ରଇପୁର ଉଚ୍ଚ ବିଦ୍ୟାଳୟ ପରିସରରେ ମେଗା ସ୍ବାସ୍ଥ୍ୟ ଶିବିର

ପ୍ରବାହ ନ୍ୟୁଜ୍ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ରଇପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଏକ ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଲୁମିନି,ମୋ ସ୍କୁଲ ଅଭିଯାନ ଓ ସିଟିଜନ ସେଣ୍ଟ୍ରିକ ସର୍ଭିସେସ ର ମିଳିତ ଆନୁକୁଲ୍ୟରେ ରେ ସମ୍ ହସ୍ପିଟାଲ , ଫୁଲ ନଖରା , ଭୁବନେଶ୍ୱର ର ଏକ ଅଭିଜ୍ଞ ଡ଼ାକ୍ତରୀ ଦଳ ରୋଗୀ ମାନଙ୍କ ସ୍ବାସ୍ଥ୍ୟର ଯାଞ୍ଚ କରିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ର ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ। ମୋ ସ୍କୁଲ ଅଭିଯାନ ର ସଭାପତି ଉମେଶ ଚନ୍ଦ୍ର ସେନାପତିଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଓ କୈବଲ୍ୟ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ପ୍ରଶାସକ ଡଃ.ସଂଗ୍ରାମ କେଶରୀ ରାଉତରାୟ ଓ ସମ୍ମାନିତ ଅତିଥି ଭାବେ ଶୁଭ ସକାଳ ର ଉପ ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀମତୀ ମିନତୀ ସାହୁ , ପ୍ରଧାନ ଶିକ୍ଷକ ନିର୍ମଳ କୁମାର ଦଳାଇ ଯୋଗ ଦେଇ ଥିଲେ।କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଅତିଥି ମାନେ ବିଦ୍ୟାଳୟ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଙ୍କ ଓ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ସ୍ଵାସ୍ଥ୍ୟ ହିଁ ସର୍ବଶ୍ରେଷ୍ଠ ସମ୍ପଦ ଓ ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଯୁବପିଢି ଏକ ନିୟନ୍ତ୍ରିତ ଜୀବନ ଶୈଳୀ କୁ ଆପଣେଇ ସମ୍ବୃଦ୍ଧ ସମାଜ ଗଠନ ଉପରେ ମୁଖ୍ୟ ଅତିଥୁ ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ ଗୁରୁତ୍ଵ ଦେଇଥିଲେ । ମେଗା ସ୍ବାସ୍ଥ୍ୟ ଶିବିର କୁ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ର ସମସ୍ତ ଅଞ୍ଚଳ ରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବା ନେଇ ମାନ୍ୟବର ବିଧାୟକ ନିଜର ଅଭିଭାଷଣ ରେ ବକ୍ତବ୍ୟ ରଖିଥିଲେ ।ପ୍ରଶାସକ ତଥା ମୁଖ୍ୟ ବକ୍ତା ଶ୍ରୀ ସାମନ୍ତରାୟ ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ର ରେ ପ୍ରଶାସନିକ ସହଯୋଗ ଓ ବିକାଶ କୁ ନେଇ ଆଲୋକପାତ କରିଥିଲେ ଓ ସ୍ଵାସ୍ଥ୍ୟ ସଚେତନତା ପାଇଁ ସାଧୁ ଉଦ୍ୟମର ଆବଶ୍ୟକତାକୁ ବୁଝାଇଥିଲେ।ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସାହୁ ସାହିତ୍ୟ ସମାଜ ର ଦର୍ପଣ ଓ ସାହିତ୍ୟ ମାଧ୍ୟମ ରେ ସ୍ବାସ୍ଥ୍ୟ ସଚେତନତା କୁ ସାଧାରଣ ଜନତା ଙ୍କ ନିକଟରେ ପହଞ୍ଚାଇବା ନେଇ ମତରଖିଥିଲେ ।ସିଟିଜେନ ସେଣ୍ଟ୍ରିକ୍ ଅନୁଷ୍ଠାନ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ତ୍ରିପାଠୀ ଆଗାମୀ ଦିନ ରେ ରାଜ୍ୟ ର ସମସ୍ତ ଜିଲ୍ଲା ରେ ଏଭଳି ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ ସହ ରାଜ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମି ର ଆବଶ୍ୟକୀୟ ପରିବର୍ତ୍ତନ କ୍ଷେତ୍ର ରେ କାର୍ଯ୍ୟକ୍ରମ ଜାରି ରଖିବା ନେଇ ନିଜର ମତ ଦେଇଥିଲେ । କାର୍ଯ୍ୟକ୍ରମରେ ରଇପୁର, ରାମଦାସପୁର, ପାଥପୁର, ବାଲିକୁଦା, ମୂଷାଟିକିରି, ସାଉଡ଼ିଆ , ବରପଦା,ନିଆଳି ସମେତ ୨୦ ରୁ ଅଧିକ ଗ୍ରାମରୁ ଏକ ହଜାର ରୁ ଅଧିକ ରୋଗୀ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ମୋତିଆ ବିନ୍ଦୁ ରୋଗୀମାନଙ୍କୁ ଚିହ୍ନଟ କରି ଜରୁରୀ ଓ ଦେୟମୁକ୍ତ ଚିକିତ୍ସା ନିମନ୍ତେ ସମ୍ ହସ୍ପିଟାଲ ,ଫୁଲ ନଖରା କୁ ସ୍ଥାନାନ୍ତର କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ସମ୍ ହସ୍ପିଟାଲ ର ୧୩ ଟି ବିଭାଗର ଅଭିଜ୍ଞ ଡାକ୍ତରମାନେ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ ଓ ଜନ ସମ୍ପର୍କ ଅଧିକାରୀ ସତ୍ୟବ୍ରତ ଦାସ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଟି ର ସୁପରିଚାଳନା ସ୍କୁଲ ଆଲୁମିନି ର ସଭାପତି ଉମେଶ ଚନ୍ଦ୍ର ସେନାପତି ଓ ସିଟିଜେନ ସେଣ୍ଟ୍ରିକ ର ରାଜ୍ୟ ସଂଯୋଜକ ପଦ୍ମଲୋଚନ ମହାପାତ୍ର କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋକନା କରିଥିଲେ ବିଶିଷ୍ଟ କବି ଶିକ୍ଷାବିତ ତଥା ସମାଜସେବୀ ହିମାଂଶୁ ଭୁଷଣ ଜେନା ଓ ପଣ୍ତିତ ଭୂପେଶ୍ କୁମାର ସେନାପତି। ଜୀବନ ବ୍ୟାପି ସାଧନା ପାଇଁ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ, ସମାଜସେବା ମିନତୀ ସାହୁ,କବି ରତିକାନ୍ତ ସାମଲ, କଳିଙ୍ଗ ଟିଭି ର ଜୋନାଲ ହେଡ ବିଭୁପ୍ରସାଦ ସାହୁ,ଡଃ ମାନସୀ ମିଶ୍ର ଓ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କବି ହିମାଂଶୁ ଭୂଷଣ ଜେନା ସହ ଷାଠିଏ ରୁ ଅଧିକ ବୁଦ୍ଧିଜୀବୀ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନ୍ୟବର ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭିକ ସୂଚନା ବିଜୟ କୁମାର ଜେନା ପ୍ରଦାନ ଜିକରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପଣ୍ତିତ ସୁଧୀର କୁମାର ସେନାପତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ର ଛାତ୍ରୀ ଓ ଅଭିଭାବକ ସହଯୋଗ କରିଥିଲେ। ପ୍ରାୟ ଦୀର୍ଘ ଦଶ ବର୍ଷ ପରେ ଏପରି ଏକ ମେଗା ଦେୟମୁକ୍ତ ସେବା ଶିବିର ଆୟୋଜିତ ହୋଇଥିବାରୁ ଜନସାଧାରଣଙ୍କ ମନରେ ଅହେତୁକ ଉତ୍ସାହ ପରିଲକ୍ଷିତ ହୋଇଥିଲା।