ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୮୯ତମ ଓଡ଼ିଶା ଦିବସ ସମାରୋହ

ବ୍ରହ୍ମପୁର : ଓଡ଼ିଶାର ଐତିହ୍ୟ ସଂସ୍କୃତି ସମଗ୍ର ବିଶ୍ୱକୁ ଅ ।କର୍ଷିତ କରିଛି । ଭାଷା ଭିତ୍ତିରେ ଗଠିତ ଏହି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାର ସମୟ ଅ ।ସିଛି ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଅ ।ୟୋଜିତ ୮୯ତମ ଓଡ଼ିଶା ଦିବସ ସମାରୋହରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ସ୍ୱାଗତ ଭାଷଣ ଦେଇ ସମ୍ପ୍ରତି ଓଡ଼ିଶାକୁ ଅଣ ଓଡ଼ିଅ । ଶାସନରୁ ମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଅ ।ହ୍ୱାନ ଦେଇଥିଲେ । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଯୋଗଦେଇ ଓଡ଼ିଅ । ଅସ୍ମିତାର ଅବକ୍ଷୟକୁ ରୋକିବା ପାଇଁ ଅ ।ଜିର ଦିନରେ ଓଡ଼ିଅ । ମାଟି, ଓଡ଼ିଅ । ଭାଷା, ଓଡ଼ିଅ । ସଂସ୍କୃତିକୁ ସମସ୍ତେ ଭଲ ପାଇବା ଉଚିତ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍‌? କାମରାଜୁ ମହାରଣା, ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, ଜୟବାୟୁ ବୈଜ୍ଞାନିକ ଡ଼. ଡ଼ମ୍ବରୁଧର ସାହୁ, ସମାଜସେବୀ ଅବନୀ କୁମାର ଗୟା, ଭଗବତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଏସ୍‌?.ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ବକ୍ତବ୍ୟ ଦେଇ ଓଡ଼ିଅ । ଭାଷା ଭିତ୍ତିରେ ଗଠିତ ଓଡ଼ିଶାର ଜନସାଧାରଣ ଓଡ଼ିଅ । ଅସ୍ମିତା ଓ ସ୍ୱାଭିମାନକୁ ବଜାୟ ରଖିବା ପାଇଁ ଅ ।ହ୍ୱାନ ଦେବା ସହ ଓଡ଼ିଅ । ଭାଷାକୁ ବଞ୍ଚାଇ ରଖିବା ପାଇଁ ତକାଳୀନ କବି, ସାହିତ୍ୟିକ ଓ ଭାଷାପ୍ରେମୀମାନଙ୍କ ଅ ।ପ୍ରାଣ ଉଦ୍ୟମ ସମ୍ପର୍କରେ ଅ ।ଲୋକପାତ କରିଥିଲେ । କାର୍ଯ୍ୟକ୍ରମର ସଭାପତି ଶ୍ରୀ ତ୍ରିପାଠୀ ଗଞ୍ଜାମର ଭାଷା ଓଡ଼ିଶାର ମାନକ ଭାଷା ଏବଂ ଏହି ମାଟିର କାବ୍ୟକୃତି ଓଡ଼ିଅ । ଭାଷା ସାହିତ୍ୟକୁ ଅଧିକ ପରିପୁଷ୍ଟ କରିବାରେ ସହାୟକ ହୋଇପାରିଛି ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସବିତା ସାହୁକାର, ଅ ।ଇନଜୀବୀ ଗୀତାଞ୍ଜଳି ଜେନା, ରୀତାଞ୍ଜଳୀ ସ୍ୱାଇଁ, ଶିବ ପ୍ରସନ୍ନ ମିଶ୍ର, କବି ବଂଶୀଧର ସେଠୀ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ଅ ।ଇନଜୀବୀ ପ୍ରଦୀପ କୁମାର ବେହେରା, ଶିକ୍ଷାବିତ୍‌? ଅଶୋକ ଦଳାଇ, ସାମ୍ବାଦିକ ଅରୁଣ କୁମାର ପଣ୍ଡା, ଅଭିମନ୍ୟୁ ନାୟକ, ସୁରେନ୍ଦ୍ର ନାଥ ରାଉତ, ପବିତ୍ର କୁମାର ଚୌଧୁରୀ, ଇଂ. ମାନସ ରଞ୍ଜନ ତ୍ରିପାଠୀ, ନବୀନର ପ୍ରକାଶିକା ମଞ୍ଜୁ ରଥ, ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ସୁଶାନ୍ତ କରଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ରହି ଅ ।ଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷାବିତ୍‌? ରଂଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଓଡ଼ିଶାର ଜାତୀୟ ସଂଗୀତ ବନ୍ଦେ ଉକଳ ଜନନୀ ଗାନ କରାଯାଇଥିଲା । (ରବି ରଥ) ସଭାପତି ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ

Leave a Reply

Your email address will not be published. Required fields are marked *