ୱି ପକ୍ଷରୁ ଅତିରିକ୍ତଡାଟା ଓ ଓଟିଟିସୁବିଧାସହ ପ୍ରିପେଡ୍‌ଗ୍ରାହକଙ୍କ ପାଇଁସ୍ୱାଧୀନତା ଦିବସ ଅଫର

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭାରତଏହାର ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଦେଶର ଅଗ୍ରଣୀଟେଲିକମ ଅପରେଟରଭୋଡାଫୋନ ଆଇଡିଆବାୱି ପକ୍ଷରୁ ପ୍ରିପେଡଗ୍ରାହକମାନଙ୍କଲାଗି ଅତିରିକ୍ତଡାଟା ଓ ଓଟିଟିଲାଭ ଥିବାସ୍ୱାଧୀନତା ଦିବସ ଅଫର ଘୋଷଣାକରିଛି। ଏହି ଅଫର ଅଗଷ୍ଟ ୧୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଛଅ ମାସକିମ୍ବାବର୍ଷିକିଆ ପ୍ଲାନ ରିଚାର୍ଜକରୁଥିବାଗ୍ରାହକମାନଙ୍କୁଏହି ଅଫରରଲାଭମିଳିବ।
ଏହି ଅଫରରମୁଖ୍ୟ ଆକର୍ଷଣହେଉଛି ପ୍ଲାନରେ ଥିବାଡାଟାବ୍ୟତୀତ ୩୦ ଜିବିରୁ ୫୦ ଜିବି ପର୍ଯ୍ୟନ୍ତର ଅତିରିକ୍ତହାଇସ୍ପିଡଡାଟା। ଛଅ ମାସିଆ ପ୍ୟାକଉପରେ ଅତିରିକ୍ତଡାଟା ୪୫ ଦିନ ପାଇଁରହିବ।ସେହିପରିବର୍ଷିକିଆ ପ୍ୟାକଉପରେଏହି ଅତିରିକ୍ତଡାଟା ୯୦ ଦିନ ପର୍ଯ୍ୟନ୍ତ ରହିବ।
ଏହାବ୍ୟତୀତୱି ପକ୍ଷରୁଏହାରବର୍ଷିକିଆ ପ୍ୟାକରେବିନାଅତିରିକ୍ତମୂଲ୍ୟରେଡିଜନି ପ୍ଲସହଟଷ୍ଟାର ଓ ଆମାଜନ ପ୍ରାଇମଭିଡିଓଭଳି ଅତିରିକ୍ତଓଟିଟି ପ୍ଲାଟଫର୍ମରବର୍ଷିକିଆସବସ୍କ୍ରିପସନ ସାମିଲକରିଛି।
ୱି ଆପ ମାଧ୍ୟମରେରିଚାର୍ଜକରୁଥିବାଗ୍ରାହକମାନେ ବର୍ଷିକିଆରିଚାର୍ଜ ପ୍ୟାକଉପରେ ଅତିରିକ୍ତରିହାତିରଲାଭ ପାଇପାରିବେ। ୩୪୯୯ ଟଙ୍କିଆ ପ୍ୟାକରେ ୫୦ ଟଙ୍କା, ୩୬୯୯ ଟଙ୍କିଆ ପ୍ୟାକରେ ୭୫ ଟଙ୍କାଏବଂ ୩୭୯୯ ଟଙ୍କିଆ ପ୍ୟାକରେ ୧୦୦ ଟଙ୍କାରରିହାତିମିଳିବ।
ୱିସପରେଗ୍ରାହକମାନେ ଲୋକପ୍ରିୟବ୍ରାଣ୍ଡଉପରେଗିଫଟକାର୍ଡ ପାଇପାରିବେ। ୩୦ରୁ ଅଧିକ ଅତିରିକ୍ତବ୍ରାଣ୍ଡଭାଉଚରଉପରେ ଅତିରିକ୍ତରିହାତିରହିଛି।ଜୋମାଟୋ ଫୁଡରେ ୪ ପ୍ରତିଶତ, ପିଭିଆରସିନେମାଟିକଟଉପରେ ୧୦ ପ୍ରତିଶତ, ପାଂଟାଲୁନରୁକିଣାକିଣିଉପରେ ୧୨ ପ୍ରତିଶତଭଳିରିହାତିଲାଭମିଳିବ।ଏହିସୁବିଧା କେବଳୱି ଆପରେ ଉପଲବ୍ଧ।

Leave a Reply

Your email address will not be published. Required fields are marked *