ବେଦାନ୍ତର ବାଲକୋ ମେଡିକାଲ ସେଂଟର ଭାରତରେ କ୍ୟାନସର ଚିକିତ୍ସା ପାଇଁ ସମ୍ମାନଜନକ

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) : ୮ମାର୍ଚ୍ଚ ୨୦୨୪: ବେଦାନ୍ତର ବାଲକୋ ମେଡିକାଲ ସେଂଟର ଭାରତର ଅଙ୍କୋଲୋଜି ପ୍ରତିଷ୍ଠାନ ଭାବରେ ଏକ ଅଗ୍ରଣୀ ସଂସ୍ଥା । ଏହା ଏକ ସମ୍ମାନଜନକ କ୍ୟାନସର ଗ୍ରାଣ୍ଡ ଚ୍ୟାଲେଂଜ ପୁରସ୍କାର ପାଇଥିବା ଟିମର ପ୍ରଥମ ଭାରତୀୟ ସହ ଅନୁସନ୍ଧାନକାରୀ ଭାବେ କାର୍ଯ୍ୟ କରୁଛି । ବାଲକୋ ମେଡିକାଲ ଓ ବିଶ୍ୱର ଅନ୍ୟାନ୍ୟ ସମ୍ମାନଜନକ ଅନୁଷ୍ଠାନର କ୍ଲିନିକାଲ, ଆଡଭୋକେଟ ଓ ବୈଜ୍ଞାନିକ ମାନଙ୍କୁ ନେଇ ଏହା କ୍ୟାନସର ଉପରେ ରହିଥିବା ଆହ୍ୱାନର ମୁକାବିଲା କରିବ

ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀମତି ଜ୍ୟୋତି ଅଗ୍ରୱାଲ କୃତଜ୍ଞତା ଜଣାଇ କହିଛନ୍ତିଯେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଆମେ ଗର୍ବାନ୍ୱିତ । ବିଗତ ଛଅ ବର୍ଷ ମଧ୍ୟରେ ଆମର ବରିଷ୍ଠ କର୍ମଚାରୀ ଓ ହୀତାଧିକାରୀ ନିରନ୍ତର ବୈଜ୍ଞାନିକ ଜ୍ଞାନ କୌଶଳର ସୁବିଧା ପାଇବାକୁ ନିଶ୍ଚିତ କରିବା ଲାଗି ନିରନ୍ତର ପରିଶ୍ରମ କରୁଛନ୍ତି । ଆମ ଉପରେ ରୋଗୀମାନେ ସଂପୂର୍ଣ୍ଣ ଭରସା କରୁଛନ୍ତି । କ୍ୟାନସର ପ୍ରତିରୋଧ ଦିଗରେ ଯଥା ସମ୍ଭବ ପ୍ରୟାସ ଜାରୀ ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ ।

ଟିମ ପ୍ରସେପେକ୍ଟ ହେଉଛି ଏକ ବିଶ୍ୱସ୍ତରୀୟ ଟିମ ଯିଏ କ୍ୟାନସର ଗବେଷଣା ୟୁକେ ଓ ନ୍ୟାସନାଲ କ୍ୟାନସର ପ୍ରତିଷ୍ଠାନ ୟୁଏସ ଦ୍ୱାରା ପ୍ରତିଷ୍ଠିତ ଓ ଏହା ବିଶ୍ୱସ୍ତରୀୟ ଗବେଷକମାନଙ୍କ ସହ ଯୋଗାଯୋଗ ରଖିଥାଏ । କ୍ୟାନସର ଆହ୍ୱାର ମୁକାବିଲା ଲାଗି ଏହା ୟୁଏସ ଡଲାର ୧୨୫ ମିଲିୟନ ନିବେଶ ଲକ୍ଷ୍ୟ ସହ ପ୍ରୟାସ ଜାରୀ ରଖିଛି ।

କ୍ୟାନସର ଗ୍ରାଣ୍ଡ ଚ୍ୟାଲେଂଜର ନିର୍ଦ୍ଦେଶକ ଡା.ଡାଭିଡ ସ୍କଟ କହିଛନ୍ତିଯେ ଏହି ପୁଞ୍ଜି ନିବେଶ ସହିତ ଆଜି ପର୍ଯ୍ୟନ୍ତ ଆମର ସର୍ବବୃହତ ବିଶ୍ୱସ୍ତରୀୟ ଗୋଷ୍ଠୀକୁ ବଢାଇବା ଲକ୍ଷ୍ୟ ରଖିଛୁ । ଏହା କ୍ୟାନସର ଫଳଫଳକୁ ସକାରାତ୍ମକ ଭାବରେ ପ୍ରଭାବିତ କରିପାରିବ ।

କେନ୍ଦ୍ରୀୟ ଭାରତର ଅତ୍ୟାଧୁନିକ ଅଙ୍କୋଲୋଜି ସୁବିଧା ଥିବା ବେଦାନ୍ତର ବାଲକୋ ମେଡିକାଲ ସେଂଟର ବହୁମୁଖୀ ଚିକିତ୍ସା ସହୟତା ଯୋଗାଇ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଉନ୍ନତ ବିକିରଣ ଚକିତ୍ସା, ବ୍ରାଚିଥେରାପି, ନ୍ୟୁକ୍ଲିୟର ମେଡିସିନ, ସର୍ଜରୀ, କେମୋଥେରାପି ଆଦି ପାଇଁ ଏହି ସେଂଟରର ସୁନାମ ରହିଛି । ଭାରତର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଓ ସମାଧାନ ପାଇଁ ଏହି ସେଂଟର ପ୍ରତିବଦ୍ଧ ରହିଛି ।

ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନର ଡାକ୍ତରୀ ନିର୍ଦ୍ଦେଶକ ଡ. ଭବନ ସିରୋହୀ କହିଛନ୍ତିଯେ କଲେକ୍ଟୋରାଲ କ୍ୟାନସର ରୋଗର ଉଦବେଜ ଜନକ ବୃଦ୍ଧିକୁ ରୋକିବା ପାଇଁ ଶୀଘ୍ର ଚିହ୍ନଟ ଓ ଜୀବନଶୈଳୀ ପସନ୍ଦ ଉପରେ ଗୁରୁତ୍ୱ ଦିଆଯାଇଥାଏ । ପ୍ରାଥମିକ ପର୍ଯ୍ୟାୟରେ ରୋଗର ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ସର୍ବଦା ଗୁରୁତ୍ୱପୂର୍ଣ୍ଣ । ଆମେ ଏଠାରେ କ୍ୟାନସର ପ୍ରତିରୋଧ ଓ ନିରାକରଣ ଲାଗି ରଣନୀତି ମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରୁଛୁ ।

୫୦ ବର୍ଷ ବୟସରୁ କମ ବୟସର ଲୋକମାନଙ୍କଠାରେ ପ୍ରାରମ୍ଭିକ ରୋଗର ବିକାଶକୁ ପ୍ରତିରୋଧ କରିବା ବର୍ତମାନ ବିଶ୍ୱସ୍ତରୀୟ ସମସ୍ୟା ହୋଇଛି । ଟିମ ପ୍ରସପେକ୍‌ଟ ଏହାର ସମାଧାନ କରିବାକୁ ଲକ୍ଷ୍ୟ ରଖିଛି । ଏହି ଟିମ ଏକ ବ୍ୟାଘାତକାରୀ, ଟ୍ରାନସଡିସିପ୍ଲିନାରୀ ଅଭିମୁଖ୍ୟକୁ ପ୍ରୋତ୍ସାହିତ କରୁଥିବା କୋଷ, ବ୍ୟକ୍ତିବିଶେଷ ଓ ପ୍ରସାରିତ ହେଉଥିବା କଲେକ୍ଟୋରାଲ କ୍ୟାନସର ସହିତ ଜଡ଼ିତ ଯନ୍ତ୍ର କୌଶଳକୁ ଉନ୍ମୋଚନ କରିବ ଓ ଏହାର ମୁକାବିଲା ଲାଗି ନୂଆ ରଣନୀତି ପ୍ରସ୍ତୁତ କରିବ ।

ସଂପ୍ରତି କ୍ୟାନସର ଗ୍ରାଣ୍ଡ ଚ୍ୟାଲେଂଜର୍ସ ବିଶ୍ୱରେ ୧୨୦୦ ଗବେଷକ ଓ ୧୬ଟି ଟିମଙ୍କୁ ନେଇ କାର୍ଯ୍ୟ କରୁଛି । ବେଦାନ୍ତ ଦୃଢ ସମର୍ଥନ ଏହି କାର୍ଯ୍ୟକୁ ଆଗକୁ ବଢିବାରେ ପ୍ରେରଣା ଯୋଗାଉଛି । ଏହା ଦ୍ୱାରା ଗୋଷ୍ଠୀ ଓ ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ ।

Leave a Reply

Your email address will not be published. Required fields are marked *