ବେଦାନ୍ତ ଆଲୁମିନିୟମ ମୋବାଇଲ ହେଲ୍‌ଥ ୟୁନିଟର ପ୍ରଚଳନ କରିଛି

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ମୋବାଇଲ ହେଲ୍‌ଥ ସେବାକୁ ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସିଜିମାଳି ଖଣି ପରିସରରେ ପ୍ରସାରିତ କରିଛି । ଗୋଷ୍ଠୀର ଆବଶ୍ୟକତା ଅନୁଯାୟୀ ଗୁଣମାନର ସ୍ୱାସ୍ଥ୍ୟସେବା ଯୋଗାଇ ଏହା ଗ୍ରାମାଂଚଳର ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ପ୍ରଦାନ କରିଛି । ସିଜିମାଳି ଖଣି ଆଖପାଖରେ ଥିବା ୪୦ଟି ଗାଁରେ ଏହି ଏମଏଚୟୁ ସେବା ୧୦,୦୦୦ରୁ ଅଧିକ ଲୋକଙ୍କ ପାଖରେ ପହଁଚିଛି । ବେଦାନ୍ତର ଏମଏଚୟୁ ସେବା ଓଡ଼ିଶାରେ ୧୦୦ରୁ ଅଧିକ ଗାଁର ୨ ଲକ୍ଷ ଲୋକଙ୍କୁ ତାର ସେବା ଯୋଗାଇ ଦେଇଛି ।

ମୋବାଇଲ ହେଲଥ ୟୁନିଟ ହେଉଛି ଏକ ବିଶେଷ ଭ୍ୟାନ ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ଡାକ୍ତରୀ ଚିକିତ୍ସା ଉପକରଣ ଏବଂ ଔଷଧ ସହିତ ମେଡିକାଲ କର୍ମଚାରୀଙ୍କ ସହ ଜଣେ ଯୋଗ୍ୟ ଡାକ୍ତର, ନର୍ସ, ଲ୍ୟାବ ଟେକ୍‌ନିସିଆନ ଓ ଫାର୍ମାସି ରହିଥାନ୍ତି । ଏହା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ଯୋଗାଇ ଦେଇଥାଏ । ଏହି ପ୍ରୟାସ ଗୁଡ଼ିକ କେବଳ ତୁରନ୍ତ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରେ ନାହିଁ ବରଂ ନିୟମିତ ସଚେତନତା ଅଧିବେଶନ ମାଧ୍ୟମରେ ଲୋକଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ନିଶ୍ଚିତ କରିଥାଏ ।

ଥୁଆମୂଳ ରାମପୁରର ମେଡିକାଲ ଅଧିକାରୀ ନିତିଶ ଝା କହିଛନ୍ତି ଯେ ଦୁର୍ଗମ ଅଂଚଳରେ ଗୋଷ୍ଠୀର ବିକାଶ ଲାଗି ବେଦାନ୍ତର ଏହି ପଦକ୍ଷେପକୁ ମୁଁ ପ୍ରଶଂସା କରୁଛି । ଲୋକମାନଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରି କଂପାନି ଭବିଷ୍ୟତ ସୃଷ୍ଟି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଯଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ ହୋଇପାରିବ ।

ମାଳତି ମାଝି, ସ୍ୱାସ୍ଥ୍ରକର୍ମୀ କହିଛନ୍ତି ଯେ ମୋବାଇଲ ହେଲଥ ୟୁନିଟ ଏକ ଅତି ଉପଯୋଗୀ ପଦକ୍ଷେପ, ଅନେକ ଗ୍ରାମ ରହିଛି ଯେଉଁଠାରେ ସ୍ୱାସ୍ଥ୍ୟ ସେବା ଅପହଂଚ । ବେଦାନ୍ତ ଏହି ସବୁ ଗ୍ରାମରେ ମୋବାଇଲ ହେଲଥ ୟୁନିଟ ଜରୀଆରେ ଲୋକମାନଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରୁଛି ।
ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଗ୍ରାମ୍ୟ ଭିତିଭୂମି, କ୍ରୀଡ଼ା ଓ ସଂସ୍କୃତିର ପ୍ରସାର ମାଧ୍ୟମରେ ଗୋଷ୍ଠୀ ବିକାଶ ପାଇଁ କାର୍ଯ୍ୟ କରୁଛି । ଏହାର ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହେଉଛି ଆଧୁନିକୀ ଅଙ୍ଗନବାଡ଼ିର ନୂଆ ରୂପ ନନ୍ଦଘର ଏହା ଗର୍ଭବତୀ ମହିଳା, ଶିଶୁ କଲ୍ୟାଣ ଦିଗରେ କାର୍ଯ୍ୟ କରୁଛି । ଗ୍ରାମାଂଚଳରେ ଗୁଣମାନର ସ୍ୱାସ୍ଥ୍ୟସେବା ଯୋଗାଇ ଜୀବନରେ ଏକ ସକାରାତ୍ମକ ପରିବର୍ତନ ଆଣିବାରେ ସହାୟତା କରୁଛି । ସ୍ଥାନୀୟ କତୃପକ୍ଷ, କଲ୍ୟଣକାରୀ ସଂଗଠନ ଓ ଗୋଷ୍ଠୀ ସଦସ୍ୟଙ୍କ ସହ ମିଳିତ ହୋଇ ସହଯୋଗ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ଓଡ଼ିଶାର ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କରିଛି । ଏହି ପ୍ରୟାସ ଗୁଡ଼ିକ ଏହାର କାର୍ଯ୍ୟକ୍ଷେତ୍ର ତଥା ଆଖପାଖ ଅଂଚଳର ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିପାରିଛି । ସ୍ଥାନୀୟ କର୍ତୃପକ୍ଷ, କଲ୍ୟାଣକାରୀ ସଂସ୍ଥା ଓ ଗୋଷ୍ଠୀ ସଦସ୍ୟଙ୍କ ସହ ଘନିଷ୍ଠ ସହଯୋଗ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ଓଡ଼ିଶାରେ ସାମାଜିକ-ଅର୍ଥନେତିକ ପରିବର୍ତନକୁ ସକ୍ରିୟ ଭାବରେ ପରିଚାଳନା କରୁଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *