ପୃଷ୍ଟିଯୁକ୍ତ କନ୍ଦଫସଲ ଚାଷ ଉପରେ ତାଲିମ୍ କାର୍ଯକ୍ରମ ଅନୁଷ୍ଟିତ

ଜୟପୁର, ପ୍ରବାହ ନ୍ୟୁଜ୍‌ : ବୋରିଗୁମ୍ମା ବ୍ଲକର ମିଶାନ୍ ଶକ୍ତି ସଭା ଗୃହ ରେ ଜୀବ ବିଜ୍ଞାନ ସଂସ୍ଥାନ,ଭୁବନେଶ୍ୱର ପକ୍ଷାରୁ ବାୟୋଫର୍ଟିଫିଡ କନ୍ଧ ଫସଲ ର ଲାଭ ସଂପର୍କ ରେ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ସଂସ୍ଥାନ, ତ୍ରିଭେନ୍ଦ୍ରମ୍ ର ନିର୍ଦ୍ଧେଶକ ଡକ୍ଟର ଜି ବାଇଯୁ ଯୋଗ ଦେଇ ପୃଷ୍ଟିକର କିସମ୍ କନ୍ଦ ଫସଲ ଚାଷ ଦ୍ଵାରା ଓଡ଼ିଶାରେ ରକ୍ତହୀନତା, ଦୃଷ୍ଟିଶକ୍ତି ଓ କୁପୋଷଣ ରୋକା ଯାଇ ପାରିବ ବୋଲି କହିଥିଲେ l
ସଂପ୍ରତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ଫସଲ ଉପ୍ତାଦନ ବହୁଗୁଣ ବୃଦ୍ଧି ପାଇଛି,ବର୍ତ୍ତମାନ ସମୟରେ କୁପୋଷଣ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି, ଚାଷୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇପାରିଲେ ଦେଶରୁ କୁପୋଷଣ ବିରୁଦ୍ଧରେ ବିଜୟ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l
ଜୀବ ବିଜ୍ଞାନ ସଂସ୍ଥାନ ର ବୈଜ୍ଞାନିକ ଡକ୍ଟର ରାଜୀବ କୁମାର ସ୍ବାଇଁ
ଉପସ୍ଥିତ ରହି ଡି ବି ଟୀ ବାୟୋ ଟେକ୍ କିସାନ କାର୍ଯ୍ୟକ୍ରମ ମାଧ୍ୟମରେ ବାୟୋଫର୍ଟିଫେଡ ଧାନ, ମକା ଓ କନ୍ଦ ଫସଲ ଚାଷ କୋରାପୁଟ ଓ ନବ ରଂଗ ପୁର୍ ଜିଲରେ ରେ ଚାଷ କରାଯାଉଛି ଏହା ଦ୍ବାରା ପୃଷ୍ଟିଯୁକ୍ତ ଖାଦ୍ୟ ପ୍ରସ୍ତୁତ ରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l


ଓର୍ମାସ ର ଉପ କାର୍ଯ୍ୟନିର୍ବାହୀ ରୋଶନ କାର୍ତ୍ତିକ ଯୋଗ ଦେଇ ବଜାର ଭିତ୍ତିକ ଚାଷ କରିପାରିଲେ ନିଶ୍ଚିତଭାବେ ଚାଷୀ ମାନଙ୍କ ଲାଭ ହୋଇପାରିବ ବୋଲି କହିଥିଲେ l
ବ୍ଲକ୍ ଉଦ୍ୟାନ କୃଷି ଅଧିକାରୀ ବିଜୟ ମହୁନ୍ତ୍ ଉପସ୍ଥିତ ରହି ଉଦ୍ୟାନ କୃଷି ମାଧ୍ୟମ ରେ ଅଧିକ ଲୋକଙ୍କୁ ମାମିଲ କରିବା ସହ ବିଜ୍ଞାନ ଓ ରସାୟନ ବିଜ୍ଞାନ ର ବ୍ୟବାହର କରିପାରିଲେ ଅଧିକ ଲାଭ ମିଳିପାରିବ ବୋଲି କହିଥିଲେ l ବିଜ୍ଞାନ ସଂଚlରକ୍ ଲକ୍ଷ୍ମୀ ନାରାୟଣ ବକ୍ସି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ତାଲିମ୍ କର୍କ୍ରକ୍ରମ୍ ରେ ବ୍ଲକ୍ ଜୀବିକା କୋଡ଼ିନେଟର ଦେବେନ୍ଦ୍ର କୁମର ପଣ୍ଡା ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଜୀବ ବିଜ୍ଞାନ ସଂସ୍ଥାନ ବୈଷୟିକ ଅଧିକାରୀ ଅମିତାଭ ରାଉତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ l କୋଟପାଡ଼ ଓ ବୋରିଗୁମ୍ମା ବ୍ଲକର ୫୦ ଜଣ ଚାଷୀ ଓ ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *