ଚିନ୍ତା-ଚେତନା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖଇରା/ଆଗରପଡା,ପ୍ରବାହ ନ୍ୟୁଜ୍ : ଭଦ୍ରକ ଜିଲ୍ଲା ଆଗରପଡା ସ୍ଥିତ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଚିନ୍ତା-ଚେତନା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ବାଞ୍ଛାନିଧି ରାଉଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବେ ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ ଯୋଗଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭଦ୍ରକ, ଆଗରପଡାର ଅଧ୍ୟକ୍ଷ କାର୍ତ୍ତିକେଶ୍ବର ରାଉଳ, ମୁଖ୍ୟବକ୍ତା ଭାବେ ପ୍ରବଚକ,ପାଲା ଗାୟକ ଓ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ଯାପକ ପ୍ରଭାସ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପତ୍ରିକା ” ଚେତନା ” ଉନ୍ମୋଚିତ ହୋଇଥିଲା । କବିତା ସଂଯୋଜନା କରିଥିଲେ କବି ତପନ କୁମାର ସାହୁ ଓ ଦାଶରଥି ଜେନା । ଏହି ବାର୍ଷିକ ଉତ୍ସବରେ ବାଲେଶ୍ବର ଜିଲ୍ଲା ଖଇରାରୁ ସାମ୍ବାଦିକ,ସାହିତ୍ୟିକ,ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ପ୍ରଥମେ କବିତା ପାଠ କରିଥିଲେ । କବିତାର ଶୀର୍ଷକ ଥିଲା ” ଜହ୍ନ ” । ବିଭିନ୍ନ ସ୍ଥାନ ଓ ଜିଲ୍ଲାରୁ ଶ୍ରଦ୍ଧାଞ୍ଜଳି ଖମାରୀ,ହେମନ୍ତ କୁମାର ନାୟକ,ସନ୍ଧ୍ୟାରାଣୀ ପଟ୍ଟନାୟକ, ମୁରଲୀଧର ବେହେରା,ଅନନ୍ତ ମୁଦୁଲି,ଶୁଭଙ୍କର ମହାପାତ୍ର,ଅଭିଜିତ ସାହୁ,ସ୍ବରୂପ ରଞ୍ଜନ ସିଂହ,ନିରଞ୍ଜନ ନାୟକ,ଶୁଭମ କୁମାର ସାହୁ,ଚିନ୍ମୟ କୁମାର ପଣ୍ଡା, ଶୁଭଙ୍କର ମହାରଣା,ବନମାଳୀ ଜେନା,ଜଗନ୍ନାଥ ମହାପାତ୍ର,ନୃସିଂହ ଚରଣ କର,ସୁରେନ୍ଦ୍ର କୁମାର ପରିଡ଼ା,ଅଭୟ କୁମାର ସାମଲ,ରମାକାନ୍ତ ଜେନା,ଚତୁର୍ଭୁଜ ପହି,ନାରାୟଣ ଚନ୍ଦ୍ର ଲେଙ୍କା,ଜଳଧର ଦାସ,ରବିନ୍ଦ୍ର ପ୍ରସାଦ ମଲ୍ଲିକ,ବୈକୁଣ୍ଠ ବିହାରୀ ଦାସ,ସ୍ବସ୍ତିପ୍ରଦ ନାୟକ,ମାନସୀ ପାତ୍ର,ଅର୍ପିତା ଜେନା,ପୂର୍ଣ୍ଣିମା ସାହୁ,ଅଲିଭା ରାଣୀ ଜେନା,ମହାପାତ୍ର ପୁରୁଷୋତ୍ତମ ବିଶ୍ବାଳ,ଅନ୍ତର୍ଯ୍ୟାମୀ ରାଉତ,ଅମୁଲ୍ୟ କୁମାର ମିଶ୍ର,ସଙ୍ଖାଳି ଚରଣ ରାଉଳ,ସୁକାନ୍ତ କୁମାର ବେହେରା, ଫକୀର ଚରଣ ବାରିକ,କୁଞ୍ଜ ବିହାରୀ ବିଶ୍ବାଳ,କୃପାସିନ୍ଧୁ ମୁଦୁଲି,ନାରାୟଣ ସାହୁ, ଲକ୍ଷ୍ମୀପ୍ରିୟା ପଣ୍ଡା,ହରେକୃଷ୍ଣ ସାହୁ,ଅର୍ଜୁନ ଚରଣ ମହାରଣା,ରବିନାରାୟଣ ବିଶ୍ବାଳ, ସରୋଜ କୁମାର ବେହେରା,ସୁବାସ ଚନ୍ଦ୍ର ସାହୁ,ଉମାକାନ୍ତ ଘଡେ଼ଇ,ନୃସିଂହ ସାମଲ,ଜୀବନ ଜ୍ଯୋତି ରାଉତ, ରାଜନନ୍ଦିନୀ ସାହୁ,ସମୀତା ପଣ୍ଡା, ଦିପ୍ତୀରାଣୀ ସାହୁ,ସୁନିଲ କୁମାର ଦାସ,ପୁରୁଷୋତ୍ତମ ଗୁପ୍ତା,ମାନସୀ ମଲ୍ଲିକ, ଅପରାଜିତା ମଲ୍ଲିକ,ବୈଶାଖୀ ଦୀକ୍ଷିତ, ଅଙ୍କିତା ସାହୁ,କଳ୍ପନା ସିଂହ,ଲକ୍ଷ୍ମୀପ୍ରିୟା ବେହେରା,ତନ୍ମୟୀ ମୁଦୁଲି,ମନୋରମା ମହାକୁଡ଼,ପ୍ରଜ୍ଞାସେନୀ ସେଠୀ ଓ ଦେବସ୍ମିତା ମୁଦୁଲିଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ବ କବି,କବୟିତ୍ରୀ ଓ ଅନୁଷ୍ଠାନକୁ ଭଲ ପାଉଥିବା ବ୍ଯକ୍ତି ବିଶେଷ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟନିର୍ବାହୀ ସମ୍ପାଦକ ପ୍ରଣୟ କୁମାର ସିଂହ ସମସ୍ତ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ କୃଷ୍ଣ ଚନ୍ଦ୍ର ଜେନା, ଚିତ୍ତରଞ୍ଜନ ସାମନ୍ତରାୟ,କୃପାସିନ୍ଧୁ ମୁଦୁଲି ଓ ସଂସଦର କର୍ମକର୍ତ୍ତା ସମୂହ ।।