ଖୋଲା ହେଲା ମା କିଚକେଶ୍ବରୀଙ୍କ ୨ଟି ଦାନ ହୁଣ୍ଡି 

କରଞ୍ଜିଆ,ପ୍ରବାହ ନ୍ୟୁଜ୍‌ : ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ଙ୍କ ଦାନ ହୁଣ୍ଡୀ ଗଣତି ହୋଇଛି। ପୂର୍ବନିର୍ଧାରିତ ସମୟ ଅନୁଯାୟୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ଶୁକୃଳି ତହସିଲଦାର ଯତୀନ୍ଦ୍ର ନାଥ ସେଠୀ, ମନ୍ଦିର ପରିଛା ଅଜୟ କୁମାର ସାହୁ, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସେକ୍ସନ ଅଫିସର ଧିରେନ ଭୋଇ, , ରରୁଆଁ ଥାନା କର୍ମଚାରୀ ଙ୍କ ଉପସ୍ଥିତି ରେ ମନ୍ଦିର ଭିତର ଓ ମନ୍ଦିର ବାହାରେ ଥିବା ୨ଟି ହୁଣ୍ଡୀ କୁ ଖୋଲାଯାଇ ପର୍ଯ୍ୟାୟ କ୍ରମେ ଗଣତି କରାଯାଇଥିଲା।  ମନ୍ଦିର ବାହାରେ ଥିବା ବାହାର ହୁଣ୍ଡି ୯୧ ହଜାର ୮୩୫ ଟଙ୍କା ଓ ଭିତର ହୁଣ୍ଡି ୫ ଲକ୍ଷ୍୧୬ ହଜାର ୭୫୫ ଟଙ୍କା ସମେତ ମୋଟ ୬ ଲକ୍ଷ ୮ ହଜାର ୫୯୦ ଟଙ୍କା ବାହାରିଥିଲା ତେବେ ଉକ୍ତ ଟଙ୍କା କୁ ମା କିଚାକେଶ୍ୱରି ଙ୍କ ନାମ ରେ ଥିବା ବ୍ୟାଙ୍କ ଆକାଉଣ୍ଟ ରେ ଜମା କରାଯାଇଥିବା ଓ ହୁଣ୍ଡିରୁ ୨ ଗ୍ରାମ ୭୭୦ ମିଲି ଗ୍ରାମସୁନା ଅଳଙ୍କାର ଓ ୨୬ ଗ୍ରାମ ୪୬୦ ମିଲି ଗ୍ରାମ ରୂପା ରୁପା ଅଳଙ୍କାର ମିଳିଥିବା କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାଂଶୁଚାନ୍ଦ ସୂଚନା ଦେଇଥିଲେ  ।

Leave a Reply

Your email address will not be published. Required fields are marked *