ରାହୁଳ ଗାନ୍ଧୀଙ୍କୁ ଭେଟିଲେ ଗାନ୍ଧୀବାଦୀ

0
Photo with Rahul Gandhi

ପ୍ରତ୍ୟେକ କଂଗ୍ରେସ କର୍ମୀ ଗାନ୍ଧୀ ସ୍ମାରକ ନିଧିର ପୁସ୍ତକ ପଢିବା ଆବଶ୍ୟକ – ରାହୁଳ


ଭୁବନେଶ୍ୱର: ତା୦୮/୦୨: ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡିଶା ଆସିଥିବା ବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ସହ ଗାନ୍ଧୀବାଦୀ ସଂଗଠନର ପ୍ରତିନିଧିମାନେ ରାମବାଗ ଠାରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଛନ୍ତି ।ଦେଶରେ କ୍ରମବର୍ଦ୍ଧମାନ ସାମ୍ପ୍ରଦାୟିକ ହିଂସାର ବାତାବରଣକୁ ଦୃଷ୍ଟିରେ ରଖି ଓଡିଶାରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବାକୁ ପ୍ରୟାସ ଚଳାଇଥିବା ଗାନ୍ଧୀବାଦୀ ସଂଗଠନମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ ରାହୁଳ ଗାନ୍ଧୀ । ଏହି ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି ଓ ଭାରତ ଯୋଡୋ ଅଭିଯାନର ରାଷ୍ଟ୍ରୀୟ କାର‌୍ୟ୍ୟକାରିଣୀ ସଦସ୍ୟ ଡାକ୍ତର ବିଶ୍ଵଜିତ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଦ୍ଵାରା ପ୍ରକାଶିତ ଗୁଜରାଟର ବିଶିଷ୍ଟ ଗାନ୍ଧୀବାଦୀ ସ୍ଵାଧୀନତା ସଂଗ୍ରାମୀ ଚୁନୀଭାଇ ବୈଦ୍ୟଙ୍କ ଲିଖିତ ଓ ସର୍ବୋଦୟ ନେତ୍ରୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ଅନୁଦିତ “ଗାନ୍ଧୀଜୀଙ୍କ ହତ୍ୟା: ସତ କେତେ ମିଛ କେତେ ?”, ଆମେରିକୀ ଲେଖକ ଜେମ୍ସ ଡବ୍ଲ୍ୟୁ ଡଗଲାସଙ୍କ ଲିଖିତ ଓ ପ୍ରଫେସର ପ୍ରୀତିଶ ଆଚାର‌୍ୟ୍ୟଙ୍କ ଅନୁଦିତ “ଗାନ୍ଧୀ ହତ୍ୟାର ଅକୁହା କଥା” ତଥା ବିଗତ ରାମମନ୍ଦିର ପ୍ରତିଷ୍ଠା ଦିବସରେ ପ୍ରକାଶିତ “ଗାନ୍ଧୀଙ୍କ ରାମ” ପୁସ୍ତକ ଗୁଡିକ ରାହୁଳଙ୍କୁ ଉପହାର ଦେବା ସହ ସାମ୍ପ୍ରଦାୟିକ ଶକ୍ତିଙ୍କ ବିରୁଦ୍ଧରେ ସେମାନଙ୍କ ଦ୍ଵାରା ଚାଲୁଥିବା ବିଭିନ୍ନ କାର‌୍ୟ୍ୟକ୍ରମ ବାବଦରେ ଅବଗତ କରାଇଥିଲେ । ପ୍ରତ୍ୟେକ କଂଗ୍ରେସ କର୍ମୀ ଏହି ବହି ଗୁଡିକ ପଢି ସମ୍ପ୍ରଦାୟିକ ଶକ୍ତିମାନଙ୍କର ଇତିବୃତ୍ତ ଜାଣିବା ଆବଶ୍ୟକ ବୋଲି ରାହୁଳ ଗାନ୍ଧୀ କହିବା ସହ ତାଙ୍କ ପାଇଁ ବହି ଗୁଡିକର ଇଂରାଜୀ ଅନୁବାଦ ପଠାଇବା ନିମନ୍ତେ ଅନୁରୋଧ କରି ନିଜ ବ୍ୟକ୍ତିଗତ ସଚୀବଙ୍କୁ ଏହି ଗାନ୍ଧୀବାଦୀ କର୍ମୀମାନଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯୋଗେନ୍ଦ୍ର ଯାଦବ ନେତୃତ୍ଵାଧୀନ ଭାରତ ଯୋଡୋ ଅଭିଯାନର ନିମନ୍ତ୍ରଣରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ଜୟନ୍ତ କୁମାର ଦାସ, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ ଓ ସାଧାରଣ ସମ୍ପାଦକ ଆର‌୍ୟ୍ୟଭଟ୍ଟ ମହାନ୍ତି ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହୋଇଥିଲେ

Leave a Reply

Your email address will not be published. Required fields are marked *