ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ଵାରା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ସାନିଟାରୀ ନାପକିନ ଭେଣ୍ଡିଂ ମେସିନ ଓ ଇନ୍ସିନେରେଟର ପ୍ରଦାନ

ପ୍ରବାହ ନ୍ୟୁଜ୍‌ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶର ମଣ୍ଡଳ ଦ୍ଵାରା କର୍ପୋରେଟ ସାମାଜିକ ଦାୟିତ୍ଵ ପାଳନ ଅନୁକ୍ରମେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଚାରିଟି ଲେଖାଏଁ ସାନିଟାରୀ ନାପକିନ ଭେଣ୍ଡିଂ ମେସିନ ଓ ଇନ୍ସିନେରେଟର ପ୍ରଦାନ କରାଯାଇଛି । ଗତ ୨୧ ଅକ୍ଟୋବର ୨୦୨୪ ତାରିଖ ଦିନ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର‌୍ୟ୍ୟକ୍ରମରେ,ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ, ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି ଉପ-କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କୁ ପ୍ରତୀକାତ୍ମକ ମେସିନ ସମୂହ ପ୍ରଦାନ କରିଥିଲେ । ଏହି ଅବସରରେ ରମା ଦେବୀ ବିଶ୍ବବିଦ୍ୟାଳୟର କର୍ମଚାରୀ ମାନଙ୍କ ସହ ୫୦୦ ରୁ ଛାତ୍ରୀ ତଥା ଷ୍ଟେଟ ବ୍ୟାଙ୍କ ତରଫରୁ ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂହ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମହିଳା ସଶକ୍ତିକରଣ ଦିଗରେ ଷ୍ଟେଟ ବ୍ୟାଙ୍କଦ୍ଵାରା ନିଆଯାଇଥିବା ପଦକ୍ଷେପର ଭୂଯସୀ ପ୍ରଶଂସା କରିଥିଲେ । ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପରୁଥି ନିଜ ବକ୍ତବ୍ୟରେ ସାମାଜିକ କଲ୍ୟାଣ ଓ ମହିଳା ସଶକ୍ତିକରଣ ପାଇଁ ଷ୍ଟେଟ ବ୍ୟାଙ୍କର ପ୍ରତିବଦ୍ଧତା ଜଣାଇବା ସହ ଛାତ୍ରୀ ମାନଙ୍କୁ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇବାର ପ୍ରତିଶୃତି ଦେଇଥିଲେ । ରେଜିଷ୍ଟ୍ରାର ଶ୍ରୀମତୀ ଶ୍ୟାମଳା ମହାପାତ୍ର ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *