ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ସମ୍ବର୍ଦ୍ଧିତ

ଖଇରା,ପ୍ରବାହ ନ୍ୟୁଜ୍ : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ସଂଘ ସଭା ଗୃହ ମଧ୍ୟରେ ଖଇରା ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ମଞ୍ଚର ସ୍ଥାୟୀ ସଭାପତି ଶରତ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡ଼ାକ୍ତର ପ୍ରଭାକର ମିଶ୍ର, ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସମ୍ମାନିତ ଅତିଥି ଭାବେ ଆଇଆଇସି ସଚିନ୍ଦ୍ର ମଳିକ, ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ଓ ମଞ୍ଚ ସମ୍ପାଦକ ମୁକ୍ତିକାନ୍ତ ଶତପଥୀ ଯୋଗଦେଇ ପଵିତ୍ର ଉତ୍କଳ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ଅତିଥି ଆମନ୍ତ୍ରଣ କରିଥିଲେ ପଣ୍ଡିତ ରଘୁନାଥ ପତ୍ରୀ । ବେଦପାଠ କରିଥିଲେ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ । ସ୍ବର୍ଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା ପରେ ଗଡ଼ଚଣ୍ଡି ସାଂସ୍କୃତିକ ପରିଷଦର ଛାତ୍ରୀ ମାନେ ସଙ୍ଗୀ ପରିବେଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଖଇରା ବ୍ଲକର ବିଭିନ୍ନ ସଂଗଠନ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ କର୍ମବୀର ସମ୍ମାନ ଏବଂ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା ବାଲେଶ୍ବରକୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲା ମଞ୍ଚ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ ଉକ୍ତ ସମ୍ବର୍ଦ୍ଧନା ପତ୍ର ଗ୍ରହଣ କରିବା ସମୟରେ ଉପସ୍ଥିତ ଥିଲେ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା, ସଦସ୍ୟ ଆଲୋକମୟ ପଣ୍ଡା, ସୁଦାମ ଚରଣ ରାଉତ ଓ ସଦସ୍ୟା ସନ୍ଧ୍ୟାରାଣୀ ପଟ୍ଟନାୟକ । ଏଥିସହିତ ସାମ୍ବାଦିକ ପଦ୍ମଲୋଚନ ଦାସ, ଉତ୍କଳବନ୍ଧୁ ପଣ୍ଡା, ଉମେଶ ଜେନା, ଆଲୋକମୟ ପଣ୍ଡା, ସତ୍ୟଭାମା ପ୍ରଧାନ, ଅନାମ ଚରଣ ପଣ୍ଡାଙ୍କ ସମେତ ମୋଟ ୨୫ ଜଣରୁ ଉର୍ଦ୍ଧ୍ବ ସାମ୍ବାଦିକଙ୍କୁ ମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରିଥିଲେ ମଞ୍ଚାସୀନ ଅତିଥି ମାନେ । ଏଥିରେ ଭରତ ଚନ୍ଦ୍ର ଦାସ, ଆରତୀ ପ୍ରଧାନ, ଜଳଧର ଦାସ, କୈଳାସ ଚନ୍ଦ୍ର ବେହେରା, ଯୁଧିଷ୍ଠିର ମହାରଣା, ଚିନ୍ମୟୀ ଜେନା, ରଶ୍ମିତା ମହାପାତ୍ର, ମହେନ୍ଦ୍ର ପ୍ରସାଦ କବି, ମହେନ୍ଦ୍ର ପ୍ରସାଦ ସେନାପତି, ଅନନ୍ତ କୁମାର ଉପାଧ୍ୟାୟ, ଇନ୍ଦ୍ରମଣି ରାଉତ, ମାୟାଧର ନାୟକ, କୁଞ୍ଜଲତା ମାହୁଁନ୍ତ,ରତ୍ନାକର ସେଣ୍ଢ,ତପନ କୁମାର ବେହେରା, ଜଳଧର ପଣ୍ଡା, କମଳଲୋଚନ ଜେନା, ଉପେନ୍ଦ୍ର ପ୍ରସାଦ ଦାସ, ଶ୍ଯାମସୁନ୍ଦର ପଣ୍ଡା, ଅଭିରାମ ମହାପାତ୍ର, ନିର୍ମଳ ଚନ୍ଦ୍ର ଦାସ, ଦେବେନ୍ଦ୍ର କୁମାର ରାଉତ, ରମେଶ ଚନ୍ଦ୍ର ସାମଲ ଓ ଷଡାନନ ପାଣିଗ୍ରାହୀଙ୍କ ସମେତ ୧୦୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନାରାୟଣ ପ୍ରସାଦ ପେଡା ଧନ୍ୟବାଦ ଅର୍ପଣ କରିଥିଲେ ।।

Leave a Reply

Your email address will not be published. Required fields are marked *