ଶିମିଳି ପୁରରେ ଗୋଷ୍ଠି କନ୍ଦଳ, ପୁତୁରାର ଆକ୍ରମଣରେ ଦାଦା ଗୁରୁତର

ବାଙ୍କୀ ,ପ୍ରବାହ ନ୍ୟୁଜ୍ : ବାଙ୍କୀ ଥାନା ଅନ୍ତର୍ଗତ ଶିମିଳି ପୁର ପଞ୍ଚାୟତ ରେ ଆଜି ଘଟି ଯାଇଛି ଏକ ଅଭାବନୀୟ ଘଟଣା । ପୁର୍ବ ଶତ୍ରୁତା କୁ କେନ୍ଦ୍ର କରି ଦାଦା ପୁତୁରା ଗଣ୍ଡଗୋଳ ରେ ଦାଦା ଗୁରୁତର ଆହତ । କଟକ ଏ ସି ବି ମେଡିକାଲ ରେ ଚିକିତ୍ସାଧୀନ ଥିବା ଜଣାପଡିଛି । ସୂଚନା ଥାଉ କି ବାଙ୍କୀ  ଥାନା ଅଧୀନ  ଶିମିଳି ପୁର ଗ୍ରାମର ଶରତ  ବେହେରା ଏବଂ ପୁତୁରା ବାବୁ ବେହେରା ଙ୍କ ମଧ୍ୟରେ ପୁର୍ବରୁ ପାରିବାରିକ ଶତ୍ରୁତା ଲାଗି ରହିଥିଲା। ଆଜି ଶରତ ଏବଂ  ତାଙ୍କ ପୁଅ  ସନ୍ତୋଷ  ବେହେରା   ନିଜର ପାଳିତ ପଶୁ ମଇଁଷି ମାନଙ୍କୁ ନେଇ ନିକଟସ୍ତ ବିଲିପଡ଼ା ରାସ୍ତା କଡ ପଡିଆ ଜମିରେ ଚରାଉଥିବ ସମୟରେ ପୁର୍ବ ଶତ୍ରୁତା କୁ କେନ୍ଦ୍ର କରି ବାବୁ ବେହେରା  ଘଟଣା ସ୍ଥଳରେ ପହଞ୍ଚି ଶରତ ଙ୍କ ସହିତ ବଚସା ହୋଇଥଲା । ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା  ଏବଂ ପରବର୍ତ୍ତୀ ସମୟରେ ଗଣ୍ଡଗୋଳ ର ତୀବ୍ର ରୂପ ନେଇଥିଲା । ଯାହା ଫଳରେ ବାବୁ ବେହେରା ଙ୍କ ଠେଙ୍ଗା ପାହର ରେ ଶରତ ଓ ପୁଅ ସନ୍ତୋଷ ଆହତ ହୋଇ ଥିଲେ । ଖବର ପାଇ ପାରିବାର ଲୋକେ ଓ ଗ୍ରାମବାସୀ ଉଭୟଙ୍କୁ ଚିକିତ୍ସା ନିମନ୍ତେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଶରତ ଅତ୍ୟଧିକ  ଗୁରୁତର ଥିବାରୁ ତାଙ୍କ କଟକ ଏ ସି ବି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସନ୍ତୋଷ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଖବର ପାଇ ଘଟଣା ସ୍ଥଳରେ ବାଙ୍କୀ ଥାନା ଏସ ଡି ପି ଓ ବାଳ କୃଷ୍ଣ କହଁର ଓ ଆଇ ଆଇ ସି ଦିଲୀପ କୁମାର ମର୍ଦ୍ଦରାଜ ଭୂଇଁ। ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ବାଙ୍କୀ ଥାନା କେସ ନଂ ୧୫୧/୨୫ ରେ ମାମଲା ରୁଜୁ କରି ଥିବା କହିଛନ୍ତି ଆଇ ଆଇ ସି ଦିଲୀପ କୁମାର ମର୍ଦ୍ଦରାଜ ଭୂଇଁ।

Leave a Reply

Your email address will not be published. Required fields are marked *