ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ 

କରଞ୍ଜିଆ, ପ୍ରବାହ ନ୍ୟୁଜ୍‌ : ପାଞ୍ଚପୀର ଉପଖଣ୍ଡ ର  ସିଙ୍ଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ ମହାବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟାମିକ  ବିଦ୍ୟାଳୟ ର  ବାର୍ଷିକ ଉତ୍ସବ  ମହାବିଦ୍ୟାଳୟ   ପରିସରରେ ଅନୁଷ୍ଠିତ ହୋଇଛି |  ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ର ଅଧକ୍ଷ ଅତୁଲ କୁମାର ସାହୁ ଙ୍କ  ସଭାପତିତ୍ୱ ରେ ଆୟୋଜିତ ଏହି ଉତ୍ସବ କୁ  କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ରାଜନୀତି ବିଭାଗର ମୁଖ୍ୟ  ସୁଭାଷ ଚନ୍ଦ୍ର ଜେନା ମୁଖ୍ୟ ଅତିଥିଭାବେ, ବିଜୁ ପଟ୍ଟନାୟକ  ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ  ମାୟାଧର ଦେହେରା, ମୁଖ୍ୟ ବକ୍ତା ଭାବେ  ସଂସ୍କ୍କୃତ ବିଭାଗର ଅଧ୍ୟାପକ ଅଶୋକ ପଣ୍ଡା ଉଦ୍ଭିତ ବିଜ୍ଞାନ ର ଅଧ୍ୟାପିକା ଡା. କେ. ମଲ୍ଲିକ ସମ୍ମାନିତ ଅତିଥି  ଭାବେ ଯୋଗ ଦେଇଥିବା ବେଳେ  କେଦାର ଚନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ |  ଇଂରାଜୀ ଅଧ୍ୟାପକ  ରଞ୍ଜନ ବାରିକ  ସ୍ୱାଗତ ଅଭିଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ |ପାରମ୍ଭରେ  ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ  ଗାନ କରାଯାଇଥିଲା | ପାଠ ପଢିବା ସହିତ  ଭଲ ମଣିଷ ଟିଏ ହେବା ପାଇଁ  ମୁଖ୍ୟ ଅତିଥି ଛାତ୍ର ମାନଂକୁ ପରାମର୍ଶ ଦେଇଥିଲେ |ଅନ୍ୟ ଅତିଥି ମାନେ ମଧ୍ୟ ନିଜ ଲକ୍ଷ୍ୟ ସ୍ଥଳୀ ରେ ପହଂଚିବା ପାଇଁ ହେଲେ ଭଲ ପାଠ ପଢିବା ଦରକାର ଏଥିରେ ନିଜ ପରିବାର ଓ ଦେଶ ଉପକୃତ ହେବା ସହିତ ମହାବିଦ୍ୟାଳୟ ର ଗୌରବ ରଖାଯାଇପାରିବ |ଶେଷରେ କୀର୍ତନ  ବିହାରୀ  ଗିରି ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ |  ଡା. ଅଭିମନ୍ୟୁ ମହାନ୍ତ ଙ୍କ ସଂଯୋଜନାରେ  ସାଂସ୍କୃତିକ  କାଯ୍ୟକ୍ରମ ର ଆୟୋଜନ ହୋଇଥିଲା, ଏଥିରେ ଛାତ୍ର ଛାତ୍ରୀ ମାନେ ରଙ୍ଗା ରଙ୍ଗ କାଯ୍ୟକ୍ରମ ପରିବେଷଣ  କରିଥିଲେ ଏଥରେ ଓଡିଶୀ, ସମ୍ବଲପୁରୀ ଆଧୁନିକ,  ରେକର୍ଡ ଡ୍ୟାନ୍ସ ପ୍ରଭୁତି ନୃତ୍ୟ ପରିବେଶନ କରାଯାଇଥିଲା  |

Leave a Reply

Your email address will not be published. Required fields are marked *