ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଘର ଦୁଇ ଦିନିଅ। ରାଜ୍ୟ ସମ୍ମିଳନୀ ଉଦଯାପିତ

ବାଲେଶ୍ୱର,ପ୍ରବାହ ନ୍ୟୁଜ୍‌ : ଓଡିଶାରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରର ସମ୍ପାଦକ, ପ୍ରକାଶକ, ସ୍ୱତ୍ତାଧିକାରୀ ମାନଙ୍କୁ ନେଇ ବାଲେଶ୍ୱର ଉଦ୍ୟଗ ଭବନ ଠାରେ ୭ ଓ ୮ ଶନିବାର ଓ ରବିବାର ଦୁଇଦିନ ଧରି ପ୍ରଥମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସ ୭ ତାରିଖରେ ଓଡ଼ିଶା କ୍ଷୁଦ୍ର ମାଧ୍ୟମ ସମ୍ୱାଦପତ୍ର ସୋସାଇଟି ପକ୍ଷରୁ ରାଜ୍ୟ ସମ୍ମିଳନୀ ଉଦଘାଟିତ ହୋଇଥିଲା । ଅଭିନନ୍ଦନ ସମ୍ୱାଦପତ୍ରର ସମ୍ପାଦକ ଇଞ୍ଜିନିୟର ଜଗଦୀଶ ମିଶ୍ର ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦୈନିକ ଧ୍ୱନିପ୍ରତିଧ୍ୱନି ସମ୍ୱାଦ ପତ୍ରର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଯୋଗଦେଇଥିବା ବେଳେ ଏଥିରେ ସଂଘର ରାଜ୍ୟ ସଭାପତି ରବି ରଥ, ସତ୍ୟଖବର ସମ୍ୱାଦପତ୍ରର ସମ୍ପାଦକ ଅକ୍ଷୟ ନାୟକ ଯୋଗଦେଇ ସଂଘର ସମସ୍ୟା ସମ୍ପର୍କରେ ଅ ।ଲୋକପାତ କରିଥିଲେ । ଏହି ସମ୍ମିଳନୀରେ ରାଜ୍ୟରୁ ବିଭିନ୍ନ ଅଞ୍ଚଳରେ ପ୍ରକାଶ ପାଉଥିବା ୫୦ ରୁ ଉର୍ଦ୍ଧ ସମ୍ୱାଦପତ୍ର ର ସମ୍ପାଦକ ଓ ପ୍ରକାଶକ ଯୋଗ ଦେଇଥିଲେ । ଦୁଇ ଦିନ ବ୍ୟାପୀ ଅ ।ୟୋଜିତ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ କ୍ଷୁଦ୍ର ମାଧ୍ୟମ ସମ୍ୱାଦପତ୍ର ପ୍ରକାଶନ କ୍ଷେତ୍ର ରେ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ଅ ।ଲୋଚନା ହେବ । ଏହା ସହ କ୍ଷୁଦ୍ର ମାଧ୍ୟମ ସମ୍ୱାଦପତ୍ର ଉପରେ ରାଜ୍ୟ ସରକାର ଯେଉଁ ଭଳି କ୍ରମାଗତ ଭାବେ ଅବହେଳିତ କରୁଛନ୍ତି ତାର ଦୃଢ ପ୍ରତିବାଦ କରିବା ସହିତ ସଂଘର ନ୍ୟାର୍ଯ୍ୟ ଦାବି ନେଇ ଅ ।ଗାମୀ ଦିନରେ ରାଜରାସ୍ତାକୁ ସଂଘ ଓହ୍ଲାଇବା ପାଇଁ ନିଷ୍ପତି ନିଅ ।ଯିବ । ଶେଷରେ ରମାକାନ୍ତ ପରିଜା ଧନ୍ୟବାଦ ଦେଇଥିଲେ ।
ସେହିପରି ଦ୍ୱିତୀୟ ଦିବସରେ ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ର ସମ୍ପାଦକ ମାନେ ପ୍ରକାଶନ କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟା ଉପରେ ଅ ।ଲୋଚନା କରିଥିଲେ । କେନ୍ଦ୍ର ଏବଂ ରାଜ୍ୟ ସରକାର କ୍ରମାଗତ ଭାବେ ଏହି ସମ୍ୱାଦପତ୍ର ଗୁଡିକ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ସଦସ୍ୟମାନେ ସରକାରଙ୍କ ଦୃଷ୍ଟି ଭଙ୍ଗୀ ପରିବର୍ତ୍ତନ କରିବା ପାଇଁ ଦାବୀ କରାଯାଇଥିଲା । କ୍ଷୁଦ୍ର ମଧ୍ୟମ ସମ୍ୱାଦପତ୍ର ଗୁଡିକ ପାଇଁ ଏକ ସ୍ୱତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରିବାପାଇଁ ଦାବୀ କରାଯାଇଥିଲା । ବର୍ଷ ବର୍ଷ ଧରି ସରକାରୀ ଅନୁମୋଦନ ପାଇଁ ଅ ।ବେଦନ କରାଯାଇଥିବା ସମ୍ୱାଦପତ୍ର ଗୁଡିକ ପ୍ରତି କୋହଳ ମନଭାବ ପ୍ରଦର୍ଶନ କରି ସରକାରୀ ଅନୁମୋଦନ କରାଯାଉ । ଅ ।ରଏନଅ ।ଇ ପଞ୍ଜିକୃତ ଖବର କାଗଜ ଗୁଡିକୁ ସରକାରୀ ସ୍ୱୀକୃତପ୍ରାପ୍ତ ସମ୍ୱାଦପତ୍ର ଭଳି ମାନ୍ୟତା ପ୍ରଦାନ କରାଯାଉ । ସମସ୍ତ ଖବରକାଗଜର ସମ୍ପାଦକ ମାନଙ୍କୁ ବରିଷ୍ଠତା ଭିତ୍ତିରେ ରାଜ୍ୟ ରାଜଧାନୀରେ ସରକାରୀ ଗୃହ ଯୋଗାଇ ଦିଅ ।ଯାଉ । ଏହିଭଳି ସାତ ଦଫା ଦାବୀ ସରକାରଙ୍କ ଠାରେ ରଖିବା ପାଇଁ ପ୍ରସ୍ତାବ ଗୃହତ ହୋଇଥିଲା ।ଏହି ଅବସରରେ ଅ ।ଗାମୀ ଦୁଇ ବର୍ଷ ପାଇଁ ସାଂଗଠନିକ ନିର୍ବାଚନ କରାଯାଇ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ପ୍ରତିଷ୍ଠାତା ସଭାପତି ରବି ରଥଙ୍କୁ ଅଧ୍ୟକ୍ଷ ପଦବୀ ସୃଷ୍ଟି କରାଯାଇ ସର୍ବସମ୍ମତିକ୍ରମେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଅ ।ଗାମୀ ଦୁଇବର୍ଷ ପାଇଁ ସଭାପତି -ବଂଶୀଧର ଜେନା, କାର୍ଯ୍ୟକାରୀ ସଭାପତି-ଡା. ଜୀବନ କୁମାର ଦିକ୍ଷୀତ, ଉପସଭାପତି ଭାବେ ଅକ୍ଷୟ କୁମାର ନାୟକ, ରମାକାନ୍ତ ପରିଜା, ସ୍ୱଦେଶ ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ-ଜ୍ୟୋତି ରଞ୍ଜନ ମହାପାତ୍ର, ସଂଗଠନ ସମ୍ପାଦକ-ଇଂ ଜଗଦୀଶ ମିଶ୍ର, ସମ୍ପାଦକ ଭାବେ ଶୁକଦେବ ପରିଡା, ସୁଶାନ୍ତ କୁମାର ସାହୁ, ନିରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ତପନ କୁମାର ପତି, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମନୋଜ ବେହେରା, ଗଣେଷ ବିଶୋଇ, ଭାଗିରଥି ସ୍ୱାଇଁ, ବାବୁଲି ବେହେରା, ଅମର ପଣ୍ଡା, ଅ ।ତ୍ରତ୍ରାଣ ପତି,ଅତନୁ ନାଏକ ଙ୍କୁ ସର୍ବ ସମ୍ମତୀ କ୍ରମେ ନିର୍ବାଚିତ ହୋଇଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ଜଣ ବିଶିଷ୍ଟ ପ୍ରତିଭା ଶିକ୍ଷାବିତ ଡକ୍ଟର ଘନଶ୍ୟାମ ବିଶ୍ୱାଳ, ସାମ୍ୱାଦିକ ଡକ୍ଟର ଅକ୍ଷୟ ଅଗ୍ରୱାଲ, ସ୍ତମ୍ଭକାର ପଞ୍ଚାନନ ବେହେରା, ସମାଜସେବୀ ସଞ୍ଜୀବ କୁମାର ପାଢ଼ି ଓ ଯୁବ ସମାଜ ସେବୀ ସତେନ୍ଦ୍ର ଦାସ ଙ୍କୁ ସଂଗଠନର ଅଧ୍ୟକ୍ଷ ରବି ରଥଙ୍କ ଦ୍ୱାରା ସମ୍ୱର୍ଦ୍ଧିତ କରାଯାଇଥିଲା । ଶେଷରେ ପରିବର୍ତ୍ତନର ସମ୍ପାଦକ ରମାକାନ୍ତ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ଇତିମଧ୍ୟରେ ପରଲୋକ ଘଟିଥିବା ଇପିଏ ୱିକ୍ଲିର ସମ୍ପାଦକ ଅନିଲ ମିଶ୍ର, କେଉଁଝର ଟାଇମସ୍‌?ର ସମ୍ପାଦକ ନିରଞ୍ଜନ ନାୟକ, ଅପିଲର ସମ୍ପାଦକ ପୃଥ୍ୱୀରାଜ ସାହୁ, ସାହାଣମେଲା ସମ୍ପାଦକ ଦେବେନ୍ଦ୍ର ନାଥ ଦାଶ ଓ ଇତିହାସର ଡ଼ାଏରୀ ସମ୍ପାଦକ ଡ଼. ପାବକ କାନୁନଗୋଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଅମର ଅ ।ତ୍ମାର ସଦଗତି କାମନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *