କାର ଉପରେ ଚଢ଼ିଗଲା ଟ୍ରକ,ଦୁଇ ମୃତ

ବାଲୁଗାଁ:-ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନଂ ଜାତୀୟ ରାଜପଥ ଛତ୍ରଗଡ଼ ଛକ ଠାରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଏକ ଟ୍ରାଭେରା କାର ଏବଂ ଆଇରନ ବୋଝେଇ ଟ୍ରକ ଆଗ ପଛ ହୋଇ ଯାଉଥିବା ବେଳେ ଛତ୍ରଗଡ଼ ଛକରେ ଟ୍ରାଭେରାକୁ ପଛପଟୁ ଧକ୍କା ଦେଇ କାର ଉପରେ ଆଇରନ ବୋଝେଇ ଟ୍ରକ ଚଢିଯାଇଥିଲା।ଫଳରେ ଟ୍ରାଭେରାରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ମୃତ ବ୍ୟକ୍ତି ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଟ୍ରାଭେରା ଚାଳକ ବିଦ୍ୟାଧର ବେହେରା ଏବଂ ଟ୍ରାଭେରା ମାଲିକ ମନୋରଞ୍ଜନ ପାଣିଗ୍ରାହୀ।ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡ ଅଗ୍ନିଶମ ବାହିନୀ ସହ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତକଙ୍କ ଶରୀରକୁ ଗାଡି ମଧ୍ୟରୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି।ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଡିରୁ ଏକ ଲକ୍ଷ ୪୦ ହଜାର ଟଙ୍କା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *