ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଉତ୍କଳ ଦିବସ ଅବଶରରେ ହାର୍ଦ୍ଦିକ ଶୁଭେଚ୍ଛା

ଭୁବନେଶ୍ୱର, ୧ଏପ୍ରିଲ ୨୦୨୫: ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଆଜି ରାଜ୍ୟର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଏବଂ ସଫଳତାକୁ ପାଳନ କରି ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ତାଙ୍କ ବାର୍ତାରେ, ଶ୍ରୀ ଅଗ୍ରୱାଲ ଓଡ଼ିଶାର ଆଧ୍ୟାତ୍ମିକତା, କଳା, ସଂସ୍କୃତି, ବୟନଶିଳ୍ପ, ଖାଦ୍ୟ, ଭୂଦୃଶ୍ୟ ଏବଂ ସ୍ଥାପତ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ବିଶ୍ୱ ସ୍ତରରେ ନିଜର ପ୍ରତିଭା ଦେଖାଇଛି। ସେ ଓଡିଆ ଲୋକଙ୍କ ପ୍ରତିଭା ଏବଂ କଠିନ ପରିଶ୍ରମ ମାଧ୍ୟମରେ ଭାରତର ବିଶ୍ୱ ପ୍ରତିଷ୍ଠାକୁ ନିରନ୍ତର ବୃଦ୍ଧି କରିବା ପାଇଁ ଓଡ଼ିଆ ସମ୍ପ୍ରଦାୟକୁ ପ୍ରଶଂସା କରିଥିଲେ।

ଓଡ଼ିଶାକୁ ‘ବିଶ୍ୱର ଆଲୁମିନିୟମ୍ ରାଜଧାନୀ’ ଭାବରେ ମାନ୍ୟତା ଦେଇ, ଶ୍ରୀ ଅଗ୍ରୱାଲ ରାଜ୍ୟ ସହିତ ବେଦାନ୍ତର ଗଭୀର ସମ୍ପର୍କ ପାଇଁ ଧନ୍ୟ ମନେକରିଥିଲେ। ସେ କହିଥିଲେ, “ଓଡ଼ିଶା, ପ୍ରଚୁର ପ୍ରାକୃତିକ ସମ୍ପଦ ମାଧ୍ୟମରେ ଭାରତକୁ ଏକ ଦୃଢ଼ ବିଶ୍ୱ ପରିଚୟ ପ୍ରଦାନ କରିଛି। ଆମେ ଏହି ଅଭିବୃଦ୍ଧିରେ ଅବଦାନ ରଖି ଆଜି ପର୍ଯ୍ୟନ୍ତ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରି ଗର୍ବିତ। କିନ୍ତୁ ଆମ ପାଇଁ, ଏହା କେବଳ ବ୍ୟବସାୟ ନୁହେଁ – ଲୋକଙ୍କ କଲ୍ୟାଣ ଏବଂ ସ୍ଥାୟୀତ୍ୱ ଆମର ପ୍ରମୁଖ ପ୍ରାଥମିକତା ଅଟେ।”

ବେଦାନ୍ତର ସାମୁଦାୟିକ ପ୍ରୟାସ ଉପରେ ପ୍ରତିଫଳିତ କରି ସେ ଆହୁରି କହିଛନ୍ତି, “କଳାହାଣ୍ଡିରେ ସମୃଦ୍ଧି ଆଣିବାର ସ୍ୱପ୍ନ ସାକାର ହୋଇଛି ବୋଲି ମୋତେ ଅତ୍ୟନ୍ତ ଖୁସି ଲାଗୁଛି। ଆମେ ସେଠାକାର ପ୍ରତ୍ୟେକ ପରିବାର ତଥା ଘରେ ଘରେ ଖୁସି ଆଣିବାରେ ସକ୍ଷମ ହୋଇଛୁ।”

ସେ ନବନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇ କହିଛନ୍ତି, “ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ, ଓଡ଼ିଶାର ଗତିଶୀଳ ମୁଖ୍ୟମନ୍ତ୍ରୀ ମୋହନ ମାଝି ରାଜ୍ୟର ବିକାଶ କାହାଣୀକୁ ଆହୁରି ଆଗକୁ ବଢ଼ାଇବେ।”

ଓଡ଼ିଶାର ଶିଳ୍ପ ଏବଂ ଅର୍ଥନୈତିକ ବିକାଶରେ ପ୍ରମୁଖ ଅବଦାନକାରୀ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ୩.୫ ଏମଟିପିଏ ଆଲୁମିନା ରିଫାଇନାରୀ ଏବଂ ଝାରସୁଗୁଡ଼ାରେ ବିଶ୍ୱର ସର୍ବବୃହତ ଆଲୁମିନିୟମ ସ୍ମେଲ୍ଟର ପରିଚାଳନା କରୁଛି। ୨୫,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ, କମ୍ପାନୀ ରାଜ୍ୟରେ ନିଯୁକ୍ତି ସୃଷ୍ଟି, ଭିତିଭୂମି ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ଉନ୍ନତିରେ ଯୋଗଦାନ ଦେଇ ଏହାର କାର୍ଯ୍ୟକୁ ବୃଦ୍ଧି କରିବାକୁ ପ୍ରସ୍ତୁତ ରହିଛି।

ବେଦାନ୍ତ ସ୍ଥାନୀୟ ସମ୍ପ୍ରଦାୟ ସହିତ ଘନିଷ୍ଠ ଭାବରେ ସହଭାଗୀତା ଜାରି ରଖିଛି, ଭାରତର ଶିଳ୍ପ ଏବଂ ସାମାଜିକ-ଆର୍ôଥକ ପ୍ରଗତି ପାଇଁ ଏକ ଗତିଶୀଳ ଅଭିବୃଦ୍ଧି କେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ପରିବେଶ ପୁନରୁଦ୍ଧାର କ୍ଷେତ୍ରରେ ନିରନ୍ତର ପ୍ରୟାସ ମାଧ୍ୟମରେ, କମ୍ପାନୀ ଓଡ଼ିଶାର ଲୋକଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ଅନ୍ତର୍ଭୁକ୍ତ ଭବିଷ୍ୟତ ଗଠନ ପାଇଁ ପ୍ରତିବଦ୍ଧ।

Leave a Reply

Your email address will not be published. Required fields are marked *

You may have missed