କଟକ ମହାନଦୀ ବିହାର ଅଞ୍ଚଳରେ କାର୍ଯ୍ୟକ୍ଷମ ହେଲା ନୂତନ ୧୨.୫ ଏମ୍.ଭି.ଏ ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର

0
TP_2

କଟକ ମହାନଦୀ ବିହାର ଅଞ୍ଚଳରେ କାର୍ଯ୍ୟକ୍ଷମ ହେଲା ନୂତନ ୧୨.୫ ଏମ୍.ଭି.ଏ ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର। ଉପକୃତ ହେବେ କଟକର ମହାନଦୀ ବିହାର, ଶିଖରପୁର, ଗଣ୍ଡରପୁର, ପୋତାପୋଖରୀ, କହ୍ନେଇପୁର, ଭଦିମୂଳ, ବିଦ୍ୟାଧରପୁର ଓ ନୂଆବଜାର ଆଦି ଅଞ୍ଚଳର ୧୦,୦୦୦ ରୁ ଅଧିକ ଉପଭୋକ୍ତା।  ଚୌଦ୍ୱାର-କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ଟିପିସିଓଡିଏଲର ବରିଷ୍ଟ ଅଧିକାରୀଙ୍କ ଉପସ୍ଥିତିରେ କଟକ ମହାନଦୀ ବିହାର ସ୍ଥିତ ୩୩/୧୧ କେଭି ଗ୍ରୀଡ଼ରେ ସ୍ଥାପିତ ଏକ ନୂତନ ୧୨.୫ ଏମ୍.ଭି.ଏ ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମରକୁ ଉଦ୍ଘାଟନ କରିଛନ୍ତି। ଆଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଯାହାକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ ପକ୍ଷରୁ 

 ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି। ଏହି ସମୟରେ ଲୋକଙ୍କୁ ଉନ୍ନତ ବିଦ୍ୟୁତ ସେବା ଯୋଗାଇବକୁ ଟିପିସିଓଡିଏଲ ଲକ୍ଷ୍ୟ ରଖିଛି ।

Leave a Reply

Your email address will not be published. Required fields are marked *