କ୍ୟାରିୟର କାଉନସିଲ୍ କାର୍ଯ୍ୟକ୍ରମ “ମୁଁ ବି ସମର୍ଥ’ ଅନୁଷ୍ଠିତ

କୋରାପୁଟ : ସୁନାବେଡ଼ା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କ୍ୟାରିୟର କାଉନସିଲ୍ କାର୍ଯ୍ୟକ୍ରମ “ମୁଁ ବି ସମର୍ଥ” ଆୟୋଜିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭାସି ମାଧ୍ୟମରେ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ର ମହାନିର୍ଦ୍ଦେଶକ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ ଯୋଗ ଦେଇ ଆୟୁର୍ବେଦ ବିଜ୍ଞାନ ଶିକ୍ଷା ଲାଭ ସହ ଉଦ୍ୟୋଗୀ ଦିଗରେ ଭରପୂର ସୁଯୋଗ ରହିଛି ବୋଲି ମତ ପ୍ରକାଶ କରିଥିଲେ l ଏଥିସହ ଔଷଧିୟ ବୃକ୍ଷ ଓ ସୁଗନ୍ଧି ଫସଲ ଚାଷ ଦ୍ଵାରା ଅନେକ ଆତ୍ମ ନିର୍ଭର ହୋଇପରିବେ ବୋଲି କହିଥିଲେ।
ଅନ୍ୟତମ ଅତିଥି ଭାବେ
ସି ଏସ୍ ଆ ଇର୍ ନିଷ୍ଟ ର ବରିଷ୍ଟ ପ୍ରଧାନ ବୈଜ୍ଞାନିକ ଡକ୍ଟର ସ୍ୱପ୍ନାଲି ହାଜାରିକ ଯୋଗ ଦେଇ ମହିଳା ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ରେ ରହିଥିବା ଫେଲୋସିପ ର ସୁବିଧା ସଂପର୍କ ରେ ବୁଝାଇ ଥିଲେ l ଡେରାଡୁନ ସ୍ଥିତ ଭାରତୀୟ ପେଟ୍ରୋଲିୟମ ସଂସ୍ଥାନ ର ପ୍ରଧାନ ବୈଜ୍ଞାନିକ ଡକ୍ଟର ପଙ୍କଜ ଆର୍ୟ ଯୋଗ ଦେଇ ଛାତ୍ରୀ ମାନେ ବିଜ୍ଞାନ ସମ୍ବନ୍ଧୀୟ ଚିନ୍ତା କଲେ କ୍ୟାରିୟର ଗଢ଼ିପାରିବେ ବୋଲି କହିଥିଲେ l ମୁଁ ବି ସମର୍ଥ କାର୍ଯକ୍ରମ ର ସଂଯୋଜକ ତଥା ବିଜ୍ଞାନ ସଂଚାରକ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ରହି ଭାରତରେ ରହିଥିବା ବିଭିନ୍ନ ରେ କିଭଳି ବିଜ୍ଞାନ ଶିକ୍ଷା ଓ ଗବେଷଣା କରିପାରିବେ ସେ ବିଷୟରେ ଭିଡ଼ିଓ ମାଧ୍ୟମ ରେ ବୁଝାଇ ଥିଲେ l ସୁନାବେଢା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା l ଇନ୍ଦିରା ପ୍ରିୟଦର୍ଶିନୀ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳ ଅଧ୍ୟାପକ ସିମlଞ୍ଚଲ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ l
କୁଇଜ୍ ପ୍ରତିଯୋଗୀ ଓ ମହାକାଶ ଦିବସ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା
ସେହିଭଳି କଳା ଓ ଧନ୍ଦା ମୂଳକ ଛାତ୍ରୀ ମାନଙ୍କ ପାଇଁ ମଧ କ୍ୟାରିୟର କାଉନସିଲ୍ କାର୍ଯକ୍ରମ ଆୟୋଜିତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ଅଯୋଧ୍ୟା ସ୍ଥିତ ଅନାର୍ଜାତୀୟ ରାମ କଥା ସଂଗ୍ରାହା ଳୟ ର ନିର୍ଦେଶକ ଡକ୍ଟର ସଞ୍ଜୀବ କୁମାର ସିଂ ଯୋଗ ଦେଇ ଇତିହାସ, ସଂଗ୍ରହାଳୟ ଓ ମୂର୍ତ୍ତି ବିଜ୍ଞାନ ରେ କିପରି କ୍ୟାରିୟର କରିପାରିବେ ସେ ବିଷୟରେ ଭିଡ଼ିଓ ମାଧ୍ୟମ ରେ ବୁଝାଇ ଥିଲେ l ଅନ୍ୟତମ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ବାନ୍ଧ କଳାର ବିଶାରଦ ଡକ୍ଟର ସୁରେନ୍ଦ୍ର କୁମର ମେହେର ଯୋଗ ଦେଇ ବାନ୍ଧ କଳାରେ ରହିଥିବା ବିଭିନ୍ନ ଶିକ୍ଷା ଓ ଉଦ୍ୟୋଗୀ ସଂଭାବନା ସମ୍ପର୍କ ରେ ବୁଝାଇ ଥିଲେ l ଅନ୍ୟ ତମ ଅଟିଥି ଭାବେ ହାଇଦ୍ରାବାଦ ସ୍ଥିତ କେନ୍ଦ୍ରୀୟ ଖାଦ୍ୟ ଜ୍ଞାନ କୌଶଳ ଓ ଗବେଷଣା ସଂସ୍ଥାନ ର ପ୍ରଧାନ ବା
ବୈଷୟିକ ଅଧିକାରୀ ଡକ୍ଟର ପ୍ରଭାକର ରାଓ ଯୋଗ ଦେଇ ଅତି ଅଳ୍ପ ଖର୍ଚ୍ଚ ରେ ଚୋକଲେଟ, ବିସ୍କୁଟ, ଜେଲୀ,ଜାଏମ୍, ଆଚାର ଭଳି ଅନେକ ଖଦ୍ୟ ସାମଗ୍ରୀ ଡିଗରେ ରହିଥିବା ଉଦ୍ୟୋଗ ସୁଯୋଗ ସମ୍ପର୍କ ରେ ଭିଡିଓ ଚିତ୍ର ମାଧ୍ୟମ ରେ ବୁଝାଇ ଥିଲେ l ଏଥି ସହିତ ନବରଙ୍ଗପୁର ଠାରେ ଅବସ୍ଥିତ ଖାଦ୍ୟ ଜ୍ଞାନ କୌଶଳ ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ କିପରି କ୍ୟାରିୟର କରିପାରିବେ ସେ ବାବଦରେ ବୁଝାଇ ଥିଲେ l
ବିଜ୍ଞାନ ସଂଚାର କ ଏହି କାର୍ଯକ୍ରମ କୁ ସଂଯୋଜନା କରିବା ସହ ଭିଡିଓ ଚିତ୍ର ମାଧ୍ୟମ ରେ କଳା ଓ ଧନ୍ଦା ମୂଳକ ଶିକ୍ଷା ଅନୁଷ୍ଠାନ ସମ୍ପର୍କ ରେ ବୁଝାଇ ଥିଲେ l
ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ l ଅଧ୍ୟାପିକା ଅନୁରିତା ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *