ଉପଖଣ୍ଡ ସ୍ଥରୀୟ ସ୍ୱାଧୀନତା ଦିବସ ପାଳିତ

କରଞ୍ଜିଆ, ପ୍ରବାହ ନ୍ୟୁଜ୍‌- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ୭୮ ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି,.ଦିବସ ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରାତକାଳ ରେ ସହର ରେ ରାମ ଧୁନ କରାଯାଇଥିଲା.ଏହି କାର୍ଯ୍ୟକ୍ରମ ରେ ଉପଜିଲାପାଳ ପ୍ରେମାଂଶୁ ଚାନ୍ଦ ମୁଖ୍ୟ ଅଥିତି ରୂପେ ଯୋଗଦେଇ ସହର ରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀ, ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର, ପଣ୍ଡିତ ଗୋପବନ୍ଧୁ ଦାସ, କୁଳବୁଦ୍ଧ ମଧୁସୂଦନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମହାରାଜା ରାମଚନ୍ଦ୍ର ଭଞ୍ଜ ଦେଇ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ ନିର୍ଦ୍ଧାରିତ ୯.୧୫ସମୟରେ କରଞ୍ଜିଆ କଲେଜ ପଡିଆ ରେ ଉପସ୍ଥିତ ହୋଇ ଜାତୀୟ ପତାକା ଉତ୍ତଳୋନ କରି ଜାତି ଉଦେଶ୍ୟ ରେ ବକ୍ତବ୍ୟପ୍ରଦାନ କରିଥିଲେ , ପରେ ସେ ସମବେତ ପ୍ୟାରେଡ ର ଅଭିଭାଦନ ଗ୍ରହଣ କରିଥିଲେ. ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ୟାରେଡ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ପେରେଡ ଦୁଇଟି ସ୍ତର ରେ ହୋଇଥିଲା ବରିଷ୍ଠ ସ୍ତର ରେ ପ୍ରଥମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଦ୍ବିତୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ତୃତୀୟ କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ବିବେଚିତ ହୋଇ ଟ୍ରଫି ଗ୍ରହଣ କରିଥିଲେ ସେହିପରି କନିଷ୍ଠ ଵର୍ଗ ରେ ପ୍ରଥମ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଦ୍ୱିତୀୟ ବ୍ରାଇଟ ଏଞ୍ଜେଲ ପଵଳିକ ସ୍କୁଲ ଓ ତୃତୀୟ ବିବେକାନନ୍ଦ ପବ୍ଲିକ ସ୍କୁଲ ଶ୍ରେଷ୍ଠ ବିବେଚିତ ହୋଇଥିଲେ, ସାଂସ୍କୃତିକ ପ୍ରତିଯୋଗିତା ବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ହୋଇଥିଲା ଯଉଥିରେ ପ୍ରଥମ ଡି ଏମ୍ ପବ୍ଲିକ ସ୍କୁଲ, ଦ୍ୱିତୀୟ ବିବେକାନନ୍ଦ ପବ୍ଲିକ ସ୍କୁଲ ଓ ତୃତୀୟ ସରକାରୀ ଉଚ୍ଚ ବାକିକା ବିଦ୍ୟାଳୟ, ପୁରସ୍କୃତ ହୋଇଥିଲେ. ଏହାସହିତ ଏନ ସି ସି, ସ୍କାଉଟଭ ଗାଇଡ଼ ମିଳିତ ପ୍ରତିଯୋଗିତାରେ ପ୍ରଥମ କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ଓ ଦ୍ୱିତୀୟ ବିବେକାନନ୍ଦ ପବ୍ଲିକ ସ୍କୁଲ ବିବେଚିତ ହୋଇ ମୁଖ୍ୟ ଅତିଥୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ . ଏହି ଦିବସ ରେ +୩ କଳା ବିଭାଗ ରେ ଟପର ଛାତ୍ର ସୁଶାନ୍ତ ବାନରା, ବିଜ୍ଞାନ ଟପୋର ପିକୁନ କୁମାର ଗିରି, ବାଣିଜ୍ୟ ତୋପର ପ୍ରେମ ପ୍ରକାଶ କାଣ୍ଡୟାନ ଙ୍କୁ ପୁରସ୍କୃତ କରଯାଇଥିଲା ସେହିପରି ଉଚ୍ଚ ମାଧ୍ୟମିକ ସ୍ତର ରେ କଳା ବିଭାଗ ର ଟପର ପୂଜାରାଣୀ ପାତ୍ର, ବିଜ୍ଞାନ ବିଭାଗ ଟପର ପ୍ରିୟଙ୍କା ଦାସ, ବାଣିଜ୍ୟ ବିଭାଗ ଟପର ଖୁସୁବୁ ରାମ ଙ୍କୁ ପୁରସ୍କୃତ କରଯାଇଥିଲା,ଚଳିତ ହାଇସ୍କୁଲ ପରୀକ୍ଷାରେ ଉପଖଣ୍ଡ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ବିକାଶ କୁମାର ମହାନ୍ତ, ବ୍ଲକ ଟପ୍ର ତିନିଜଣ ଅନୁଷ୍କା ନାୟକ, ବିଶ୍ୱଜିତ୍ ମହାନ୍ତି ଓ ସୁଚି ପୃଷ୍ଟି ଙ୍କୁ ପୁରସ୍କୃତ କରିବା ସହିତ ଖଡିଆ ସମ୍ପରଦାୟ ରୁ ଉଷା ଦିଗ।ର ଓ ମାଙ୍କଡିଆ ସମ୍ପ୍ରଦାୟ ରୁ ସୁନାଶ୍ୟାମ ମ। ଙ୍କଡିଆ, ଅନୁସୂଚିତ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ର ଟପର ସଂଜୀବନୀ ରଥ ଙ୍କୁ ଉତ୍ସାହିତ କରିବାକୁ ସମ୍ମାନିତ କରାଯାଇଥିଲା, ସି ବି ଏସ ଇ ବୋର୍ଡ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଦିବ୍ୟଜ୍ୟୋତି ମହାକୁଡ଼ ଙ୍କୁ ମଧ୍ଯ ପୁରସ୍କୃତ କରାଯାଇଥିଲା, ପଞ୍ଚମ ବୃତ୍ତି ପରୀକ୍ଷା ରେ ଶ୍ରେଷ୍ଠ ଛାତ୍ର ରାଜ କିଶୋର ମହାନ୍ତ, ତୃତୀୟ ବୃତ୍ତି ପରୀକ୍ଷାରେ ଶ୍ରେଷ୍ଠ ଛାତ୍ର ପୁରୁଷତ୍ତମ ପାତ୍ର ଙ୍କୁ ପୁରସ୍କୃତ କରଯାଇଥିଲା।ସେହିପରି ଉପଖଣ୍ଡ ର ଶ୍ରେସ୍ଥ ଦୁଇଜଣ ଚାଷୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲେ ସେହିପରି ଶ୍ରେଷ୍ଠ ସମରଶିକ୍ଷାର୍ଥୀ ବାହିନୀ ଭାବେ ଜୁନିୟର ବିଭାଗ ର ସଚିନ ବାରିକ ଓ ସିନିୟର୍ ବିଭାଗ ର କିଶୋର ମହନ୍ତ ଙ୍କୁ ପୁରସ୍କୃତ କରଯାଇଥିଲା।ଏହି ସମାରୋହ ରେ ଉଊଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ୍ବକୁମାର ,, ତହସିଲଦାର ବିଦ୍ୟାଧର ପତି , ବି ଡି ଓ ସୁଶାନ୍ତ ସୁତାର, ପି ଏ ଆଇ ଟି ଡି ଏ ପ୍ରବୀର ଚନ୍ଦ୍ର ବାଣୁଆ, ସହକାରୀ ଜିଲ୍ଲାପାଳ ରଶ୍ମିତା ଜେନା, ଆଇ ଆଇ ସି ନିରଜ ମଲ୍ଲିକ, କରଞ୍ଜିଆ କଲେଜ ର ଅଧ୍ୟକ୍ଷା ଯୋଗେଶ୍ୱର ମହାନ୍ତ, ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠି ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଅଧିକାରୀ ଦାୟିତ୍ୱ ରେ ଯୋତୀନ୍ଦ୍ର ସେଠି, କରଞ୍ଜିଆ କଲେଜ ଏନ ସି ସି ଶିକ୍ଷକ ମେଜର ଉପେନ୍ଦ୍ର ମହାନ୍ତ ଓ ବିଭିନ୍ନ ଗଣ ମଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ. କାର୍ଯ୍ୟକ୍ରମ କୁ ସୂଚନାକେନ୍ଦ୍ର ଓ ପାଠଗାର ର ଗ୍ରନ୍ଥାଗରିକ ଅରୁଣ କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଶ୍ରୀହରି ଦାସ ପରିଚାଳନା ରେ ସହଯୋଗ କରିଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *