ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ  ଦ୍ଵାରା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଉଦଘାଟିତ

ରାୟଗଡା:ପ୍ରବାହ ନ୍ୟୁଜ୍‌ : “ ମା ହେଲେ ପାଠୋଇ ଗାଁ ଯିବ ଆଗେଇ “ ଏହି ଉକ୍ତିକୁ ସାକାର କରିବାର ଲକ୍ଷ୍ୟ ନେଇ ,ମା ମାନଙ୍କର ଦକ୍ଷତା ବିକାଶ କରିବା  , ସମ୍ମାନ ର ସହ ବଞ୍ଚିବା ଓ ଆତ୍ମ ନିର୍ଭଲଶୀଳ ହେବାର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଇମ୍ଫାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ନିର୍ବାହୀ ସଂସ୍ଥା  ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ  ଦ୍ଵାରା  ଥେରୁବାଲି ଅଂଚଳର ଗୌଡ଼ଗୁଡା, ରେଳିବାଡିଗାଁ , ରାମଚନ୍ଦ୍ର ନଗର , ପୂଜାରିଗୁଡା ଗ୍ରାମରେ ଆରମ୍ଭ ହେବାକୁ ଥିବା,ଗୋଷ୍ଠୀ ଶିକ୍ଷା କେନ୍ଦ୍ର ସମୂହର ଉଦଘାଟନ ଉତ୍ସବ ଶିକ୍ଷା ଗ୍ରହଣ ପାଇଁ ମନୋନୀତ 4 ଗୋଟି ଗ୍ରାମର 120 ଜଣ ମହିଳାଙ୍କ ଉପସ୍ଥିତିରେ ବରୀଗୁଡା ଗ୍ରାମର ଗ୍ରାମ୍ୟ ମଣ୍ଡପରେ  ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇ ଯାଇଛି। ଏହି ଉତ୍ସବରେ ଖେଦପଡା ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀମାନ ନରସିଂହ କିଲକା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲା ବେଳେ , ଓ ଥେରୁବାଲି ଅଞ୍ଚଳର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ ର ନିର୍ଦ୍ଦେଶକ ତଥା ସାମାଜିକ କର୍ମୀ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କେଲିଗୁଡା ଗ୍ରାମ ପଞ୍ଚୟତର ସମିତି ସଭ୍ୟା , ବାରିଗୁଡା ଗ୍ରାମର ପ୍ରମୁଖ ବ୍ୟକ୍ତି ଶ୍ରୀମାନ ଗୋପାଳ ହିକକା, ଇମ୍ଫାର ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପରିଚାଳକ ଶ୍ରୀମାନ ଶକ୍ତି ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ର ସୁଶ୍ରୀ ମାନସୀ ପାତ୍ର ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ , ସୁଶ୍ରୀ ସସ୍ମିତା ପୁଲlକା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ସ୍ଥାପନ ର ଲକ୍ଷ୍ୟ ,ଉଦ୍ଦେଶ୍ୟ ଓ ଆଭିମୁଖ୍ୟ , ଟାବଲେଟ ମାଧ୍ୟମରେ ଶିକ୍ଷାଦାନ ପଦ୍ଧତ୍ତି , ଓ ଏହାର ଉପକାରିତା ବିଷୟରେ ବୁଝାଇଥିଲେ । ମୁଖ୍ୟ ଅତିଥି ଶ୍ରୀମାନ ନରସିଂହ କିଲାକା ଇମ୍ଫାର ଏତାଦୃଶ  ସମାଜ ମଙ୍ଗଳ ଓ ଉନ୍ନୟନ କାର୍ଯ୍ୟର ଭୂଯସୀ ପ୍ରସଂଶା କରିଥିଲେ । ଅନ୍ୟତମ ସମାନୀୟ ଅତିଥି ଶ୍ରୀମାନ ରାଧାଶ୍ୟାମ ପଣ୍ଡା ନାରୀଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଇମ୍ଫାର  ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପରିଚାଳକ ଶ୍ରୀମାନ ଶକ୍ତି ପ୍ରସାଦ ପାଣିଗ୍ରାହୀ ମା ମାନଙ୍କ ବିକାଶ ରେ ହିଁ ପରିବାର ତଥା ପରିବେଶ ର ବିକାଶ ହୋଇପାରିବ ଓ ସ୍ଥାନୀୟ ଅଞ୍ଚଳର ଉନ୍ନତି ସମ୍ଭବ ବୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ଓ ଇମ୍ଫା ସର୍ବଦା ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ସର୍ବଦା ସଂବେଦନଶୀଳ ରହିଛି ଓ ଯେଉଁ ମାଆ ମାନଙ୍କୁ ଶିକ୍ଷା ନବିଶଭାବେ ଗ୍ରହଣ କରାଯାଇଛି ସେମାନେ 11 ମାସ ଧରି ପ୍ରତିଦିନ ନିଆରାନ୍ତର ଭାବେ ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ଶିକ୍ଷା ଗ୍ରହଣ କଲେ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ସାଧିତ ହୋଇ ପାରିବ ବୋଲି ଆଶା ପୋଷଣ କରିଥିଲେ ।

ବରିଗୁଡା ଗ୍ରାମର ପ୍ରମୁଖ ବ୍ୟକ୍ତି ଶ୍ରୀମାନ ଗୋପାଳ ହିକକା ଏହି କାର୍ଯ୍ୟକ୍ରମ ପାଇଁ ଇମ୍ଫା ର ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ କୁ ଧନ୍ୟବାଦ ଜଣାଇଥିଲେ । ବଂଶୀଧର ଓ ଈଳା ପଣ୍ଡା ଫାଉଣ୍ଡେସନ ର ପ୍ରକଳ୍ପ ଅଧିକାରୀ ଶ୍ରୀମାନ ପ୍ରଭାକର ପଣ୍ଡା  ଧନ୍ୟବାଦ ଅର୍ପଣ କରିଥିଲେ ବେଳେ ଏହାର ଅନ୍ୟ କର୍ମକର୍ତ୍ତା ଶ୍ରୀମାନ ଗୋଲବଦନ ,ସୁଶ୍ରୀ ଲୀପଶା , ସୁଶ୍ରୀ ରଶ୍ମିତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ଓ ଇମ୍ଫା ଲୋକ ସମ୍ପର୍କ ବିଭାଗର ଶ୍ରୀମାନ ମାନସ ମହାପାତ୍ର ଓ ଶ୍ରୀମାନ ରବୀନ୍ଦ୍ର କୌଶଲ୍ୟା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *