ବାଲିଗୁଡ଼ାରୁ 21ଟି ଚୋରି ବାଇକ ଉଦ୍ଧାର
ଚର୍ଚ୍ଚିତ ବାଲିଗୁଡା ସୁନା ଡକାଇତି ର ମୁଖ୍ୟ ଆସାମୀ ଗିରଫ କେବେ?
ପ୍ରବାହ ନ୍ୟୁଜ୍ : ବାଲିଗୁଡା ଥାନା ଅଂଚଳ ରୁ 21 ଟି ଚୋରି ବାଇକ ଦଶପଲ୍ଲା ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି! ବାଲିଗୁଡା ପୋଲିସ ର ସହାୟତାରେ ଦଶପଲ୍ଲା ପୋଲିସ ବାଇକ ରାକେଟ ର ମୁଖ୍ୟ ଆସାମୀ କୁ ଗିରଫ କରିଛି.! ଗିରଫ ଯୁବକ ଦଶପଲ୍ଲା ଥାନା ଅନ୍ତର୍ଗତ ହରିଡ଼ାବାଡି ଗ୍ରାମର ବୋଲି ଜଣାପଡିଛି! ନୟାଗଡ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଓ ମଧ୍ୟଖଣ୍ଡ ଥାନା ଅଂଚଳରୁ ବାରମ୍ବାର ବାଇକ ଚୋରି ନେଇ ଥାନାରେ ଅଭିଯୋଗ ହୋଇଥିଲା! ମୁଖ୍ୟ ବାଇକ ଚୋର ଅଜୁ ନାୟକ ବାଲିଗୁଡା ଥାନା ଅଂଚଳରେ ରହୁଥିବା ଅନୁସନ୍ଧାନ ରୁ ଜାଣି ପାରି ମଧ୍ୟଖଣ୍ଡ ଫାଣ୍ଡି ଏ ଏସ ଆଇ ଧୀରେନ୍ଦ୍ର ପାତ୍ର ଙ୍କ ନେତୃତ୍ୱ ରେ ଏକ ସାତ ଜଣିଆ ଟିମ ଆସି ଚଢ଼ାଉ କରି ଅଜୁ ନାୟକ କୁ ଗିରଫ କରିବା ସହ 21 ଟି ବାଇକ ଉଦ୍ଧାର କରିଥିଲେ! ତେବେ ବାଲିଗୁଡାରେ ଘଟିଥିବା ବହୁ ଚର୍ଚ୍ଚିତ ବଜାର ସାହି ମା ପାଟଖଣ୍ଡା ଅଳଂକାର ଦୋକାନ ଡକାୟତି ର ମୁଖ୍ୟ ଆସାମୀ ମାନେ ଗିରଫ ହେବେ ବୋଲି ସର୍ବସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି! ଗତ ଅଗଷ୍ଟ 29 /2023 ମଙ୍ଗଳ ବାର ଦିନ 10.15 ମିନିଟରେ ସୁନା ଦୋକାନୀ ତଥା ଆଇନଜୀବୀ ଏ ସୁଭାଷ ଆଚାରୀ ଦୋକାନ ଖୋଲିଥିଲେ! ହଠାତ ତିନିଜଣ ଅଜଣା ଲୋକ ଖଣ୍ଡା ଓ ବନ୍ଧୁକ ଦେଖାଇ ଥିଲେ! ସୁନା ଗହଣା ଓ ଟଙ୍କା ଥିବା ଏକ ବେଗ କୁ ନେବା ବେଳେ ସୁବାଷ ଆଚାରୀ ଙ୍କୁ ଖଣ୍ଡାରେ ହାଣିଥିଲେ ଓ ବନ୍ଧୁକ ଫୁଟାଇ ଥିଲେ! ଥାନାରେ ଏତେଲା ଦର୍ଜ ହୋଇଥିଲା! ସୁନାଦୋକାନ ପାଖରେ ଥିବା ବ୍ୟବସାୟୀ ମାନେ ଆହତ ସୁବାଷ ଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଥିଲା! ଚୋରି ହେଇଥିବା ସୁନା ଅଳଂକାର ଓ ଟଙ୍କାର ମୂଲ୍ୟ ଚାରି ଲକ୍ଷ ଟଙ୍କା ବୋଲି ଜଣାପଡିଛି!!ପୋଲିସ ଅଧିକାରୀ ବାବା ସରାଫ ଦଫା 452,394,307,506,ଆର୍ମସ ଏକ୍ଟ 25ଓ 27 ରେ ମକଦ୍ଦମା ରୁଜ୍ଜୁ କରି ତଦନ୍ତ କରିବା ପରେ ଚୋର ମାନେ ବ୍ୟବହାର କରିଥିବା କେ ଟି ଏମ ବାଇକ କୁ ଜବତ କରିଥିଲା ରାଇକିଆ ଥାନା ଅନ୍ତର୍ଗତ ମୁଣ୍ଡାଗୁଡା ଜଙ୍ଗଲ ରୁ! ତଦନ୍ତରୁ ପୋଲିସ ଜାଣିପାରି ବାଇକ ମାଲିକ ପ୍ରଶାନ୍ତ ରାଉତରାୟ କୁ ପୁରୀ ଜିଲ୍ଲା ଅନ୍ତର୍ଗତ ଗୌଡ଼ା ଗ୍ରାମ ରୁ ଗିରଫ କରିଥିଲା!କିନ୍ତୁ ପୋଲିସ ତଦନ୍ତ ଶିଥିଳ ପଡିଗଲା! ଆଇ ଆଇ ସି ବାବା ସରାଫ ଓ ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀ ବିଶ୍ୱାଳ ଏକ ଖାଲି ବେଗ ଆଣି ସୁନା ଦୋକାନୀ ସୁବାଷ ଆଚାରୀ ଙ୍କୁ ଦେଖାଇଥିଲେ! ପୋଲିସ ଉଦ୍ଧାର କରିଥିବା ବେଗ ଟି ସୁବାଷ ଙ୍କର ନୁହେଁ ବୋଲି ପ୍ରକାଶ କରିଥିବା କୁହାଯାଉଛି!କନ୍ଧମାଳ ଜିଲ୍ଲା ର ଏହି ଲୋମହର୍ଷକାରି ଡକାୟତି କେଶ ନଂ 203/23 ଏକବର୍ଷ ବିତିଯାଇଥିଲେ ବି ମୁଖ୍ୟ ଆସାମୀ ପିଣ୍ଟୁ ମାଝୀ ଓ ତାଙ୍କର ସହଯୋଗୀ କୁ ପୋଲିସ ଗିରଫ କରିପାରି ନାହିଁ କି ସୁନା ଅଳଙ୍କାର ଉଦ୍ଧାର ହୋଇ ପାରି ନାହିଁ! ସୁନାଦୋକାନୀ ସୁବାଷ ଆଚାରୀ ଏକ ଆଇନଜୀବୀ ମଧ୍ୟ ଅଟନ୍ତି! ସେ ଯଦି ନ୍ୟାୟ ପାଇଲେ ନାହିଁ ତେବେ ସାଧାରଣ ଲୋକ ଙ୍କ କଥା ପଚାରେ କିଏ ବୋଲି ଆଲୋଚନା ହେଉଛି! ଏହି ଡକାୟତି ସମ୍ପର୍କରେ ପୋଲିସ ସର୍ବୋଚ୍ଚତମ କତ୍ତୃପକ୍ଷଙ୍କୁ ଜଣାଇଥିଲେ! ଏବେ ଦଶହରା ପର୍ବ ପାଖେଇ ଆସୁଥିବାରୁ ବ୍ୟବସାୟୀ ମାନେ ବରଡ଼ା ପତର ଭଳି ଥରୁଛନ୍ତି