାତା’ ପ୍ରଚଳନ କରିଛି, ଯାହା ଖାତା ପରିଚାଳନା ପାଇଁ ମାସିକ ହାରାହାରି କମ ବାଲାନ୍ସ ଆବଶ୍ୟକ କରିଥାଏ କିନ୍ତୁ ତଥାପି ବିଭିନ୍ନ ପ୍ରକାରର ଲାଭ ପ୍ରଦାନ କରେ –ଯେଉଁଥିରେ ମାଗଣା ଟ୍ରାଭେଲ ଡେବିଟ୍ କାର୍ଡ ଓ ଲାଇଫଷ୍ଟାଇଲ ଅଫର ଠାରୁ ଆରମ୍ଭ କରି ଲକର ବ୍ୟବହାର ଉପରେ ରିହାତି ଏବଂ ଖୁଚୁରା ଋଣ ଉପରେ ରିହାତି ସୁଧ ହାର ଓ ପ୍ରକ୍ରିୟାକରଣ ଶୁଳ୍କ ଛାଡ଼ ଭଳି ଲାଭ ଓ ସଂଚୟର ଅବସର ରହିଛି।
ପର୍ବ ମନୋଭାବକୁ ଆହୁରି ଦୁଇଗୁଣିତ କରିବା ପାଇଁ, ବ୍ୟାଙ୍କ ଅଫ୍ ବରୋଦା ଏହାର ଡେବିଟ୍ କାର୍ଡଧାରକମାନଙ୍କ ପାଇଁ ଯାତ୍ରା, ଖାଦ୍ୟ, ଫ୍ୟାଶନ୍ ଏବଂ କିରାଣା ସାମଗ୍ରୀ ଭଳି ଉଚ୍ଚ-ଚାହିଦା ବର୍ଗରେ ଅଗ୍ରଣୀ ବ୍ରାଣ୍ଡ ସହିତ ସହଭାଗୀ ହୋଇ ଆକର୍ଷଣୀୟ ଉତ୍ସବ ରିହାତି ପ୍ରଦାନ କରୁଛି – ଯାହା ଉତ୍ସବର ସପିଂକୁ ଆହୁରି ଉପଭୋଗ୍ୟ ଏବଂ ପକେଟ କୁ ସୁହାଇଲା ଭଳି କରାଯାଇଛି।
ବ୍ୟବସାୟ ସଶକ୍ତିକରଣ
ଏହି ବର୍ଗରେ ବ୍ୟବସାୟ ପାଇଁ ମଧ୍ୟ ବ୍ୟାଙ୍କ ଅଫ୍ ବରୋଦା ଅନେକ ଗ୍ରାହାକ କୈନ୍ଦ୍ରିକ କଷ୍ଟୋମାଇଜ୍ଡ ଅଫର ପ୍ରଦାନ କରୁଛି। ଯେଉଁଥିରେ ‘ବିଓବି ଡିଜି ଉଦ୍ୟମ’ ମାଧ୍ୟମରେ, ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ୧୦ ଲକ୍ଷ ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ବନ୍ଧକ-ମୁକ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ପାଇଁ ଆବେଦନ କରିପାରିବେ, ଯେଉଁଥିରେ ୧୦୦ ପ୍ରତିଶତ ଡିଜିଟାଲ୍ ଏବଂ କାଗଜବିହୀନ ପ୍ରକ୍ରିୟାକରଣ, ଆକର୍ଷଣୀୟ ଅଳ୍ପ ସୁଧ ହାର ଓ ରିହାତି ପ୍ରକ୍ରିୟାକରଣ ଶୁଳ୍କ ଅନ୍ତର୍ଭୁକ୍ତ ରହିଛି।
ଅପରପକ୍ଷରେ, ବିଓବି ପ୍ରପର୍ଟି ପ୍ରାଇଡ୍ ସମ୍ପତ୍ତି ବନ୍ଧକ ବଦଳରେ ଏକ ଓଭରଡ୍ରାଫ୍ଟ ସୁବିଧା ପ୍ରଦାନ କରୁଛି, ଯାହା କମ ମାର୍ଜିନ୍ ଓ ବିକଳ୍ପ ସର୍ତ୍ତାବଳୀ ସହିତ ୨୫ କୋଟି ପର୍ଯ୍ୟନ୍ତ ଆର୍ôଥକ ସହାୟତା ପ୍ରଦାନ କରୁଛି। ଏଥିସହିତ ‘ବିଓବି ସ୍ମାର୍ଟ କରେଣ୍ଟ ଆକାଉଣ୍ଟ’ ଡିଜିଟାଲ୍‌-ପରିଚାଳିତ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି । ଏଥିରେ ମାଗଣା ପିଓଏସ୍‌/ଏମପିଓଏସ ମେସିନ୍ ଓ କ୍ୟୁଆର ସାଉଣ୍ଡବକ୍ସ ସହିତ ମାଗଣା ଅନଲାଇନ୍ ଏନ୍‌ଇଏଫଟି/ଆରଟିଜିଏସ୍‌/ ଆଇଏମପିଏସ/ୟୁପିଆଇ କାରବାର ଅନ୍ତର୍ଭୁକ୍ତ, ଯାହା ପ୍ରଯୁଜ୍ୟ ସର୍ତ୍ତାବଳୀ ଓ ନିୟମାବଳୀ ଅନୁଯାୟୀ କାର୍ଯ୍ୟକାରୀ ହୋଉଛି।
ଏହି ଅବସରରେ, ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଶୈଳେନ୍ଦ୍ର ସିଂହ କହିଛନ୍ତି, “ବ୍ୟାଙ୍କ ଅଫ୍ ବରୋଦାରେ, ଆମେ ବିଶ୍ୱାସ କରୁ ଯେ, ପର୍ବଣଗୁଡ଼ିକ କେବଳ ଉତ୍ସବ ନୁହେଁ – ଏଗୁଡ଼ିକ ଜଣଙ୍କର ଦୀର୍ଘଦିନର ଅଭିଳାଷା ପୂରଣ କରିବା ଓ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାର ସମୟ। ଯାହାକି ଗୋଟିଏ ନୂତନ ଘର କିଣିବା, ଗାଡ଼ି କିଣିବା ଅବା ବ୍ୟବସାୟ ବିସ୍ତାର କରିବା ଭଳି ହୋଇପାରେ, ସେଥିପାଇଁ ଆମେ ଆମର ଗ୍ରାହକମାନଙ୍କୁ ସେମାନଙ୍କର ଲକ୍ଷ୍ୟକୁ ବାସ୍ତବତାରେ ପରିଣତ କରିବାରେ ସାହାଯ୍ୟ କରିବାକୁ ପ୍ରତିବଦ୍ଧ। ‘ବିଓବି କେ ସଙ୍ଗ୍ ତ୍ୟୋହାର କି ଉମଙ୍ଗ’ ମାଧ୍ୟମରେ, ଆମର ଗ୍ରାହକମାନେ ସ୍ମାର୍ଟ ଆର୍ôଥକ ପରିଚାଳନାର ଉତ୍ତମ ପନ୍ଥା ଚୟନ କରିପାରିବେ ଯାହା କେବଳ ଉତ୍ସବ ଋତୁରେ ଆନନ୍ଦ ଆଣିବ ନାହିଁ ବରଂ ଦୀର୍ଘକାଳୀନ ଲାଭ ମଧ୍ୟ ପ୍ରଦାନ କରିବ।”

Leave a Reply

Your email address will not be published. Required fields are marked *

You may have missed